ବନ୍ୟା ପାଣିରୁ ରକ୍ଷା ପାଇବା ପାଇଁ ଛାତ ଉପରକୁ ଚଢ଼ି ଗଲା ବିଶାଳ କୁମ୍ଭୀର, ଲୋକେ ଭୟଭୀତ

ବେଲଗାମ: କର୍ଣ୍ଣାଟକରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ହେତୁ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି କ୍ରମରେ ରାଜ୍ୟର ବେଲଗାମରେ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି।

ବେଲଗାମରେ ବନ୍ୟା ପାଣିରେ ପ୍ରାୟ ସବୁଘର ବୁଡି ଯାଇଛି। ଏକ ବିଶାଳ କୁମ୍ଭୀର ନିଜ ଜୀବନ ବଞ୍ଚାଇବା ପାଇଁ ଏକ ଘରର ଛାତ ଉପରେ ଚଢ଼ି ପାଟି ମେଲା କରି ବୁଲୁଥିବା ଦେଖିବାକୁ ମିଳିଛି। ଏହି ଛାତର ଚାରିପାର୍ଶ୍ୱରେ ପାଣି ଘେରି ରହିଛି। ତେବେ କୁମ୍ଭୀରକୁ ଠାବ କରାଯିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ହେଲେ ବନ ବିଭାଗ ଅଧିକାରୀ ପହଞ୍ଚିବା ପୂର୍ବରୁ କୁମ୍ଭୀରଟି ବନ୍ୟା ଜଳରେ କେଉଁଆଡେ ଚାଲି ଯାଇଥିଲା।

bbc.com

୧୫ ସେକେଣ୍ଡର ଏକ ଭିଡିଓ ଅଗଷ୍ଟ ୧୧ ତାରିଖର ବୋଲି କୁହାଯାଉଛି। ଏହି ଭିଡିଓକୁ କେହି ଜଣେ ଦୂରରେ ଥାଇ ରେକର୍ଡ କରିଥିବା ଜଣାପଡ଼ିଛି। ଯାହାକୁ ଜୁମ୍‌ କରି ଦେଖା ଯାଉଛି।

ଭିଡିଓ ବନାଉଥିବା ବ୍ୟକ୍ତି କନ୍ନଡ଼ ଭାଷାରେ କହୁଥିବା ଶୁଣିବାକୁ ମିଳୁଛି କି, ପାଖ ଛାତରେ ଏକ କୁମ୍ଭୀର ଅଛି। ଏହା ପ୍ରଥମ ଘଟଣା ନୁହେଁ, ଏମିତି ସେ ପୂର୍ବରୁ ବି ଦେଖିଛନ୍ତି ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର