ସିଆରପିଏଫ୍‌ରେ ଖୁବ୍‌ଶୀଘ୍ର ନିଯୁକ୍ତ ହେବେ ୨୧ ହଜାର ଯବାନ, ବଦଳିବ ପୁରୁଣା ଟ୍ରେନିଙ୍ଗ୍‌ ପ୍ରଣାଳୀ!

କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବଳ (ସିଆରପିଏଫ୍‌) ନକ୍ସଲ ଏବଂ ଆତଙ୍କବାଦ ପ୍ରଭାବିତ ରାଜ୍ୟରେ ଡ୍ୟୁଟି କରିବା ପାଇଁ ଦକ୍ଷ ତଥା ମଜବୁତ ସୈନ୍ୟଙ୍କ ପାଇଁ ଶାରୀରିକ ପ୍ରଶିକ୍ଷଣ ପ୍ରଣାଳୀକୁ ନୂଆରୂପ ଦେବ। ଏଥିପାଇଁ ସିଆରପିଏଫ୍‌ ଖୁବଶୀଘ୍ର ୨୧,୫୬୬ କର୍ମୀଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ସିଆରପିଏଫ୍‌ର ମହାନିର୍ଦ୍ଦେଶକ ଆର.ଆର ଭଟ୍ଟନାଗରଙ୍କ କହିବାନୁସାରେ ଭର୍ତ୍ତି ପ୍ରଶିକ୍ଷଣ ପାଠ୍ୟକ୍ରମ ସମୟରେ କର୍ମୀଙ୍କୁ ଆଘାତ ହେଉଥିବା ଦେଖି ପ୍ରଶିକ୍ଷଣର ପୁରୁଣା ଢାଞ୍ଚାକୁ ବଦଳାଇ ଦିଆଯାଇଛି। ବିଶେଷଜ୍ଞ ଟିମ୍‌ ଏଥିନେଇ କାମ କରୁଛି ଯେଭଳି ନୂତନ ଧରଣର ଟ୍ରେନିଙ୍ଗ୍‌ରେ କର୍ମୀଙ୍କୁ ଗଭୀର ଆଘାତ ନ ଲାଗୁ।

କିଛି ମାସ ପୂର୍ବରୁ ସରକାର ସିଆରପିଏଫ୍‌, ବିଏସଏଫ୍‌ ଏବଂ ଆଇଟିବିପି ଭଳି କେନ୍ଦ୍ର ସଶସ୍ତ୍ର ପୋଲିସ୍‌ ବାହିନୀରେ ସିପାହୀ ର‍୍ୟାଙ୍କରେ ଭର୍ତ୍ତୀ ପାଇଁ ଘୋଷଣା କରିଥିଲେ। ଏଥିରେ ମୋଟ ୫୪,୯୫୩ କର୍ମୀଙ୍କୁ ନିଯୁକ୍ତି ଦିଆଯିବ। ଏଥିରେ ସବୁଠାରୁ ଅଧିକ ୨୧,୫୬୬ କର୍ମୀଙ୍କ ଭର୍ତ୍ତି ସିଆରପିଏଫ୍‌ରେ କରାଯିବ।

ସମ୍ବନ୍ଧିତ ଖବର