ଅଭିଶପ୍ତ ଛୁରିକା

୧୯୧୭ର କଥା। ଆଫ୍ରିକାର କିଛି ଅଞ୍ଚଳ, ଜର୍ମାନି ଅଧିକାରରେ ଥିଲା। ଲେଫଟ୍‌ନାଣ୍ଟ୍‌ ଫ୍ରୋଲିଚ୍‌ ନାମକ ଜର୍ମାନ୍‌ ସେନା ଅଧିକାରୀ କୌଣସି ସୂତ୍ରରୁ ଜାଣିଲେ ଯେ, ହିରିରୋ ସ˚ପ୍ରଦାୟର ମୁଖ୍ୟଙ୍କୁ ଗୋଟିଏ ଗୁପ୍ତ-ଧନ ଭଣ୍ତାରର ଠିକଣା ଜଣା ଅଛି। ଫ୍ରୋଲିଚ୍‌, ସେହି ଆଦିବାସୀ ମୁଖିଆ ଏବ˚ ତାଙ୍କର ପତ୍ନୀଙ୍କୁ ଉଠାଇଆଣିଲେ। ସେମାନଙ୍କ ପାଖରୁ ମିଳିଲା ସୁନା ବେଣ୍ଟ ଥିବା ସୁଦୃଶ୍ୟ ଛୁରିଟିଏ। ଛୁରିକୁ ଦେଖି ଫ୍ରୋଲିଚ୍‌ଙ୍କର ଲୋଭ ବହୁଗୁଣିତ ହେଲା ଏବ˚ ସେ ନିଜର ହିତାହତ ଜ୍ଞାନ ହରାଇ ଧନ ଭଣ୍ତାରର ଠିକଣା ପାଇବା ଲାଗି ଆଦିବାସୀ ମହିଳାଙ୍କ ଉପରେ ଅବର୍ଣ୍ଣନୀୟ ଅତ୍ୟାଚାର ଆରମ୍ଭ କରିଦେଲେ। ମୁଖିଆ ଶେଷରେ ଠିକଣା କହିଦେଲେ। ତଥାପି ତାଙ୍କୁ ନିସ୍ତାର ମିଳିଲାନାହିଁ। ଫ୍ରୋଲିଚ୍‌ ଏବ˚ ତାଙ୍କ ସାଥୀମାନେ, ସ୍ବାମୀ-ସ୍ତ୍ରୀଙ୍କ ସହ ଧନ ଭଣ୍ତାର ନିକଟରେ ରହୁଥିବା ସମସ୍ତ ଆଦିବାସୀଙ୍କୁ ହତ୍ୟା କଲେ। ଧନ ମିଳିବା ପରେ ବି ରକ୍ତପାତ ବନ୍ଦ ହେଲାନାହିଁ। ଫ୍ରୋଲିଚ୍‌ ଏବ˚ ତାଙ୍କର ଜଣେ ସାଥୀ, ଅନ୍ୟ ଜର୍ମାନ୍‌ଙ୍କୁ ହତ୍ୟା କଲେ। ସେହି ଭୟଙ୍କର ଦୃଶ୍ୟ ଲୁଚି ଦେଖୁଥିଲେ ଆଉ କିଛି ଆଦିବାସୀ।

ଆକ୍ରମଣକାରୀଙ୍କ ସ˚ଖ୍ୟା କମିଯିବା ଦେଖି, ସେମାନେ ହଠାତ୍‌ ଅତର୍କିତ ଭାବେ ଆକ୍ରମଣ କରି ରାତିର ଅନ୍ଧକାରରେ ଫ୍ରୋଲିଚ୍‌ ଏବ˚ ତାଙ୍କ ସାଥୀଙ୍କୁ ହତ୍ୟା କଲେ। ମୃତ ଶରୀରମାନଙ୍କ ଗହଣରେ ପଡ଼ିରହିଲା, ସେହି ଧନ। ଆଦିବାସୀଙ୍କ ପାଇଁ ତାହା ଥିଲା ମୂଲ୍ୟହୀନ ଏବ˚ ଛୁରିଟି ଅଭିଶପ୍ତ। ଧନ, ଛୁରି ଏବ˚ ମର-ଶରୀରଗୁଡ଼ିକ ବାଲି ତଳେ ପୋତି ହୋଇ, ପଡ଼ିରହିଲା ପଚିଶ ବର୍ଷ। ଦିନେ ସେହି ସ୍ଥାନରେ ଦୈବାତ୍‌ ଝୁଣ୍ଟି ପଡ଼ିବାରୁ ଦୁଇ ସାଙ୍ଗ ତାହାର ସ˚ଧାନ ପାଇଲେ। ଧନ ଓ ଛୁରି ସହ ସେମାନେ ବାହାରିଲେ ସହରକୁ। ପଥ ମଧୢରେ ଜଣକ ହାତରେ ନିହତ ହେଲା, ଅନ୍ୟ ଜଣକ, ସେହି ଛୁରିରେ। ଦ୍ବିତୀୟ ଜଣକ ସୁଦ୍ଧା ପହଞ୍ଚିପାରିଲାନାହିଁ ସହରରେ। ବାଟରେ ଡକାଏତଙ୍କ ହାବୁଡ଼ରେ ପଡ଼ି ତା’ର ପ୍ରାଣ ଗଲା। ଡକାଏତମାନେ ସେତକ ବିକିଥିଲେ ଯେଉଁ ବ୍ୟବସାୟୀଙ୍କୁ, ଦିନ କେତେଟି ପରେ ସେ ସପତ୍ନୀକ ପ୍ରାଣ ହରାଇଥିଲେ। କିଛି ଦିନ ପରେ ଦୁର୍ଘଟନାରେ ଜୀବନ ଯାଇଥିଲା ତାଙ୍କ ଉତ୍ତରାଧିକାରୀଙ୍କର।

ଏମିତି କ୍ରମେ ଧନତକ କୁଆଡ଼େ ଗଲା କେହି ଜାଣନ୍ତିନାହିଁ। ତେବେ, ଛୁରି ଯାହା ଯାହା ପାଖକୁ ଗଲା, ସେମାନେ ହରାଇଲେ ନିଜ ନିଜର ପୈତୃକ ପ୍ରାଣ। ଅଭିଶପ୍ତ ଛୁରିଟି ଶେଷରେ ଯାଇ ପହଞ୍ଚିଥିଲା ଆମେରିକାରେ। ସେଠାରେ ମଧୢ ଛୁରିର କୁଖ୍ୟାତି ଉପଲବ୍‌ଧି କରିବାକୁ ଲାଗିଲେ ଅନେକେ। ତା’ ସ˚ସ୍ପର୍ଶରେ ଆସି ଏକାଧିକ ବ୍ୟକ୍ତି ପ୍ରାଣ ହରାଇବା ପରେ, ତାହାକୁ ଆଉ କେହି ରଖିବାକୁ ଆଗ୍ରହ ପ୍ରକାଶ କଲେନାହିଁ। ଏବେ ତାହା କେଉଁଠି କେହି ଜାଣନ୍ତିନାହିଁ।

ସମ୍ବନ୍ଧିତ ଖବର