ନୂଆଦିଲ୍ଲୀ: ଗୋଟିଏ ବେଳା ଖାଇବା ନଖାଇଲେ ଭୋକରେ ପେଟ କ’ଣ ହୋଇଯାଇଥାଏ। କୌଣସି ମଣିଷ ବିନା ଖାଦ୍ୟରେ ବଞ୍ଚି ପାରିବ ନାହିଁ ବୋଲି ଆମେ ଜାଣିଛୁ। କିନ୍ତୁ ନିକଟରେ ଜଣେ ମହିଳା କିଛି ନ ଖାଇ ଜୀବନ ବିତାଉଥିବା ଘଟଣା ସାମ୍ନାକୁ ଆସିଛି।

Advertisment

ହୁଗଳି ଜିଲ୍ଲାର ଗୋଘାଟର ଶ୍ୟାମବଜାର ପଞ୍ଚାୟତର ବେଲଡିହା ଗାଁର ଜଣେ ବୃଦ୍ଧ ମହିଳା ଗତ କିଛି ବର୍ଷ ଧରି ଖାଦ୍ୟ ନ ଖାଇ ସୁସ୍ଥ ଏବଂ ସାଧାରଣ ଜୀବନଯାପନ କରୁଥିବା ଜଣାପଡ଼ିଛି। ଏହି ବୃଦ୍ଧଙ୍କ ନାମ ଅନିମା ଚକ୍ରବର୍ତ୍ତୀ । ବୟସ ୭୬  ବର୍ଷ ।

ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ‘ ସେ ୫୦ ବର୍ଷରୁ ଅଧିକ ସମୟ ଧରି ଖାଦ୍ୟ ନ ଖାଇ ସାଧାରଣ ଜୀବନଯାପନ କରି ପାରୁଛନ୍ତି। ଅନିମା ଚକ୍ରବର୍ତ୍ତୀଙ୍କ ପୁଅ କହିଛନ୍ତି ଯେ ପୂର୍ବରୁ ଆମ ପରିବାରର ଅବସ୍ଥା ଭଲ ନଥିଲା ଏବଂ ମୋ ମା’ କାମ କରିବାକୁ ଲୋକଙ୍କ ଘରକୁ ଯାଉଥିଲେ। ସେ ସେଠାରୁ ଯାହା ଚାଉଳ ଆଉ ଖାଦ୍ୟ ଆଣୁଥିଲେ, ସେସବୁ ଆମକୁ ଦେଇ ଦେଉଥିଲେ। କେବଳ ଘରେ ଥିବା ତରଳ ଖାଦ୍ୟ ଓ ଚା’ ପିଇ ଦିନ ପରେ ଦିନ କାଟି ଦେଉଥିଲେ। ଏବେ ବି ତାଙ୍କର ସେହି ଅଭ୍ୟାସ ରହିଛି।

ଏହି ଅଞ୍ଚଳରେ ବସବାସ କରୁଥିବା କିଛି ଲୋକ କହିଛନ୍ତି,  ଯେ ସେମାନେ ଦେଖିଛନ୍ତି ଯେ ଅନିମା ଚକ୍ରବର୍ତ୍ତୀ ନାମକ ଜଣେ ବୃଦ୍ଧ ମହିଳା ଖାଦ୍ୟ ନ ଖାଇ ଏକ ସୁସ୍ଥ ଏବଂ ସାଧାରଣ ଜୀବନଯାପନ କରି ପାରୁଛନ୍ତି।’