ଏଣିକି ବିନା ୱାରେଣ୍ଟରେ ଅପରାଧୀଙ୍କୁ ଗିରଫ କରିପାରିବେ ପୁଲିସ ଅଧିକାରୀ !

ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ। ସାଇବର କ୍ରାଇମ୍‌ଠାରୁ ଆରମ୍ଭ କରି ବହୁ ଅପରାଧିକ ଘଟଣାମାନ ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଦେଶରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏବେ ସରକାର ନୂଆ ନିୟମ ଜାରି କରିଛନ୍ତି। ଯାହାଫଳରେ ଏଣିକି ବିନା ୱାରେଣ୍ଟରେ ଅପରାଧୀଙ୍କୁ ଗିରଫ କରିପାରିବେ ପୁଲିସ ଅଧିକାରୀ।

କେନ୍ଦ୍ର ସରକାର ଦେଶରେ ବଢୁଥିବା ସାଇବର୍ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଟି ଆକ୍ଟରେ ପ୍ରମୁଖ ସଂଶୋଧନ କରିବାକୁ ଯାଉଛି । ଏହି ଆକ୍ଟ ଅନୁସାରେ ସବୁ ଇନସ୍ପେକ୍ଟର ସ୍ତରର ପୁଲିସ୍ ଅଧିକାରୀଙ୍କୁ ଏହି ଅଧିକାର ସୁବିଧା ପ୍ରଦାନ କରାଯିବ । ଏହି ଆକ୍ଟରେ ପୁଲିସ୍ ଅଧିକାରୀଙ୍କୁ କୌଣସି ବ୍ୟକ୍ତି କିମ୍ବା ସ୍ଥାନର ଯଞ୍ଚ୍, ନିରୀକ୍ଷଣ କିମ୍ବା ପ୍ରମୁଖ କାରଣକୁ ନଜରରେ ରଖି ବିନା ୱାରେଣ୍ଟରେ ସନ୍ଦିଗ୍ଧକୁ ଗିରଫ କରିପାରିବେ ।

ଏହି ନିୟମ ଲାଗୁ ହେଲେ ସାଇବର୍ ଅପରାଧୀଙ୍କ ଧରିବା ଗତି ଆଉ ଧିର ହେବନାହିଁ । ପୂର୍ବରୁ ଏଥିପାଇଁ ସଠିକ୍ ନିୟମ ନଥିବାରୁ ଅପରାଧିକୁ ଧରିବା ଖୁବ୍ କଷ୍ଟକର ହୋଇପଡୁଥିଲା । ଆଇଟି ଆକ୍ଟର ସଂଶୋଧନରେ ସାଇବର୍ ଅପରାଧ ମାମଲାକୁ ଦେଖାଶୁଣା କରୁଥିବା ଅଧିକାରୀଙ୍କୁ ସଂରକ୍ଷଣ କରିବାର ଅଧିକାର ମଧ୍ୟ ରହିବ । ମୁଖ୍ୟ କାରଣ ଦର୍ଶାଇ ସନ୍ଦିଗ୍ଧ ବ୍ୟକ୍ତି ,କମ୍ପାନୀ କିମ୍ବା ଅନ୍ୟ କୌଣସି ଯବାବ୍ କାନୁନ୍ ମାମଲା କରିପାରିବେ ନାହିଁ ।

ଅଶ୍ଲିଳ ମେସେଜ୍ କିମ୍ବା ଫଟୋ, ଭିଡିଓ ଅନ୍ୟ କାହାକୁ ପଠାଇଲେ ହେବ କାନୁନ୍ :

ସଂଶୋଧନରେ ଅଶ୍ଲିଳ ସାମଗ୍ରୀର ପ୍ରସାରକୁ ରୋକିବା ପାଇଁ ନୂଆ ଇଲେକ୍ଟ୍ରୋନିକ୍ ମାଧ୍ୟମକୁ ସାମିଲ୍ କରାଯାଇଛି । ଏହି ଆକ୍ଟ ଅନୁସାରେ ଅଶ୍ଲିଳ ସାମଗ୍ରୀ ଡାଉନଲୋଡ୍ କରି ଅନ୍ୟ ଲୋକଙ୍କୁ ପଠାଇବା କାମ କରିବାରେ ପୁଲିସ୍ ସହଜରେ ଆପଣଙ୍କୁ ଗିରଫ କରିପାରିବ । ବର୍ତ୍ତମାନ ସମୟରେ ଇଣ୍ଟରନେଟରେ ଚାଲୁଥିବା ବିଭିନ୍ନ ଆପରେ ଅଶ୍ଲିଳ ସାମଗ୍ରୀ ରହିବା ଫଳରେ ଏହାର ପ୍ରସାର ମଧ୍ୟ ସହଜରେ ଓ ସ୍ୱଳ୍ପ ସମୟ ମଧ୍ୟରେ ହୋଇଯାଇଥାଏ । କିନ୍ତୁ ବିଡମ୍ବନାର କଥା ଏହା ବିରୋଦ୍ଧରେ କୌଣସି କାନୁନ୍ ନାହିଁ ।

ସମ୍ବନ୍ଧିତ ଖବର