ଜାଣନ୍ତୁ, ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ କିପରି କରିବେ ଅଭିଯୋଗ?

ଏବେ ଦେଶରେ କ୍ୟାସଲେସ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପ୍ରାୟ ସମସ୍ତ କାରବାର ଅନ୍‌ଲାଇନ୍‌ରେ ହେଉଛି। ଦିନକୁ ଦିନ ଅନ୍‌ଲାଇନ୍‌ କାରବାର ବୃଦ୍ଧି ପାଉଥିବା ବେଳେ ଅନ୍‌ଲାଇନ୍‌ ଠକେଇ ଏବେ ଚିନ୍ତାର କାରଣ ପାଲଟିଛି। ଅନେକ ସମୟରେ ଲୋକମାନେ ଅନ୍‌ଲାଇନ୍‌ର ଶିକାର ହେଉଥିବା ବେଳେ ଭାରତରେ ପ୍ରାୟ ପ୍ରତି ୧୦ ମିନିଟ୍‌ରେ ସାଇବର ଅପରାଧ ଘଟୁଛି। ଚଳିତ ବର୍ଷ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ପାଖାପାଖି ୨୭,୪୮୨ରୁ ଅଧିକ ସାଇବର ମାମଲା ରୁଜୁ କରାଯାଇଛି। ବିଗତ ୩ ବର୍ଷ ମଧ୍ୟରେ ଏହି ମାମଲା ୧.୭୧ ବୃଦ୍ଧି ପାଇଛି। ତେବେ ସୂଚନା ଅନୁସାରେ ସାଇବର ଅପରାଧ ଲଗାତାର ବଢ଼ିବାରେ ଲାଗିଛି। ଏଥିମଧ୍ୟରୁ ସବୁ ସାଇବର ମାମଲା ପୋଲିସ ପାଖକୁ ଆସିପାରେନି। ଆଉ ଅନେକ ବ୍ୟକ୍ତି ଏକଥା ମଧ୍ୟ ଜାଣି ନାହାନ୍ତି, ଅନଲାଇନ ଠକେଇର ଶିକାର ହେଲେ କିପରି ଅଭିଯୋଗ କରାଯାଏ।

କେଉଁଠି କରିବେ ଅଭିଯୋଗ?

ସାଇବର ଅପରାଧର ପ୍ରାୟତଃ ମାମଲା ଇନଫରମେସନ ଟେକ୍ନାଲେିଜି ଆକ୍ଟ (ଆଇଟି) ନିୟମ ୨୦୦୦ ଅନୁସାରେ ରୁଜୁ କରାଯାଏ। ଗତ ୨୦୦୮ରେ ଏନେଇ ଆଇଟି ନିୟମରେ ସଂଶୋଧନ ହୋଇଛି। ଏହା ବ୍ୟତୀତ ଅନେକ ମାମଲା ଆଇଟି ନିୟମ ଓ ଆଇପିସି ଅନୁସାରେ ମାମଲା ରୁଜୁ କରାଯାଏ। ଏଥିରୁ ସ୍ପଷ୍ଟ ହେଉଛି ସାଇବର ଅପରାଧ ଅନୁସାରେ ସମସ୍ତ ମାମଲା କେବଳ ଆଇଟି ନିୟମ କଭର ହୋଇପାରେନି। ଆଇପିସିରେ ମଧ୍ୟ କେସ କରାଯାଏ।

ଏହା ବ୍ୟତୀତ ସାଇବର ଅପରାଧର ଅଭିଯୋଗ ପୁଲିସ ଷ୍ଟେସନରେ ମଧ୍ୟ କରାଯାଇପାରିବ। ଅନ୍ୟ ଅପରାଧିକ ମାମଲା ପରି ହିଁ ଏହି ମାମଲା ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇପାରିବ। ସମସ୍ତ ଥାନାରେ ଥାଏ ଏକ ସାଇବର କ୍ରାଇମ ସେଲ୍‌ । ଯଦି ଆପଣଙ୍କ ସହ ଅନଲାଇନ୍‌ ଠକେଇ ହୋଇଛି ତେବେ ଆପଣ ସାଇବର ସେଲରେ ଅଭିଯୋଗ କରିପାରିବେ। ଗୃହ ମନ୍ତ୍ରାଳୟରେ ମଧ୍ୟ ମହିଳା ଓ ଶିଶୁଙ୍କ ସହ ହେଉଥିବା ଅନଲାଇନ ଅପରାଧ ବିରୋଧରେ ଅଭିଯୋଗ କରାଯାଇପାରିବ।ଏଥିପାଇଁ ଗୃହ ମନ୍ତ୍ରାଳୟ ତା’ର ଆପ୍‌ ଲଂଚ କରିବା ପାଇଁ ଯାଉଛି ।

photo by : socialpost.news

କେଉଁ ମାମାଲାରେ କେଉଁ ଧାରା ଲାଗେ :

ହାକିଂ, ଡାଟା ଚୋରୀ, ଭାଇରସ ଆଟାକ ଓ କୌଣସି ପ୍ରକାର କୋଡ଼କୁ ଡିକୋଡ଼ କରିବା ଆଦି ମାମଲା ପାଇଁ ଆଇଟି ନିୟମର ଧାରା ୬୬ ଓ ଧାରା ୪୩ ଅନୁସାରେ ମାମଲା ରୁଜୁ କରାଯାଏ। ଅନ୍ୟପଟେ କ୍ରେଡିଟ୍‌ ସ ଡେବିଟର ଚୋରି, ମୋବାଇଲ ସିମ୍‌ କାର୍ଡ଼ର ନକଲ ଏବଂ ଏହି ସମ୍ମନ୍ଧୀତ ମାମଲା ପାଇଁ ଆପିପିସ ଧାରାରେ ମାମଲା ରୁଜୁ କରାଯାଏ । ଏହି ମାମଲା ଗୁଡ଼ିକ ପାଇଁ ଆଇପିସ ଧାରା ୪୬୩ ଓ ଧାରା ୪୭୧ ଅନୁସାରେ ମାମଲା ରୁଜୁ କରାଯାଏ। ଏହା ବ୍ୟତୀତ ଅନଲାଇନ ଠକେଇ ମାମାଲାରେ ଆଇଟି ନିୟମର ଧାରା ୬୬ଡି ଅନୁସାରେ କେସ କରାଯାଇପାରିବ। ଏହାସହ ଅଶ୍ଳୀଳତା ମାମଲାରେ ଆଇପିସି ସହ ଆଇଟି ନିୟମର ଧାରା ୬୬ଇ ଓ ୬୭ଏ ଅନୁସାରେ କେସ୍‌ ଫାଇଲ କରିପାରିବେ।

ସମ୍ବନ୍ଧିତ ଖବର