କେତେକ ବ୍ୟାଙ୍କ୍‌ ବାହାର କଲେ ସ୍ୱତନ୍ତ୍ର କ୍ରେଡିଟ୍‌ କାର୍ଡ; ସହଜ ଇଏମ୍‌ଆଇରେ କିଣିହେବ ସାମଗ୍ରୀ

ନୂଆଦିଲ୍ଳୀ: ଆଜିକାଲି ଅଧିକାଂଶ ଲୋକେ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି। ମାତ୍ର ଆପଣ ଏ ବିଷୟରେ ଅବଗତ ଅଛନ୍ତି କି କିଛି ବ୍ୟାଙ୍କ୍‌ କେବଳ କଲେଜ ଛାତ୍ରଙ୍କ ସକାଶେ କ୍ରେଡିଟ୍‌ କାର୍ଡ ବାହାର କରିଛନ୍ତି। ଜାଣନ୍ତୁ ସେପିକରି କିଛି କ୍ରେଡିଟ୍‌ କାର୍ଡ ସଂପର୍କରେ। କୋଉ ବି କଲେଜ୍‌ର ଛାତ୍ର ଯାହାଙ୍କ ବୟସ ୧୮ ବର୍ଷରୁ ଊର୍ଧ୍ୱ ହୋଇଥିବ, ସେ ଏହି କାର୍ଡ ପାଇଁ ଆବେଦନ କରିପାରିବେ। ଏହା କାର୍ଡ ଆବେଦନକାରୀଙ୍କର ଜମା ଖାତା କିମ୍ବା ସଞ୍ଚୟ ଖାତା ଜରିଆରେ ଖୋଲାଯାଇ ପାରେ। ଏଥିପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ୍‌କୁ ଜନ୍ମ ପ୍ରମାଣ ପତ୍ର, ଆବାସ ପ୍ରମାଣପତ୍ର, କଲେଜ ଆଇଡି, ପ୍ୟାନ୍‌ ନମ୍ବର ଓ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଦେବାକୁ ହେବ।

ଏସ୍‌ବିଆଇର ଷ୍ଟୁଡେଣ୍ଟ୍‌ ପ୍ଳସ୍‌ ଆଡ୍‌ଭାନ୍ସ କ୍ରେଡିଟ୍‌କାର୍ଡ ଛାତ୍ରଙ୍କ ପାଇଁ ଫିଚର୍‌ ଏବଂ ଲାଭର ସହ ଆସୁଛି। ଏହି କାର୍ଡ ଜରିଆରେ ଗ୍ରାହକ ନିଜର କିଣାକିଣି ସାମଗ୍ରୀକୁ ସହଜ ଇଏମ୍‌ଆଇ(କିସ୍ତି) ଭାବେ ଦେଇପାରିବେ। ଏହି କାର୍ଡ ବ୍ୟବହାର କରି ଛାତ୍ରମାନେ ତୈଳ ଦରରୁ ୨.୫% ରିହାତି ପାଇପାରିବେ। ଦେଶ ଓ ଦେଶ ବାହାରେ ପଢୁଥିବା ଛାତ୍ରମାନଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ। ଏହି କାର୍ଡ ବ୍ୟବହାରକାରୀଙ୍କୁ ୧୩୦ ଦେଶ ଏବଂ ୧୨୦,୦୦ ଟି ମର୍ଚାଣ୍ଟ୍‌ ଲୋକେସନ୍‌ରେ ଛାତ୍ରମାନଙ୍କୁ ରିହାତି ପ୍ରଦାନ କରିବ। ଏହାବ୍ୟତୀତ ଏହି କାର୍ଡ ଛାତ୍ରମାନଙ୍କୁ ପ୍ରିଫର୍ଡ ଫୋରେକ୍ସ ରେଟ୍‌ସ, ଟ୍ରାଭେଲ୍‌ ଇନ୍‌ସୁରାନ୍ସ ଏବଂ ଇଣ୍ଟରନ୍ୟାସ୍‌ନାଲ ଷ୍ଟୁଡେଣ୍ଟ୍‌ କାର୍ଡ ଆଦି ପ୍ରଦାନ କରିବ। ବିଦେଶରେ ରହି ପାଠ ପଢୁଥିବା ଭାରତୀୟ ଛାତ୍ରଙ୍କ ସକାଶେ ଏହା ଉତ୍ତମ ବିକଳ୍ପ ସାବ୍ୟସ୍ତ ହେବ।

ସେହିପରି ଏଚ୍‌ଡିଏଫ୍‌ସିର ଫରେକ୍ସ ପ୍ଲସ୍‌ କାର୍ଡ ଏକାଧିକ ଅନ୍ତର୍ଜାତୀୟ ମୁଦ୍ରା ଫଣ୍ଡରେ ଉପଲବ୍ଧ କରାଇବାରେ ସହାୟ ହେବ। ଏହି ପ୍ରିପେଡ୍‌ କାର୍ଡ କ୍ରେଡିଟ୍‌ କାର୍ଡ ପରି କାର୍ଯ୍ୟ କରିବ ଓ ବ୍ୟବହାରକାରୀଙ୍କୁ ଆଇଏସ୍‌ଆଇସି ସଦସ୍ୟତା ପ୍ରଦାନ କରିବ। ଏହି କାର୍ଡ ଗ୍ରାହକଙ୍କୁ ଗୁଡ଼ାଏ ସୁବିଧା ପ୍ରଦାନ କରିବ। ବୀମା, ଜରୁରି ସମୟରେ ଅର୍ଥ ସହାୟତା, ଚିପ୍‌ ଆଧାରିତ ସୁରକ୍ଷା ବ୍ୟତୀତ ୧୩୦ ଦେଶରେ ପୁସ୍ତକ ଓ ଖାଦ୍ୟ ଉପରେ ରିହାତି ବି ପ୍ରଦାନ କରିବ। ଏଚ୍‌ଡିଏଫ୍‌ସି ନିଜର ଗ୍ରାହକଙ୍କ ସକାଶେ ୨୦ଟି ବିଦେଶୀ ମୁଦ୍ରା ଉପଲବ୍ଧ କରାଇବ। ଏହା ବ୍ୟତୀତ ଅନ୍‌ଲାଇନ୍‌ ଜରିଆରେ ଟଙ୍କା ଟ୍ରାନ୍ସଫର୍‌ ବି କରିହେବ। ଗ୍ରାହକଙ୍କୁ ଠକାମୀ ଓ ଦୁର୍ଘଟଣା କ୍ଷେତ୍ରରେ ୫ ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପାମୂଳକ ଟଙ୍କା ବି ମିଳିବ। ଏହା ଛାତ୍ରଙ୍କ ସଞ୍ଚୟ ସକାଶେ ସ୍ୱତନ୍ତ୍ର ରିହାତି ବି ପ୍ରଦାନ କରିବ।

ସେହିପରି ଆଉ ଏକ କ୍ରେଡିଟ କାର୍ଡ ହେଉଛି ଆକ୍ସିସ୍‌ ଇନ୍‌ଷ୍ଟା ଇଜି କ୍ରେଡିଟ୍‌ କାର୍ଡ। ଏହି କାର୍ଡ ଗ୍ରାହକ କେଉଁ ବି ଆକ୍ସସ୍‌ ବ୍ୟାଙ୍କ୍‌ରେ କରାଇପାରନ୍ତି। ଏହି କାର୍ଡ ତୈଳ କିଣିବାରେ ରିଆରି ପ୍ରଦାନ କରିବା ସହ ୨୫୦୦ ଟଙ୍କାରୁ ଊର୍ଧ୍ୱ କିଣାବିକାର ଇଏମ୍‌ଆଇରେ ସ୍ୱତନ୍ତ୍ର ରିହାତି ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର