ଗୁଗୁଲରେ ଚାକିରି ପାଇଁ ଆଦିତ୍ୟ ଆପଣାଇଲେ ଏଭଳି ଉପାୟ

ନୂଆଦିଲ୍ଲୀ: ଚାକିରି ପାଇଁ ଆବେଦନ କରିବା ସମୟରେ ରିଜ୍ୟୁମକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବିବେଚନା କରାଯାଏ। ଏଥିରେ ଚାକିରି ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ୱାର୍କ ପ୍ରୋଫାଇଲ ଦେଖାଯାଇଥାଏ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ପ୍ରାୟତଃ ରିଜ୍ୟୁମ୍ ଉପରେ ସେମାନଙ୍କର ଯୋଗ୍ୟତାକୁ ଏଭଳି ଭାବେ ଉପସ୍ଥାପନ କରିବାକୁ କୁହାଯାଏ, ଯାହା ସେମାନଙ୍କୁ ଅନ୍ୟ ପ୍ରାର୍ଥୀଙ୍କଠାରୁ ପୃଥକ କରିଥାଏ। ଯାହାକି ସେମାନଙ୍କୁ ସାକ୍ଷାତକାର ପର୍ଯ୍ୟାୟରେ ପହଞ୍ଚିବାରେ ସାହାଯ୍ୟ କରିଥାଏ ।

ଏହି କ୍ରମରେ ଜଣେ ବ୍ୟକ୍ତି ରିଜ୍ୟୁମକୁ ଏପରି ଭାବେ ସଜାଇଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଲିଙ୍କଡଇନ ବ୍ୟବହାରକାରୀ ଆଦିତ୍ୟ ଶର୍ମା ଯିଏକି ହାଏକାଉନସିଲରର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରହିଛନ୍ତି। ସେ ତାଙ୍କ ରିଜ୍ୟୁମକୁ ଏଭଳି ଭାବେ ତିଆରି କରିଥିଲେ, ଯାହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ପ୍ରଶଂସା କରୁଛନ୍ତି।

ଏହି ରିଜ୍ୟୁମରେ ଆଦିତ୍ୟ ରିଜ୍ୟୁମ ସବ୍-ହେଡିଙ୍ଗ୍ ଭାବରେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ସହିତ ଗୁଗୁଲ ସର୍ଚ୍ଚ ରେଜଲ୍ଟକୁ ଡିଜାଇନ କରିଛନ୍ତି। ଟେମ୍ପଲେଟରେ ଏକ ସର୍ଚ୍ଚ ବାର୍ ଏବଂ ଲିଙ୍କ୍ ଅଛି ଯାହା ତାଙ୍କ ଶିକ୍ଷାଗତ ପୃଷ୍ଠଭୂମି ଏବଂ କୌଶଳକୁ ଦେଖାଉଛି। ଏହାକୁ ଗୁଗୁଲ୍ କ୍ରୋମର ଡାର୍କ ମୋଡରେ ଡିଜାଇନ୍ କରାଯାଇଛି ।

ଏହି ଫଟୋକୁ ସେୟାର କରି ସେ ଲେଖିଛନ୍ତି, ‘ଗୁଗୁଲ ହେଉଛି ଅନେକଙ୍କ ସ୍ୱପ୍ନର କମ୍ପାନି, କିନ୍ତୁ ସେମାନେ ବହୁତ ଚୟନକର୍ତ୍ତା। ତେଣୁ, ମୁଁ ଗୁଗୁଲ୍ ଡାର୍କ ଥିମ୍ ରିଜ୍ୟୁମର ଏକ ସୃଜନଶୀଳ ସଂସ୍କରଣ ସହିତ ଆସିଛି । ଆପଣଙ୍କୁ ଲାଗୁଛି କି ଏହି ରିଜ୍ୟୁମ୍ ନିଯୁକ୍ତିଦାତାଙ୍କ ଦୃଷ୍ଟି ଆକର୍ଷଣ କରିବ? ଏହି ଡିଜାଇନ୍ ତିଆରି କରିବା ପାଇଁ ମୁଁ ଫିଗମା ବ୍ୟବହାର କରିଛି । ଦୟାକରି ମୋତେ ଆପଣଙ୍କର ମତାମତ ଦିଅନ୍ତୁ ।’

ସମ୍ବନ୍ଧିତ ଖବର