୨୦୧୯ର କଳଙ୍କିତ ଘଟଣା

୨୦୧୯ ନଭେମ୍ବର ୨୭ ତାରିଖରେ ତେଲେଙ୍ଗାନାରେ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଜଣେ ୨୬ ବର୍ଷୀୟା ପ୍ରାଣୀ ଡାକ୍ତର ହସ୍ପିଟାଲ୍‌ରୁ ଘରକୁ ଫେରୁଥିବା ବେଳେ ରାତି ସାଢେ ୯ଟା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ଗଣ ଦୁଷ୍କର୍ମ କରିବା ପରେ ତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ନଭେମ୍ବର ୨୯ ତାରିଖରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଡିସେମ୍ବର ୬ ତାରିଖରେ ଗିରଫ ୪ ଜଣଙ୍କୁ ହାଇଦରାବାଦ ପୁଲିସ ଏନ୍‌କାଉଣ୍ଟରରେ ନିପାତ କରିଥିଲା। ଏନ୍‌କାଉଣ୍ଟରକୁ ନେଇ ଦେଶବ୍ୟାପୀ ସରଗରମ ଚର୍ଚ୍ଚା ହୋଇଥିଲା। ଏନ୍‌କାଉଣ୍ଟର ସ୍ପେ‌ସାଲିଷ୍ଟ୍‌ ତଥା ସାଇବରାବାଦ୍‌ ପୁଲିସ କମିସନର ଭି ସି ସଜ୍ଜନାର ଏହି ଘଟଣାରେ ହିରୋ ପାଲଟି ଯାଇଥିଲେ।

ସେହିଭଳି ଉତ୍ତର ପ୍ରଦେଶର ଉନ୍ନାଓ ପୀଡ଼ିତାଙ୍କୁ ଜିଅନ୍ତା ଜାଳିଦେବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଡିସେମ୍ବର ୬ ତାରିଖ ରାତି ୧୧.୪୦ରେ ଆଖି ବୁଜି ଦେଇଥିଲେ। ତାଙ୍କୁ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଥିଲେ ପୀଡ଼ିତା। ଡିସେମ୍ବର ୫ ତାରିଖ ଦିନ ୨୩ ବର୍ଷୀୟା ପୀଡ଼ିତା ତାଙ୍କ ବାସଭବନରୁ ରାଏବରେଲିରେ ଆଇନଜୀବୀଙ୍କୁ ଭେଟିବାକୁ ଯିବା ବାଟରେ ତାଙ୍କୁ ୫ ଜଣ ଆକ୍ରମଣ କରିଥିଲେ। ତାଙ୍କୁ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କ ସମେତ ସମୁଦାୟ ୫ ଜଣ ପୀଡ଼ିତାଙ୍କୁ ଛଡ଼ରେ ମାରିବା ସହ ବାରମ୍ବାର ଛୁରାଘାତ କରିଥିଲେ। ପରେ ସେମାନେ ପୀଡ଼ିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଏହାପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ୍‌ ହସ୍ପିଟାଲ୍‌ ନିଆଯାଇଥିଲା ଏବଂ ସେଠାରେ ସେ ମୃତ୍ୟୁ ସହ ଲଢ଼ି ହାରିଯାଇଥିଲେ।

HerZindagi

ସେହିଭଳି ଉନ୍ନାଓରେ ୨୦୧୭ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ଅପହରଣ, ଗଣଦୁଷ୍କର୍ମ ମାମଲାରେ ବିଧାୟକ କୁଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ ହେବା ଆଉ ଏକ ବଡ଼ ଘଟଣା ଥିଲା। ତାଙ୍କୁ ଦିଲ୍ଲୀର ତିସ୍‌ହଜାରୀ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୫ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।

ସମ୍ବନ୍ଧିତ ଖବର