ନୂଆଦିଲ୍ଲୀ: ପ୍ରାୟତଃ ଶୁଣିବାକୁ ମିଳିଥାଏ ଯେ ଭାଗ୍ୟଠାରୁ ବଡ଼ କିଛି ହୋଇ ନଥାଏ। ଏଥିରେ କୌଣସି ସନ୍ଦେହ ନାହିଁ । କାରଣ ଭାଗ୍ୟ କେତେବେଳେ କାହାକୁ ନେଇ କେଉଁ ସ୍ଥାନରେ ପହଞ୍ଚାଇବ ତାହା କେହି ଜାଣି ନଥାଆନ୍ତି।
ଅନେକ ସମୟରେ ଶ୍ରେଣୀରେ ଶିକ୍ଷକ/ଶିକ୍ଷୟିତ୍ରୀ ପାଠପଢ଼ାଉଥିବା ବେଳେ ପିଲାମାନଙ୍କୁ ଦେଖି କିଏ ମଣିଷ ହେବ କିଏ ମଣିଷ ହେବ ନାହିଁ ବୋଲି ପ୍ରତିକ୍ରିୟା ଦେଇଥାଆନ୍ତି। ଏହି କ୍ରମରେ ଜଣେ ଛାତ୍ରଙ୍କୁ ଦିନେ ଶିକ୍ଷକ ଅମଣିଷ ବୋଲି ଗାଳି ଦେଇଥିଲେ। ଆଜି ସେହି ଛାତ୍ର ୧୮ବର୍ଷ ବୟସରେ କୋଟିପତି ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଉକ୍ତ ବାଳକ ଜଣକ ୟୁକେରେ ବସବାସ କରନ୍ତି। ତାଙ୍କ ନାମ ଏରିକ୍ ଫିନମ୍ୟାନ୍ ବୋଲି ଜଣାପଡ଼ିଛି । ଏରିକ ତାଙ୍କର ଏହି ସଫଳତାକୁ ନେଇ କହିଛନ୍ତି, ସେ ମାତ୍ର ୧୨ ବର୍ଷ ବୟସରେ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବା ଆରମ୍ଭ କରିଥିଲେ । ଏହି କାମକୁ ନେଇ ସେ ତାଙ୍କ ବାପା-ମାଙ୍କୁ କହିଥିଲେ ଯେ ଯଦି ସେ ୧୮ବର୍ଷ ବୟସରେ କୋଟିପତି ନ ହୁଅନ୍ତି, ତେବେ ସେ ପୁଣି ସ୍କୁଲ/ କଲେଜକୁ ଯାଇ ପାଠ ପଢିବା ଆରମ୍ଭ କରିବେ।
ଏରିକ୍ ତାଙ୍କ ସ୍କୁଲ ଦିନକୁ ମନେ ପକାଇ କହିଛନ୍ତି ଯେ ଥରେ ତାଙ୍କ ଶିକ୍ଷକ ତାଙ୍କୁ ପାଠପଢା ଛାଡିବାକୁ କହି କହିଥିଲେ ତୁମେ ଜୀବନରେ କିଛି କରିପାରିବ ନାହିଁ । ଏହା ତାଙ୍କୁ ବହୁତ ବାଧିଥିଲା।
ଏରିକଙ୍କ ଭାଗ୍ୟ ସେଦିନ ବଦଳିଗଲା ଯେଉଁଦିନ ତାଙ୍କ ଜେଜେମା ତାଙ୍କୁ ଉପହାର ସ୍ୱରୂପ ୭୧ ହଜାର ଟଙ୍କା ଦେଇଥିଲେ, ଯେଉଁଥିରେ ସେ ୧୦୦ ବିଟକଏନ୍ କିଣିଥିଲେ । ତାଙ୍କ ଭାଗ୍ୟ ଏତେ ଭଲ ଥିଲା କି ଗୋଟିଏ ମୁଦ୍ରାର ମୂଲ୍ୟ ୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଥିଲା । ଏହିପରି କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବା ପରେ ଏରିକ ଧୀରେଧୀରେ ସଫଳତାର ଗୋଟିଏ ପରେ ଗୋଟିଏ ପାହଚ ଚଢ଼ିବାକୁ ଲାଗିଥିଲେ। ଏହି ସମୟରେ ସେ ୫୦କୋଟିରୁ ଅଧିକ ବିଟକଏନର ମାଲିକ ହୋଇଛନ୍ତି। ତେବେ ତାଙ୍କୁ ତାଙ୍କ ବଡ ଭାଇ କ୍ରିପ୍ଟୋକରେନ୍ସି ବିଷୟରେ ଜଣାଇଥିଲେ ।