ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଯୁବକ କୁମ୍ଭୀର ହାବୁଡରୁ ଅଳ୍ପକେ ବର୍ତ୍ତି ଯାଇଥିବାର ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଦୃଶ୍ୟକୁ ଦେଖିଲେ ଆପଣଙ୍କ ଭୃକୁଞ୍ଚ ସୃଷ୍ଟି ହୋଇଯିବ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କ’ଣ...
/sambad/media/post_attachments/wp-content/uploads/2018/01/maxresdefault-70-300x169.jpg)
ଜଣେ ଯୁବକ ନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ନଦୀ ଭିତରୁ ଏକ ବିଶାଳ କୁମ୍ଭୀର ହଠାତ୍ ବାହାରି ଆସିଥିଲା। କୁମ୍ଭୀରକୁ ଦେଖି ଉକ୍ତ ଯୁବକ ଜଣକ ସେଠାରୁ ଦୌଡ଼ି ପଳାଇଲେ। କୁମ୍ଭୀର ମାଛର ପିଛା କରି କୂଳରୁ ତାକୁ ଧରି ନେଇଥିଲା। ତେବେ ଏଭଳି ଘଟଣା ଘଟିବା ପରେ ଯୁବକ ଜଣକ ଭୟଭୀତ ହୋଇଯାଇଥିଲେ, ତାଙ୍କ ଗୋଡ ଓ ହାତ ଥରିବାକୁ ଲାଗିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା କେତେକ ଲୋକ ଏହତ ଦୃଶ୍ୟର ଭିଡିଓକୁ କ୍ୟାମେରାରେ କୈଦ୍ କରି ନେଇଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
/sambad/media/post_attachments/wp-content/uploads/2018/01/MAGARCHH-300x140.jpg)
ଏହି ଘଟଣାର ଭିଡିଓ ରବିବାର ଫେସ୍ବୁକ୍ ପେଜ୍ ‘ଓ୍ଵାକର୍ସ ଆଡଭେଞ୍ଜର’ରେ ପୋଷ୍ଟ କରାଯାଇଛି। ଏହି ଭିଡିଓରେ ୧୩ଫୁଟ ଲମ୍ବର କୁମ୍ଭୀର ମାଛର ପିଛା କରୁଥିବାର ଦେଖିବାକୁ ମିଳୁଛି। କୁମ୍ଭୀରକୁ ଦେଖି ଯୁବକ ଜଣକ ମାଛକୁ ଛାଡ଼ି ସେଠାରୁ ଦୌଡ଼ିବାରେ ଲାଗୁଛନ୍ତି। ଏହି ଭିଡିଓକୁ ଏଯାବତ୍ ୭୧,୦୦୦ଲୋକ ଦେଖି ସାରିଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/crocodile_650x400_81517017634.jpg)