ମୁମ୍ବାଇର କୋଟିପତି ଭିକାରି
ମୁମ୍ବାଇରେ ଭିକାରିଙ୍କ ସ˚ଖ୍ୟା ତିନି ଲକ୍ଷରୁ ଅଧିକ ଏବ˚ ସେମାନଙ୍କର ବାର୍ଷିକ ଆୟ ଶତାଧିକ କୋଟି ଟଙ୍କା। ଏଠାରେ ଅଛନ୍ତି ବହୁ ଶ୍ରେଣୀର ଭିକାରି। କେବଳ ଭିକ୍ଷାବୃତ୍ତିରୁ ଅଧିକା˚ଶଙ୍କର ମାସିକ ଆୟ ଅନ୍ୟୂନ କୋଡ଼ିଏ ହଜାର। ସେମାନଙ୍କ ପାଇଁ ଭିକ୍ଷାବୃତ୍ତି ହେଉଛି, ଉପାର୍ଜନର ସର୍ବଶ୍ରେଷ୍ଠ ପନ୍ଥା। କେତେକ ଗ୍ୟାଙ୍ଗ୍ ଭିକାରିଙ୍କୁ ନିୟନ୍ତ୍ରିତ କରୁଛନ୍ତି। ପିଲାଙ୍କୁ ଶିଖାଇ, ତାଲିମ ଦେଇ, ଭିକାରିରେ ପରିଣତ କରୁଛନ୍ତି। କିଛି ଉଚ୍ଚ-ଶିକ୍ଷିତ ମଧୢ ସହଜ ରୋଜଗାର ପାଇଁ ଏହି ବୃତ୍ତିରେ ସାମିଲ ହୋଇଛନ୍ତି। ମୁମ୍ବାଇର ଭିକାରି ଦଳଙ୍କ ଚେର ଏ ଭଳି ବିସ୍ତାରିତ ଯେ, ଦମନ କରିବା ଅସମ୍ଭବ ବ୍ୟାପାର। ତିନି ଜଣ କୋଟିପତି ଭିକାରିଙ୍କ ସ˚ପର୍କରେ ଜାଣନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ମାସୁ ଓରଫ ମଲାନାଙ୍କ ବୟସ ସତୁରି ବର୍ଷ। ତାଙ୍କର ଦୈନିକ ଆୟ ହଜାରେରୁ ପନ୍ଦର ଶହ ଟଙ୍କା। ପଶ୍ଚିମ ଅ˚ଧେରୀ ଅନ୍ତର୍ଗତ ଆ˚ବୋଲୀରେ ଏକ ଦୁଇ ମହଲା କୋଠାରେ ରହୁଥିବା ମାସୁ, ସନ୍ଧ୍ୟା ପରେ, ମଳି-ଧୂଳି ଲାଗି ନ ଥିବା ମୂଲ୍ୟବାନ ପୋଷାକ ପିନ୍ଧି, ଅଟୋରେ ଭିକ ମାଗିବାକୁ ବାହାରନ୍ତି। ‘ଆଡ୍ ଲାବ୍’ ନିକଟରେ ଅଟୋରୁ ଓହ୍ଲାଇ, ପୋଷାକ ବଦଳାଇ, ଛିଣ୍ତା ପିନ୍ଧି, ଭିକାରି ବେଶ ଧାରଣ କରନ୍ତି। ତାହା ପରେ ଲୋଖ˚ଡ଼ଵାଲାର ରାତ୍ରିକାଳୀନ ଆସର ଜମୁଥିବା ମହଙ୍ଗା ରେସ୍ତୋରାଁଗୁଡ଼ିକ ଆଗରେ ରାତି ତିନିଟା ଯାଏ ଘୂରିବୁଲନ୍ତି। ଘରକୁ ଫେରନ୍ତି ଅଟୋରେ। ପୋଷାକ ବଦଳାନ୍ତି ‘ୟଶ ରାଜ ଷ୍ଟୁଡିଓ’ ପାଖରେ। ଦୁଇଟି କୋଠା ଛଡ଼ା ତାଙ୍କର ଅଛି ପ୍ରାୟ ପଚାଶ ଲକ୍ଷ ଟଙ୍କାର ଅସ୍ଥାବର ସ˚ପତ୍ତି। ମାସୁଙ୍କର ଦୁଇ ପୁଅ। ଜଣେ ଝାଡ଼ୁ ବିକେ; ଅନ୍ୟ ଜଣକ ଅ˚ଧେରୀ ରେଳ ଷ୍ଟେସନ୍ ଅଞ୍ଚଳରେ ବଦମାସି କରେ।
କୃଷ୍ଣ କୁମାର ଗୀତେଙ୍କ ବୟସ ତେପନ। ତାଙ୍କର ଦୈନିକ ଆୟ ହଜାରେରୁ ଦୁଇ ହଜାର ଟଙ୍କା। ଚର୍ନୀ ରୋଡ୍ ଅଞ୍ଚଳରେ ସକାଳୁ ସନ୍ଧ୍ୟା ଘୂରି-ବୁଲି ଭିକ୍ଷା ମାଗିବା ଏହାଙ୍କ କାମ। ନାଲା ସୋପାରାରେ ତାଙ୍କର ବିଶାଳ ପ୍ରାସାଦ ଅଛି। ଭାଇ, ଭାଇ-ବୋହୂ ଓ ପୁତୁରା-ଝିଆରୀଙ୍କ ସହ ରହନ୍ତି। ଘରକୁ ଫେରିଲେ, ଦିନର ରୋଜଗାର ଭାଇ ହାତରେ ଧରେଇ, ଦାମିକା ମଦ ପିଇ ଗଡ଼ନ୍ତି। ସେ ପିଅନ୍ତି, କେବଳ ‘ଜ୍ୟାକ୍ ଡାନିଏଲ୍’, ଯାହାର ବୋତଲ ପ୍ରତି ମୂଲ୍ୟ ପାଞ୍ଚ ହଜାରରୁ ଅଧିକ।
ଭାରତ ଜୈନଙ୍କ ବୟସ ପଚାଶ ଉପରେ ଏବ˚ ଦୈନିକ ଆୟ ଦୁଇ ହଜାରରୁ ପଚିଶ ଶହ ଟଙ୍କା। ଭାରତ ଉଚ୍ଚ-ଶିକ୍ଷିତ। ସ୍ପଷ୍ଟ ଇ˚ଲିସ୍ କହନ୍ତି। ଘର ପରଲରେ। ପାରିବାରିକ ବ୍ୟବସାୟ ରହିଛି। ସେଥିରୁ ପର୍ଯ୍ୟାପ୍ତ ଆୟ ହୁଏ। ଅଭାବ ଆଦୌ ନାହିଁ। କିନ୍ତୁ, ଗଲା ତିରିଶ ବର୍ଷ ହେଲା ଆଜାଦ ମୈଦାନ ଏବ˚ ଛତ୍ରପତି ଶିବାଜୀ ଟର୍ମିନସ୍ ଅଞ୍ଚଳରେ ଭିକ ମାଗିଆସିଲେଣି। ତାଙ୍କର ଦୁଇ ପୁଅ। ଦୁହେଁ ଇ˚ଲିସ୍ ମାଧୢମ ବିଦ୍ୟାଳୟରେ ପଢ଼ିଛନ୍ତି। ଘରେ ଯେତେ ମନାକଲେ ବି ଭାରତ ନିଜର ଘୃଣ୍ୟ ଧନ୍ଦା ଛାଡ଼ିପାରୁନାହାନ୍ତି। ତାଙ୍କର ମୋଟ ସ˚ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ।