ରେସ୍ତୋରାଁ ପରିଚାରିକାଙ୍କୁ ଗ୍ରାହକଙ୍କ କାର୍ ଉପହାର !

ପ୍ରତିଦିନର ଜୀବିକା ଅର୍ଜନ ପାଇଁ ଅଣନିଃଶ୍ୱାସୀ ହୋଇ ଦୌଡ଼ୁଥିବା ବ୍ୟକ୍ତିଙ୍କ ସ˚ଖ୍ୟା ଏଠି ଅନେକ। ଏହିପରି ଜଣେ ମହିଳା ହେଉଛନ୍ତି ଏଡ୍ରିୟାନା ଏଡୱର୍ଡ‌୍‌ସ ଯିଏ ଆମେରିକାର ଗୋଟିଏ ରେସ୍ତୋରାଁରେ ପରିଚାରିକା (ୱେଟର‌୍‌) ଭାବେ କାମ କରନ୍ତି। ତାଙ୍କ ଘର ଟେକ୍ସାସ ଅନ୍ତର୍ଗତ ଗଲବେଷ୍ଟନ୍‌ରେ। ରେସ୍ତୋରାଁରେ ପହଞ୍ଚିବା ଲାଗି ସେ ପ୍ରତିଦିନ ବାଇଶ କିଲୋମିଟର‌୍‌ ରାସ୍ତା ଚାଲି ଚାଲି ଆସନ୍ତି ଏବ˚ ଏଥିପାଇଁ ତାଙ୍କୁ ପାଞ୍ଚ ଘଣ୍ଟା ସମୟ ଲାଗେ। ଏକଦା ସେହି ରେସ୍ତୋରାଁକୁ ଏକ ଦ˚ପତି ଖାଇବାକୁ ଆସିଥିବାବେଳେ ଏଡ୍ରିୟାନାଙ୍କ ବାବଦରେ ଜାଣିବାକୁ ପାଇଲେ। ଏ କଥା ବି ଦ˚ପତିଙ୍କ କାନରେ ପଡ଼ିଲା ଯେ ଏଡ୍ରିଆନା କିପରି ନିଜେ ଗୋଟିଏ କାର‌୍‌ ଖରିଦ ଉଦ୍ଦେଶ୍ୟରେ ପ୍ରତି ମାସ ନିଜ ଦରମାରୁ କିଛି ଟଙ୍କା ବଞ୍ଚାଇ ରଖୁଛନ୍ତି। ଏଡ୍ରିଆନାଙ୍କ ସ˚ଘର୍ଷପୂର୍ଣ୍ଣ ଜୀବନ କଥା ଶୁଣିବା ପରେ ସେହି ଦ˚ପତି ତାଙ୍କୁ ଗୋଟିଏ କାର କିଣି ଉପହାର ଦେଇଛନ୍ତି। ଅଜଣା ଗ୍ରାହକଙ୍କ ଠାରୁ ଅକସ୍ମାତ୍ ଏଭଳି ଉପହାର ଏଡ୍ରିଆନାଙ୍କୁ ସ୍ୱପ୍ନ ଭଳି ଲାଗିଥିଲା ଏବଂ ଖୁସିରେ ତାଙ୍କ ଆଖିରୁ ଲୁହ ବହିଯାଇଥିଲା। ବଦାନ୍ୟ ଦ˚ପତିିଙ୍କୁ ସେ କୃତଜ୍ଞତା ଜଣାଇଥିଲେ। ଏବେ ଏଡ୍ରିଆନାଙ୍କୁ ରେସ୍ତୋରାଁରେ ପହଞ୍ଚିିବା ଲାଗି ମାତ୍ର ଅଧଘଣ୍ଟାଏ ସମୟ ଲାଗୁଛି।

ସମ୍ବନ୍ଧିତ ଖବର