ଆଜି କ୍ରିସାଣ୍ଟ୍‌ ଡେ: ଜାଣନ୍ତୁ କ୍ରିସାଣ୍ଟ କ’ଣ ଓ କାହିଁକି ଏହି ଦିବସ ପାଳନ କରାଯାଏ

ନୂଆଦିଲ୍ଲୀ:  ପ୍ରତି ବ‌ର୍ଷ ଜାନୁଆରି ୩୦ରେ ପାଳନ କରାଯାଏ ‘କ୍ରିସାଣ୍ଟ୍‌ ଡେ’। ଏହା ବିଶ୍ବର ଅନ୍ୟତମ ପ୍ରସିଦ୍ଧ ସ୍ନାକ୍‌ସ। ଏହାର ଉତ୍ପତ୍ତିକୁ ନେଇ ମଜାଦାର ଜନଶ୍ରୁତି ରହିଛି। ୧୬୮୩ର କଥା। ତୁର୍କ‌୍ ସେନା ଅଷ୍ଟ୍ରିଆର ଭିଏନାକୁ ଚାରି ପାଖରୁ ଘେରିନେଲା। ତେବେ, ପ୍ରବଳ ଉଦ୍ୟମ ସତ୍ତ୍ବେ ଭିଏନାକୁ ଦଖଲ କରିପାରିଲାନାହିଁ। ତେଣୁ, ସେମାନେ ଦ୍ବିତୀୟ ଯୋଜନା କାର୍ଯ୍ୟକାରୀ କରିବାରେ ଲାଗିଲେ। ସେଥି ପାଇଁ ରାତିରେ ସୁଡ଼ଙ୍ଗ ଖୋଳାଚାଲିଲା। ଭିଏନାର ବେକର୍‌ ବା ପାଉଁରୁଟି ଓ ବିସ୍କୁଟ୍‌ ତିଆରି କରୁଥିବା ପେସାଦାରମାନେ ସେ ଯୁଗର ପ୍ରଥା ଅନୁଯାୟୀ ରାତିରେ ଭୂ-ତଳ ଭାଟିରେ କାର୍ଯ୍ୟ କରୁଥିଲେ। ସେମାନେ ସୁଡ଼ଙ୍ଗ ଖନନ ବାରିପାରି, ଅଷ୍ଟ୍ରିଆନ୍‌ ସେନାକୁ ଜଣାଇଦେଲେ। ତହୁଁ ରାତିରେ ମଧ୍ୟ ତୁର୍କ‌୍ ସେନା ଉପରେ ଆକ୍ରମଣ ଚାଲିଲା। ଦ୍ବିତୀୟ ଯୋଜନା ସୁଦ୍ଧା ବିଫଳ ହେଲା ଏବଂ ତୁର୍କ‌୍ ସେନା ସଂପୂର୍ଣ୍ଣ ପରାଜୟ ବରଣ କଲା। ତୁର୍କ‌୍ ସେନାର ପତାକାରେ ଥିବା ଅର୍ଦ୍ଧ ଚନ୍ଦ୍ର ବା କ୍ରେସେଣ୍ଟ୍‌ ରୂପରେ ବିସ୍କୁଟ୍‌ ତିଆରିକରି ଭିଏନାବାସୀ ଉତ୍ସବ ପାଳନ କରିଥିଲେ। ଏ ଭଳି ଜନ୍ମ ହୋଇଥିଲା ‘କ୍ରିସାଣ୍ଟ୍‌’।

ସମ୍ବନ୍ଧିତ ଖବର