ଅତୀତରେ ପୃଥିବୀର ବୃହତ୍ତମ ଜୀବର ମାନ୍ୟତା ରଖିଥିବା ଡାଇନୋସରମାନଙ୍କୁ ଏକଦା କୁମ୍ଭୀରମାନେ ଖାଦ୍ୟ ଭାବେ ଗ୍ରହଣ କରୁଥିବାର ପ୍ରମାଣ ମିଳିଛି। ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡରୁ ଆବିଷ୍କୃତ ପ୍ରାୟ ନଅ କୋଟି ବର୍ଷ ତଳର ଏକ ଜୀବାଶ୍ମରୁ କୁମ୍ଭୀରମାନେ ଡାଇନୋସରକୁ ଖାଉଥିବାର ପ୍ରମାଣ ରହିଛି। ୨୦୧୦ ମସିହାରେ ମିଳିଥିବା ଉକ୍ତ ଜୀବାଶ୍ମରେ ରହିଥିବା ପ୍ରାୟ ଅଢ଼େଇ ମିଟର ଲମ୍ବର ଏକ କୁମ୍ଭୀର କଙ୍କାଳର ପାକସ୍ଥଳୀ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ‘କନ୍ଫ୍ରାକ୍ଟସୁଚସ୍ ସୌରୋକ୍ଟନସ୍’ ନାମକ ଉକ୍ତ କୁମ୍ଭୀରର ପାକସ୍ଥଳୀରେ ଏକ ଶିଶୁ ଡାଇନୋସର କଙ୍କାଳର କିଛି ଅସ୍ଥି ରହିଥିବା ଜଣାଯାଇଛି। ସେହିପରି ଏହା ପାଖରେ ମିଳିଥିବା ଅନ୍ୟ ଏକ ଡାଇନୋସର ଜୀବାଶ୍ମର କଙ୍କାଳରେ ଦାନ୍ତ ଚିହ୍ନ ଥିବା ମଧ୍ୟ ଜଣାପଡ଼ିଛି। ସୁତରାଂ ଏହି କେ. ସୌରୋକ୍ଟନସ୍ ପ୍ରଜାତିର କୁମ୍ଭୀରମାନେ ଡାଇନୋସରକୁ ଏପରି ଆକ୍ରମଣ କରି ଶିକାର କରୁଥିବା ସ୍ପଷ୍ଟ ହୋଇଛି। ତେବେ ଏହି କୁମ୍ଭୀରଗୁଡ଼ିକ ଭୀଷଣ ବନ୍ୟାରେ ମାଟିରେ ପୋତି ହୋଇ କାଳକ୍ରମେ ବିଲୁପ୍ତ ହୋଇଯାଇଥିବା ଅନୁମାନ କରାଯାଉଛି।
ଡାଇନୋସର ଖାଉଥିଲା କୁମ୍ଭୀର!
/sambad/media/post_attachments/wp-content/uploads/2022/02/g564j6g465g4j56gd64g5j65jg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)