ବିକାଶର ଶିଡ଼ି ଚଢ଼ୁଚଢ଼ୁ ‘ଫନି’ ପ୍ରହାରରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର। ଉଜୁଡ଼ି ଯାଇଥିଲା ସୌନ୍ଦର୍ଯ୍ୟ। ମାତ୍ର କିଛି ସୁଦୂରପ୍ରସାରୀ ଯୋଜନା ପାଇଁ ପୂର୍ବ ସୌନ୍ଦର୍ଯ୍ୟ ଫେରିଛି। ନୀଳ ନକ୍ସା ଆଙ୍କି ପର୍ଯ୍ୟଟନକୁ ଆଉ ପାଦେ ଆଗକୁ ନେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଏହା ମଧ୍ୟରେ ସାଂସ୍କୃତିକ ପାଣି ପାଗ ମଧ୍ୟ ଅନେକଥର ବିଗିଡ଼ିଛିି। ଚଳଚ୍ଚିତ୍ରଠୁ ନେଇ ପୁରସ୍କାର ପର୍ଯ୍ୟନ୍ତ ବିବାଦର ବୋଝ ମୁଣ୍ଡାଇଛି ସଂସ୍କୃତି ବିଭାଗ। ମାତ୍ର ଐତିହାସିକ ପଦକ୍ଷେପ ଆଶା ଜଗାଇଛି।
ପ୍ରସ୍ତୁତି: ସତ୍ୟନାରାୟଣ ରାଉତରାୟ, ସସ୍ମିତା ସାହୁ, ଅଳଙ୍କରଣ: ରବି
/sambad/media/post_attachments/wp-content/uploads/2019/12/puri-shreemandir-design-4-300x154.jpg)
୯ପର୍ଯ୍ୟଟନ ସର୍କିଟ୍, ୧୩ ପର୍ଯ୍ୟଟନସ୍ଥଳୀ ବିକାଶର ସ୍ୱପ୍ନ
ରାଜ୍ୟରେ ୯ଟି ପର୍ଯ୍ୟଟନ ସର୍କିଟ୍ ଓ ୧୩ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଉଚ୍ଚମାନର ଭିତ୍ତିଭୂମି ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯୋଜନା ହୋଇଛି। ରମ୍ଭା, ପର୍ଯ୍ୟଟନ କ୍ଲଷ୍ଟର, କଣ୍ଟିଲୋ କ୍ଲଷ୍ଟର, ଗାନ୍ଧୀ ସର୍କିଟ୍, କୋଣାର୍କ, ବୌଦ୍ଧ ସର୍କିଟ୍, ଦାରିଙ୍ଗବାଡ଼ି କମ୍ପ୍ଲେକ୍ସ, ଶାମୁକା ବେଳାଭୂମି, କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ପରିବେଶ ପର୍ଯ୍ୟଟନ, ହାଉସ୍ବୋଟ ଆଦିର ବ୍ୟବସ୍ଥା କରାଯିବା ନେଇ ପର୍ଯ୍ୟଟନ ଉପଦେଷ୍ଟା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ପୁରୀରେ ସର୍ଫିଙ୍ଗ ପର୍ବ, ଦିଲ୍ଲୀ, କୋଚି, କୋଲକାତା, ଗୌହାଟି, ବାଙ୍ଗାଲୋର, ହାଇଦ୍ରାବାଦରେ ପର୍ଯ୍ୟଟନ ରୋଡ୍ ସୋ’ର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
/sambad/media/post_attachments/wp-content/uploads/2019/12/paika-bidroh-300x113.jpg)
ପାଇକ ବିଦ୍ରୋହ ସ୍ମାରକୀର ଭିତ୍ତି ପକାଇଲେ ରାଷ୍ଟ୍ରପତି
ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ଅବସରରେ ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୦ ଏକର ଜମିରେ ନିର୍ମିତ ହେବାକୁ ଯାଉଥିବା ଏହି ସ୍ମାରକୀ ତୀର୍ଥ ସ୍ତଳ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ବୀର ପାଇକଙ୍କ ପ୍ରତିମୂର୍ତି ସହ ପାଇକ ବିଦ୍ରୋହ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ ମଧ୍ୟ ଆରମ୍ଭ ହେବ। ଏହା ସହ ଏକ ବିଶ୍ବସ୍ତରୀୟ ସଂଗ୍ରହାଳୟ ନିର୍ମାଣ କରିବାକୁ ଯୋଜନା ରହିଛି।
/sambad/media/post_attachments/wp-content/uploads/2019/12/Eco-final-300x169.jpg)
ବେଳାଭୂମିରେ ଇକୋ-ରିଟ୍ରିଟ୍
ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହୋଇଛି ଦୀର୍ଘକାଳୀନ ଉତ୍ସବ ‘ଇକୋ-ରିଟ୍ରିଟ୍’। ପର୍ଯ୍ୟଟନ ବିଭାଗ ଗୁଜୁରାଟର ରାନ୍ ଅଫ୍ କୁଚ୍ ଢାଞ୍ଚାରେ ଏହିଭଳି ଏକ ବୃହତ୍ ଉତ୍ସବର ପରିକଳ୍ପନା କରିଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ୪୯ ଦିନର ଏହି ଉତ୍ସବ ବେଶ୍ ସଫଳତା ଅର୍ଜନ କରିଛି। ୪ କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ଆୟୋଜିତ ଏହି ପରିସରରେ ୫୦ଟି ୪ କିସମର ଅସ୍ଥାୟୀ ଟେଣ୍ଟ୍ର ବ୍ୟବସ୍ଥା ସହ ଉଚ୍ଚମାନର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଏଥିସହ ଜେଟ୍ ସ୍କାଏ, ଜର୍ବିଂ, ୱାଟର ରୋଲର, ସ୍ପିଟ୍ ବୋଟିଂ, ପାରାସେଲିଂ, ଏଟିଭି, ରାଇଫଲ୍ ସୁଟିଂ, ବିଚ୍ ଭଲିଭଲ୍ ଭଳି ରୋମାଞ୍ଚ ଭରା ଖେଳ ସହ ବିଚ୍ ସ୍ପା’ର ମଜା ନେଉଛନ୍ତି ପର୍ଯ୍ୟଟକ। ଏପର୍ଯ୍ୟନ୍ତ ୬୦ ପ୍ରତିଶତ ବୁକିଂ ସରିଛି।
ଶ୍ରୀକ୍ଷେତ୍ର ପାଇଁ ସୁନେଲି ସ୍ୱପ୍ନ
ପୁରୀ ପାଇଁ ନୀଳନକ୍ସା ପ୍ରସ୍ତୁତ କରିଛନ୍ତି ସରକାର। ସୁରକ୍ଷା ଓ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମେଘନାଦ ପାଚେରି ସୀମାଠାରୁ ୭୫ ମିଟର ମଧ୍ୟରେ ଆସୁଥିବା ସମସ୍ତ ବିଲ୍ଡିଂକୁ ଉଚ୍ଛେଦ କରାଯାଇଛି। ମେଘନାଦ ପାଚେରିଠାରୁ ୧୫ ମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ଅବଶିଷ୍ଟ ୬୦ ମିଟର ଅଞ୍ଚଳରେ ଶ୍ରୀମନ୍ଦିରର ସ୍ଥାପତ୍ୟ, ଐତିହ୍ୟ, ଇତିହାସ, କାରୁକାର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ପନ୍ନ କଳାକୃତିମାନ ପ୍ରଦର୍ଶିତ ହେବ। ଶ୍ରୀ ସେତୁ ନିର୍ମାଣ ହେବା ସହ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀର ପୁନରୁଦ୍ଧାର, ଶ୍ରୀମନ୍ଦିର ସହ ସମ୍ପୃକ୍ତ ସମସ୍ତ ପୁଷ୍କରିଣୀର ପୁନରୁଦ୍ଧାର, ଅଠରନଳା ଓ ବିଭିନ୍ନ ମଠର ବିକାଶ ହେବ। ୬୦ ହଜାର ଭକ୍ତଙ୍କ ରହିବା ପାଇଁ ବନ୍ଦୋବସ୍ତ ହେବ। ‘ଅବଢ଼ା’ ଯୋଜନାରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ଖର୍ଚ ହେବ।
/sambad/media/post_attachments/wp-content/uploads/2019/12/Chilika-final-300x167.jpg)
ପର୍ଯ୍ୟଟନକୁ ଫନି ପାହାର
ପର୍ଯ୍ୟଟନ କ୍ଷେତ୍ର ପାଇଁ କାଳ ସାଜିଥିଲା ବାତ୍ୟା ‘ଫନି’। ୨ଶହ କିଲୋମିଟରରୁ ଅଧିକ ବେଗରେ ପବନ ବହିବାରୁ ପୁରୀ, କୋଣାର୍କ, ଚିଲିକା, ସାତପଡ଼ା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଉପକୂଳ ଜିଲ୍ଲାରେ ପର୍ଯ୍ୟଟନ ଓ ସଂସ୍କୃତିର ଭିତ୍ତିଭୂମି ଦୋହଲି ଯାଇଥିଲା। ରାଜ୍ୟ ସଂଗ୍ରହାଳୟଠୁ ନେଇ ଲାଇଟ୍ ସାଉଣ୍ଡ୍ ସୋ, ଜୈବ ପର୍ଯ୍ୟଟନସ୍ଥଳ ଉଜୁଡ଼ି ଯାଇଥିଲା। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ୧୦୦ କୋଟି ଟଙ୍କାର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ଏବେ ବି ଅନେକ ପର୍ଯ୍ୟଯନସ୍ଥଳୀ ରହିଛି, ଯାହା ବାତ୍ୟାର ୭ ମାସ ପରେ ମଧ୍ୟ ସୁଧୁରିପାରିନାହିଁ। ଏହା ବ୍ୟତୀତ ବାତ୍ୟା ପ୍ରଭାବରେ ୨ ମାସରେ ଓଡ଼ିଶାକୁ କେବଳ ପର୍ଯ୍ୟଟନ କ୍ଷେତ୍ରରେ ପାଖାପାଖି ୭୩୨ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ବାତ୍ୟାର କିଛିମାସ ପରେ ରଥଯାତ୍ରା ଭଳି ବିଶ୍ବ ବିଖ୍ୟାତ ପର୍ବ ସତ୍ତ୍ବେ ଦେଶୀୟ ପର୍ଯ୍ୟଟକଙ୍କ ଆଗମନ ୮୪ ପ୍ରତିଶତ ଖସି ଆସିଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୮୦ ପ୍ରତିଶତ ଖସି ଆସିଥିଲା। ପୁରୀକୁ ସେଇ ଦୁଇମାସ ମଧ୍ୟରେ ୬ଲକ୍ଷ ୬୫ ହଜାର ଦେଶୀୟ ପର୍ଯ୍ୟଟକଙ୍କ ଆଗମନ ଆଶା କରାଯାଉଥିଲେ ହେଁ ଆସିଥିଲେ କେବଳ ୧ଲକ୍ଷ ୯ହଜାର। ଅନ୍ୟୁନ ୩ହଜାର ବିଦେଶୀ ପର୍ଯ୍ୟଟକଙ୍କ ଆଗମନର ଆଶା ଥିଲେ ହେଁ ମାତ୍ର ୫୭୪ ଜଣ ଆସିଥିଲେ।
/sambad/media/post_attachments/wp-content/uploads/2019/12/Film-reel-249x300.jpg)
ରାଜ୍ୟ ଚଳଚ୍ଚିତ୍ର ନୀତିରେ ମୋହର
ବହୁ ପ୍ରତୀକ୍ଷିତ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତିରେ ଚଳିତ ବର୍ଷ କ୍ୟାବିନେଟ୍ ମୋହର ବାଜିଛି। ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣଠୁ ନେଇ ଚଳଚ୍ଚିତ୍ର ନଗର, ପ୍ରେକ୍ଷାଳୟ ପ୍ରତିଷ୍ଠା ଆଦି ପାଇଁ ରିହାତି ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଆଦି ବିଷୟବସ୍ତୁ ଆଧାରିତ ଇଂରାଜୀ, ହିନ୍ଦୀ ଓ ଅନ୍ୟାନ୍ୟ ଭାଷାର ଚଳଚ୍ଚିତ୍ର ନିର୍ମାଣ ପାଇଁ ଓଡ଼ିଶାରେ ସୁଟିଂ ନିମନ୍ତେ ପ୍ରଯୋଜକମାନଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/puri-3.jpg)