ପ୍ରଧାନମନ୍ତ୍ରୀଙ୍କ ପାଇଁ ରାସ୍ତା ବନ୍ଦ ଥିବା ବେଳେ ଆମ୍ବୁଲାନ୍ସକୁ ଭିଡ଼ରୁ ବାହାର କରାଇଲେ ପୁଲିସ ଅଧିକାରୀ, ଫୁଲ ତୋଡ଼ା ଧରି ପହଞ୍ଚିଲେ ହାଇକୋର୍ଟ ଜଜ୍‌

ଇନ୍ଦୋର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଦୋର ଗସ୍ତ ସମୟରେ ପୂରା ରାସ୍ତାକୁ ବନ୍ଦ କରି ଦିଆଯାଇଥିଲେ । ରାସ୍ତାର ଗୋଟେ ପାଖରେ ସବୁ ଗାଡ଼ିକୁ ଅଟକି ଥିବା ବେଳେ ଅନ୍ୟ ପଟେ ମୋଦିଙ୍କ ଯିବା ପାଇଁ ରାସ୍ତା ଫାଙ୍କା କରାଯାଇଥିଲା । ଠିକ୍‌ ଏହି ସମୟରେ ଅଟକି ଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ଗୋଟିଏ ଆମ୍ବୁଲାନ୍ସର ସାଇରନ ବାଜି ଉଠିଥିଲା । ଆମ୍ବୁଲାନ୍ସର ସାଇରନ ଶୁଣି ଆମ୍ବୁଲାନ୍ସକୁ କିପରି ବାଟ ଦିଆଯିବ ସେ ନେଇ ଲୋକ ଭାବିବା ଆରମ୍ଭ କରିଥିଲେ । ଠିକ୍‌ ଏହି ସମୟରେ ସମସ୍ତଙ୍କ ସମସ୍ୟାର ସମାଧାନ କରିଥିଲେ ସିଏସ୍‌ପି ମନୋଜ ରତ୍ନାକର । ସିଏସ୍‌ପି ମନୋଜଙ୍କ ଏହି କାମ ପାଇଁ ଉପସ୍ଥିତ ଲୋକ ତାଙ୍କୁ ପ୍ରଶଂସା କରିବା ସହ ଏ ବିଷୟରେ ଜାଣି ତାଙ୍କ ଅଫିସରେ ପହଞ୍ଚିଥିଲେ ଇନ୍ଦୋର ହାଇକୋର୍ଟର ଜଣେ ଜଜ୍‌ । ସିଏସ୍‌ପି ମନୋଜଙ୍କ କାମ ପାଇଁ ଇନ୍ଦୋର ହାଇକୋର୍ଟର ଜଜ୍‌ ତାଙ୍କୁ ଫୁଲତୋଡ଼ା ଦେଇ ପ୍ରଶଂସା କରିବା ସହ ଆମ୍ବଲାନ୍ସରେ ଥିବା ମହିଳା ରୋଗୀ ମଧ୍ୟ ତାଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ।

दैनिक भास्कर

ସୂଚନା ମୁତାବକ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦୋର ଗସ୍ତରେ ଯାଇଥିଲେ । ସିଏସ୍‌ପି ମନୋଜଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଭାଯାତ୍ରା କରି ବିମାନବନ୍ଦରରୁ ବାହାରି ଯାଇଥିଲେ । କିନ୍ତୁ ବେଙ୍ଗଲି କ୍ରସ୍‌ରୋଡ଼ରେ ପହଞ୍ଚିବା ପାଇଁ ତାଙ୍କୁ ସମୟ ଲାଗିଥିଲା । ଠିକ୍‌ ଏହି ସମୟରେ ଆମ୍ବୁଲାନ୍ସ ଆସିବାରୁ ତାକୁ ମୋର କିଛି ସାଥୀ ଅଟକାଇଥିଲେ । କିନ୍ତୁ ଆମ୍ବୁଲାନ୍ସ ଭିତରେ ଥିବା ମହିଳା ରୋଗୀଙ୍କ ଅବସ୍ଥାା ଦେଖି ମୁଁ ଚିନ୍ତାରେ ପଡ଼ି ଯାଇଥିଲି । ଭିଆଇପି ସିକ୍ୟୁରିଟିର ମାମଲା ହୋଇଥିବାରୁ ମୋତେ ଭାବିବାକୁ ପଡ଼ିଥିଲା । ପରେ ମୁଁ ଆମ୍ବୁଲାନ୍ସ ବାହାରିବାକୁ ଅଧିକ ଗୁରୁତ୍ୱ ଦେଇ ଭିଡ଼ ଭିତରୁ ଆମ୍ବୁଲାନ୍ସକୁ ବାହାର କରି ଡ଼ାକ୍ତରଖାନା ପଠାଇଥିଲି ।

ସମ୍ବନ୍ଧିତ ଖବର