ସାଙ୍ଗମାନଙ୍କ ସହ ମଜା କରିବାକୁ ପୂରା ଟ୍ରେନ୍‌ କରିଦେଲେ ବୁକ୍‌, ୟୁଟ୍ୟୁବ୍‌ରେ ଅପ୍‌ଲୋଡ କଲେ ମସ୍ତି ଭିଡିଓ

ଜୟପୁର: ଜଣେ ଯୁବକ ପୂରା ମେଟ୍ରୋ ଟ୍ରେନ୍‌କୁ ବୁକ୍‌ କରିଥିବାର ଏକ ଭିଡିଓରେ ଏବେ ଦେଖିବାକୁ ମିଳିଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ। ଜୟପୁରର ଜଣେ ଯୁବକ ନିଜ ବନ୍ଧୁମାନଙ୍କ ସହ ମିଶି ମସ୍ତି କରିବାକୁ ପୂରା ମେଟ୍ରୋ ଟ୍ରେନ୍‌କୁ ବୁକ୍‌ କରି ଦେଇ ତାହାର ଏକ ଭିିଡିଓ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଛନ୍ତି।

ଭିଡିଓଟି ‘କ୍ରେଜି ଏକ୍ସୱାଇଜେଡ୍‌’ ନାମକ ଏକ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ ହୋଇଛି। ଯେଉଁଥିରେ ଅମିତ ନାମକ ଏକ ଯୁବକ କହୁଥିବାର ଦେଖିବାକୁ ମିଳିଛି ଯେ ସେ ଜୟପୁର ମେଟ୍ରୋ ଟ୍ରେନ୍‌କୁ ପୂରା ବୁକିଂ କରିଦେଇଛନ୍ତି।

ଅମିତ ଭିଡିଓରେ ପୂରା ଟ୍ରେନ୍‌ଟିକୁ ବୁଲି ବୁଲି ଦେଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଭିନ୍ନ ଭିନ୍ନ ବଟନ ସବୁ ଦେଖିବାକୁ ମିଳିଛି। ଏହାସହ ଅମିତ ଡ୍ରାଇଭର୍‌ଙ୍କୁ ଟ୍ରେନ୍‌କୁ ଆଗପଛ କରି ଦେଖାଇବାକୁ କହୁଥିବାର ଦେଖିବାକୁ ମିିଳିଛି। ରାତି ୧୦ଟାରେ ଟ୍ରେନ୍‌ଟି ଏକ ଖାଲି ପ୍ଲାଟ୍‌ଫର୍ମ‌ରେ ପହଞ୍ଚୁଛି। ଅମିତି ସେଠାରେ ନିଜ ବନ୍ଧୁମାନଙ୍କ ସହ ଟ୍ରେନ୍‌କୁ ଚଢୁଛନ୍ତି ଓ ସେଠାରୁ ଯାତ୍ରା ଆରମ୍ଭ ‌ହେଉଛି। ଟ୍ରେନ୍‌ ଭିତରେ ପଶିବା ପରେ ସେମାନେ ଖୁବ୍ ମସ୍ତି କରୁଥିବାର ନଜର ଆସିଛି।

ସେମାନେ ଚଢ଼ିବା ପରେ ପ୍ରଥମ ଷ୍ଟେସନ୍‌ ପଡୁଛି ମ‌ାନସରୋବର। ଯେଉଁଠାରେ ଟ୍ରେନ୍‌ଟି ବିନା ରହିକରି ଆଗକୁ ମାଡ଼ି ଚାଲୁଛି। ବାଟରେ ଗୋଟାଏ ଜାଗାରେ ଟ୍ରେନ୍‌ ଅଟକୁଛି। ସେଠାରେ ସେମାନେ ପରିଶ୍ରା ଯିବା ପାଇଁ ଓହ୍ଲାଉଥିବା ବେଳେ ପୁଣି ଟ୍ରେନ୍‌କୁ ଚଢ଼ିବା ପରେ ଖାଦ୍ୟ ଖାଇବା ଆରମ୍ଭ କରୁଛନ୍ତି।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର