ଜନ୍ମ ଦେବା ଏବଂ ପାଳନ କରିବାକୁ ୩୭୦୦୦ କିଲୋମିଟର ଯାତ୍ରା କଲା ମା କଇଁଛ

ମମତା ଆଗରେ ହାର ମାନିଗଲା ଦୂରତା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ବନ୍ଦୀ ଭାବେ ରହିବା ପରେ ଯେବେ ମୁକ୍ତି ମିଳିଲା ନିଜ ଘରକୁ ଫେରିବାକୁ ଇଚ୍ଛା ହେଲା | ଆଉ ଇଚ୍ଛା ସାମ୍ନାରେ ଫିକା ପଡିଗଲା ଦୂରତା | ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ଭାରତୀୟ ଜଙ୍ଗଲ ସେବା ଅଧିକାରୀ ପ୍ରବୀଣ କାସୱାନ୍ କଇଁଛର ଏକ ଅନନ୍ୟ କାହାଣୀ ନିଜ ଟ୍ୱିଟରରେ ସେୟାର କରିଛନ୍ତି | ସେ ତାଙ୍କ ଟ୍ୱିଟରରେ ଏକ କଇଁଛର ନିଜ ଘରକୁ ଯିବାର ଚମତ୍କାର ଯାତ୍ରା ବାବଦରେ ଉଲ୍ଲେଖ କରିଛନ୍ତି ।

‘ୟୋଶି’ ନାମକ କଇଁଛ ମାର୍ଚ୍ଚରେ ୩୭ ହଜାର କିଲୋମିଟର ଯାତ୍ରା କରି ନିଜ ପିଲାମାନଙ୍କୁ ଜନ୍ମ ଦେବା ଏବଂ ପାଳିବା ପାଇଁ ସ୍ଥାନ ଖୋଜିଥିଲା । କଇଁଛଟିର ଯାତ୍ରା ଆଫ୍ରିକା ଠାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଥିଲା | ‘ୟୋଶି’ ନାମକ ଏହି କଇଁଛ ଆହତ ଅବସ୍ଥାରେ ଆଫ୍ରିକାର ଜାମ୍ବିଆ ଉପକୂଳରୁ ଉଦ୍ଧାର ହୋଇଥିଲା । ଯାହା ପରେ ପଶୁପ୍ରେମୀମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଚିକିତ୍ସା ଏବଂ ତଦାରଖ କରିଥିଲେ।


ଏହି ସମୟରେ, କଇଁଛର ଶରୀର ଉପରେ ଏକ ସାଟେଲାଇଟ ଟ୍ୟାଗ୍ ଲଗାଯାଇଥିଲା, ଯାହା ଦ୍ୱାରା କଇଁଛର ପ୍ରଜାତି ବିଷୟରେ ଅଧିକ ସୂଚନା ମିଳିପାରିବ | ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଶେଷରେ କଇଁଛକୁ ମୁକ୍ତ କରାଯାଇଥିଲା। ଏହା ପରେ କଇଁଛଟି ଘର ଖୋଜିବା ଆରମ୍ଭ କରିଥିଲା । ତା’ପରେ, ନିଜ ଗନ୍ତବ୍ୟ ସ୍ଥଳର ସନ୍ଧାନରେ ସେ ଚାଲି ଚାଲି ଅଧା ଦୁନିଆ ଭ୍ରମଣ କରି ନିଜ ଘର ଅଷ୍ଟ୍ରେଲିଆ ସମୁଦ୍ରରେ ପହଁଚିଯାଇଥିଲା |

ସମ୍ବନ୍ଧିତ ଖବର