ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ କ୍ଲୋନିଂ ଠକେଇ
ଆଜିକାଲି ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ସର୍ବାଧିକ ବ୍ୟବହୃତ ସାମାଜିକ ଗଣମାଧ୍ୟମ ହୋଇଥିବାରୁ ସାଇବର ଠକ କ୍ଲୋନିଂ ପାଇଁ ଏହାକୁ ବ୍ୟବହାର କରନ୍ତି। ବିଶେଷ କରି ନେତା, ମନ୍ତ୍ରୀ, ସମାଜସେବୀ ଓ ବିଶିଷ୍ଟ ଲୋକଙ୍କ ଫେସ୍ବୁକ୍ ଆକାଉଣ୍ଟ କ୍ଲୋନିଂ କରି ସେମାନଙ୍କ ପରିବାର ଓ ବନ୍ଧୁଙ୍କୁ ମେସେଜ୍ କରନ୍ତି ସାଇବର ଠକ। ରାତିଅଧିଆ ଅସମୟରେ ଅସୁବିଧାରେ ପଡ଼ିଥିବା କହି କିଛି ଟଙ୍କା ସାହାଯ୍ୟ କରିବାକୁ କହନ୍ତି।
କେତେବେଳେ ସ୍ତ୍ରୀର ଦେହ ଖରାପ ତ’ କେତେବେଳେ ଭାଇର ଦେହ ଖରାପ କହି ଫୋନ୍ ପେ’ ଓ ଗୁଗୁଲ୍ ପେ’ ନମ୍ବର ପଠାଇ ଟଙ୍କା ମାଗନ୍ତି। ଉକ୍ତ ନମ୍ବରରେ ଟଙ୍କା ପଠାଇବା ମାତ୍ରେ ସାଇବର ଠକ ହ୍ୟାକ୍ କରି ଉକ୍ତ ଆକାଉଣ୍ଟ୍ରୁ ଟଙ୍କା ଖାଲି କରିଦିଅନ୍ତି। ନିକଟରେ ଓଡ଼ିଶା ଗୃହମନ୍ତ୍ରୀଙ୍କ ଆକାଉଣ୍ଟ କ୍ଲୋନିଂ କରାଯାଇ ସାଇବର ଠକ ଟଙ୍କା ମାଗୁଥିବା ନଜରକୁ ଆସିଥିଲା। ଏହା ବ୍ୟତୀତ ସାଇବର ଠଂକମାନେ ଏକାଧିକ ଲୋକପ୍ରିୟ ଫେସ୍ବୁକ୍ ପେଜ୍ ହ୍ୟାକ୍ କରି ଫଲୋଅର୍ସମାନଙ୍କୁ ଟଙ୍କା ମାଗୁଥିବା ନଜିର ମଧ୍ୟ ରହିଛି।
କ୍ୟୁଆର୍ କୋଡ୍ ସ୍କାନିଂ
ପୁରୁଣା ଜିନିଷ କିଣାବିକା କରିବା ପାଇଁ ଗୁଗୁଲ୍ରେ ଓଏଲ୍ଏକ୍ସ ଠୁ ଆରମ୍ଭ କରି ଫେସ୍ବୁକ୍ ପର୍ଯ୍ୟନ୍ତ ଅନେକ ସାମାଜିକ ଗଣମାଧ୍ୟମ ସାଇଟ୍ ଉପଲବ୍ଧ ଅଛି। ଏଥିରେ କିଛି ପୁରୁଣା ଜିନିଷ ବିକ୍ରି କରିବା ପାଇଁ ଆପଣ ଦେଇଥିବା ବିଜ୍ଞାପନକୁ ଦେଖି ସାଇବର ଠକ ତା’ ନିଜ ଆଡ଼ୁ ଫୋନ୍ କରେ। ଜିନିଷ କିଣିବାର ଅଛି କହି ଟଙ୍କା ଦେବାକୁ କୁହେ। ମାତ୍ର ସେ ଯେହେତୁ ଆର୍ମିରେ ଚାକିରି କରିଛି ଅନ୍ଲାଇନ୍ରେ ଟଙ୍କା ପଠାଇବା ସହ ପ୍ୟାକିଂ କରି ଜିନିଷ ନେବାକୁ କୁହେ। ଅନ୍ଲାଇନ୍ରେ ଟଙ୍କା ପଠାଇବା ପାଇଁ ନିଜ ଆଡ଼ୁ ଏକ କ୍ୟୁଆର୍ କୋଡ୍ ପଠାଇ ଟଙ୍କା ନେବାକୁ କହେ। ଉକ୍ତ କ୍ୟୁଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ସାଇବର ଠକ ଟଙ୍କା ଲୁଟିନିଏ।
ତେବେ ଏହି ଠକେଇକୁ ସାଇବର ବିଶେଷଜ୍ଞ କ୍ୟୁଆର୍ କୋଡ୍ ସ୍କାମ୍ ମଧ୍ୟ କହିଛନ୍ତି। ଏହି କ୍ୟୁଆର୍ କୋଡ୍କୁ ବ୍ୟବହାର କରି ସାଇବର ଠକ ବ୍ୟବସାୟରେ ଲିପ୍ତ ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି। ନୂଆପଲ୍ଲୀର ଜଣେ ଇଟା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଇଟା ଅର୍ଡର କରିବା ପରେ କ୍ୟୁଆର୍ କୋଡ୍ ପଠାଇ ଲକ୍ଷେ ୧୮ହଜାର ଟଙ୍କା ଲୁଟିଥିଲେ। ସେହିଭଳି ଘର ଭଡ଼ା ନେବା ବାହାନାରେ ମଧ୍ୟ ସାଇବର ଠକ କ୍ୟୁଆର୍ କୋଡ୍ ପଠାଇ ଟଙ୍କା ଠକିନେଉଥିବା ଜଣାପଡ଼ିଛି।
ଲଟେରି/କେବିସି ସ୍କାମ୍
ଏସିଆର ୬ରୁ ୭ଟି ପ୍ରମୁଖ ଦେଶକୁ ନେଇ ଏକ ଲଟେରି ହୋଇଥିଲା। ଏହି ଲଟେରିରେ ଆପଣଙ୍କ ନମ୍ବର ଚୟନ ହୋଇଛି। ଆପଣଙ୍କୁ ଆମ କମ୍ପାନି ପକ୍ଷରୁ ୧୦ କୋଟି ଟଙ୍କା ଦିଆଯିବ। କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ବିଦେଶରେ ଥିବାରୁ ଟଙ୍କା ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ସ୍ଥାନାନ୍ତରଣ ହେବ। ଏଥିପାଇଁ କିଛି ପ୍ରୋସେସିଂ ଫି’ ରହିଛି। ପ୍ରୋସେସିଂ ଫି’ ଦେବା ପରେ ଆପଣଙ୍କ ଆକାଉଣ୍ଟ୍ରେ ଟଙ୍କା ଜମା ହୋଇଯିବ। ସାଇବର ଠକ ଏହିଭଳି ଅଭିନବ ଉପାୟରେ ହ୍ବାଟ୍ସଆପ୍ରେ ଭଏସ୍ ମେସେଜ୍ ପଠାଇ ଲୋକଙ୍କୁ ଠକିବାକୁ ଚେଷ୍ଟା କରେ। ଏହିଭଳି ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ହ୍ୟାକର୍ର ମୂଳ ଚେର ପାକିସ୍ତାନରେ ବୋଲି ଜଣାପଡ଼ିଛି। ସେହିଭଳି ଅଭିନେତା ଅମିତାଭ ବଚ୍ଚନଙ୍କ ବହୁଚର୍ଚ୍ଚିତ ସୋ’ କୌନ୍ ବନେଗା କରୋଡ୍ପତି ନାଁରେ ମଧ୍ୟ ସାଇବର ଠକ ହ୍ବାଟ୍ସଆପ୍ରେ ମେସେଜ୍ ପଠାଏ। କେବିସି ଭଳି ଏଥିରେ ମଧ୍ୟ ହ୍ବାଟ୍ସଆପ୍ରେ ସାଇବର ଠକ କିଛି ଅତି ସହଜ ପ୍ରଶ୍ନ ପଚାରେ ଯେମିତିକି ଯେ କେହି ଏହାର ଉତ୍ତର ଦେଇପାରିବ। ଏହା ପରେ ଆପଣ ଉତ୍ତର ଦେଇଥିବାରୁ ଟଙ୍କା ମିଳିବ ବୋଲି ବ୍ୟାଙ୍କ୍ ଆକାଉଣ୍ଟ୍ ଓ ସବିଶେଷ ତଥ୍ୟ ମାଗେ। ଏହି ଆଳରେ ଟଙ୍କା ଲୁଟିନିଏ।
୫ ବର୍ଷରେ ୫୩୯୦ ମାମଲା
ସାଇବର ଅପରାଧୀଙ୍କ ଟାର୍ଗେଟ୍ରେ ଓଡ଼ିଶା। ଓଡ଼ିଶାରେ ସାଇବର ଅପରାଧ ଉପରମୁହାଁ ହୋଇ ଚାଲିଛି। ବିଗତ ୫ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ ଜଣାପଡ଼ୁଛି। ଏପରିକି ୨୦୨୦ରେ ଓଡ଼ିଶା ସାରା ଦେଶରେ ୬ ନମ୍ବରରେ ରହିଛି। ୨୦୧୯ରେ ୧୪୭୫ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୧୯୩୧ରେ ପହଞ୍ଚିଛି। ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନସିଆରବି) ତଥ୍ୟରୁ ଏହା ଜଣାପଡ଼ିଛି। ଯାହାକି ବେଶ୍ ଚିନ୍ତାଜନକ। ତେଣୁ ସାଇବର ଅପରାଧର ମୁକାବିଲା କରିବା ଏବେ ଓଡ଼ିଶା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି।
/sambad/media/post_attachments/wp-content/uploads/2021/06/cyber-crime-Complete-Controller-1-1030x687-2.jpg)
ସାଇବର ଠକ ବ୍ୟବହାର କରୁଥିବା କିଛି ପ୍ରମୁଖ ଆଳ:
ସେକ୍ସଟର୍ସନ
ନ୍ୟୁଡ୍ କଲ୍
ଲିଙ୍କ୍ ସ୍କାମ୍(ମାଲ୍ୱେର୍)
ସାମାଜିକ ଗଣମାଧ୍ୟମର
ଆକାଉଣ୍ଟ୍ କ୍ଲୋନିଂ
ରାନ୍ସମ୍ୱେର
ଲଟେରି
ଅନ୍ଲାଇନ୍ ଚିଟ୍ଫଣ୍ଡ୍
କ୍ୟୁଆର୍ କୋଡ୍
ଦେହ ବ୍ୟବସାୟ
ଫେକ୍ କଲ୍
କ୍ରେଡିଟ୍ କାର୍ଡ/ ସିମ୍ ଅପ୍ଡେଟ୍
ଡେଟିଂ ସାଇଟ୍
ଅକେଜନ୍(ପର୍ବପର୍ବାଣି)
ଟାଵାର୍
ୟୁପିଆଇ ଫ୍ରଡ୍
ଓଏଲ୍ଏକ୍ସ
ଟିକାକରଣ
ଟେଲିମେଡିସିନ୍ ଓ ମେଡିସିନ୍
ଆଇସିୟୁ ବେଡ୍, ଅକ୍ସିମିଟର, ଅମ୍ଳଜାନ ସିଲିଣ୍ଡର
ଯୋଗାଇବା ନାଁରେ
କୋଭିଡ୍ ସବ୍ସିଡି ଓ ଋଣ
କରୋନା ଟେଷ୍ଟିଂ ଆଳରେ
ଡୋନେସନ୍ ଓ ଚାରିଟି
ଅନ୍ଲାଇନ୍ ଖାଦ୍ୟ
ଓ ମଦ ଡେଲିଭରି ନାଁରେ
ମ୍ୟାଟ୍ରିମୋନିଆଲ୍