ଅନ୍ତଃନଳୀକୁ କର୍କଟ ଭଳି ରୋଗରୁ ମୁକ୍ତ ରଖିବାକୁ ଖାଆନ୍ତୁ ଆମ୍ବିଳା ଖାଦ୍ୟ

ଆମ ଶରୀରରେ ଅଧିକାଂଶ ବ୍ୟାକ୍ଟେରିଆ ବା ଅଣୁଜୀବ ଅନ୍ତଃଳନୀରେ ବସବାସ କରନ୍ତି। ଅନ୍ତଃନଳୀକୁ ସୁସ୍ଥ ଓ ସୁଖୀ ରଖିବା ‘ଗଟ୍‌ ମାଇକ୍ରୋବାୟୋଟା’ ବୋଲି କୁହାଯାଉଥିବା ଏହି ଅଣୁଜୀବର କାମ। ନିରାମୟ ସ୍ୱାସ୍ଥ୍ୟ ପରିଚାଳନାରେ ଅନ୍ତଃନଳୀ ବ୍ୟାକ୍ଟେରିଆମାନଙ୍କର ପ୍ରଭାବ ଉପରେ ଗବେଷକମାନେ ଦୀର୍ଘ ଦିନ ହେବ ଅଧ୍ୟୟନ କରି ଆସୁଥିଲେ। ଏବେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ‘ଗଟ୍‌ ମାଇକ୍ରୋବାୟୋଟା’ ବା ଉପକାରୀ ବ୍ୟାକ୍ଟେରିଆ ହିଁ ଅନ୍ତଃନଳୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଅଧ୍ୟୟନରୁ ଜଣାପଡ଼ିଛି ଯେ ଉପକାରୀ ବ୍ୟାକ୍ଟେରିଆ ଅନ୍ତଃନଳୀର ଭିତର ପାଖରେ ଥିବା ଏପିଥେଲିଆଲ୍‌ କୋଷିକାସ୍ତର ଓ ରୋଗ ପ୍ରତିରୋଧକ ବ୍ୟବସ୍ଥାର କୋଷିକାଗୁଡ଼ିକ ସହିତ ପ୍ରତିକ୍ରିୟା କରି ରୋଗ ପ୍ରତିରୋଧକ ଶକ୍ତିର ସନ୍ତୁଳନ ରକ୍ଷା କରେ ଓ ଅବାଞ୍ଛିତ ସଂକ୍ରମଣରୁ ଅନ୍ତଃନଳୀକୁ ରକ୍ଷା କରେ।

ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ ଯଦି ଉପକାରୀ ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧି କରାଯିବ ତେବେ ଇନ୍‌ଫ୍ଲେମେଟରି ବାେଓ୍ଵଲ୍‌ ଡିଜିଜ୍‌ ଭଳି ରୋଗ (ଅନ୍ତଃନଳୀ ସଂକ୍ରମଣ ରୋଗ) ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ତାହା ଉତ୍ତମ କାମ କରିବ।

ଅନ୍ୟ ଏକ ଗବେଷଣା ଅନୁସାରେ ବ୍ରୋକୋଲି ଏବଂ ଉପକାରୀ ବ୍ୟାକ୍ଟେରିଆ ମିଶାଇ ଖାଇଲେ କୋଲୋରେକ୍ଟାଲ୍‌ କ୍ୟାନ୍‌ସର୍‌ ଆରୋଗ୍ୟ ହୋଇ ପାରିବ। ଖାଲି ସେତିକି ନୁହେଁ, ଅସ୍ତ୍ରୋପଚାର ଯୋଗେ କଢ଼ା ଯାଇଥିବା ଅର୍ବୁଦ ସ୍ଥାନରେ ରହି ଯାଇଥିବା କ୍ୟାନ୍‌ସର୍‌ ସେଲ୍‌ଗୁଡ଼ିକୁ ମଧ୍ୟ ଉପକାରୀ ବ୍ୟାକ୍ଟେରିଆ ନିଷ୍କାସନ କରି ଦିଅନ୍ତି।

ଶରୀର ମଧ୍ୟକୁ ଉପକାରୀ ବ୍ୟାକ୍ଟେରିଆ ଛାଡ଼ିବାର ମାଧ୍ୟମ ହେଉଛି ଖାଦ୍ୟ। ଏଥର ଜାଣନ୍ତୁ ସେମିତି କିଛି ଖାଦ୍ୟ ବିଷୟରେ।

ଶରୀର ମଧ୍ୟକୁ ବିଭିନ୍ନ କିସମର ଉପକାରୀ ବ୍ୟାକ୍ଟେରିଆ ଛାଡ଼ିଲେ ସ୍ୱାସ୍ଥ୍ୟ ଭଲ ରହେ। ଚର୍ବି ଓ ଶର୍କରା ଖାଇବା କମାଇ ଦିଅନ୍ତୁ। ତା’ପରିବର୍ତ୍ତେ ସୁଷମ ଫଳ, ପିନିପରିବା ଏବଂ ଉତ୍ତମ ତେଲ ଖାଆନ୍ତୁ।

ଆମ୍ବିଳି ଖାଦ୍ୟ ଖାଆନ୍ତୁ। ଭାରତୀୟ ଭୋଜନରେ ଅନେକ ଆମ୍ବିଳି ଖାଦ୍ୟ ରହିଛି। ବାସି ପଖାଳ, ଇଡ୍‌ଲି, ଦୋସା, ଧୋକା ଓ ଦହି ଆଦି ଆମ୍ବିଳି ଖାଦ୍ୟ ଅନ୍ତର୍ଭୁକ୍ତ।
ଅନ୍ତଃନଳୀରେ ଉପକାରୀ ବ୍ୟାକ୍ଟେରିଆ ଛାଡ଼ିବା ପାଇଁ ଜନ୍ମରୁ ଅନ୍ତତଃ ୬ ମାସ ଯାଏଁ ଛୁଆକୁ ସ୍ତନ୍ୟପାନ କରାନ୍ତୁ।

ସମ୍ବନ୍ଧିତ ଖବର