ନୂଆଦିଲ୍ଲୀ : ସମାଜସେବାରେ ଆଗ୍ରହୀ ଲୋକ ବିଭିନ୍ନ ଉପାୟରେ ନିଜର ଲକ୍ଷ୍ୟ ସାଧନ କରିଥାଆନ୍ତି। ନୂଆଦିଲ୍ଲୀର ନୋଏଡାର ସେକ୍ଟର୍-୨୯ ଅଞ୍ଚଳରେ ପ୍ରତି ଦିନ ବାରଟାରୁ ଦୁଇଟା ମଧ୍ୟରେ ମାତ୍ର ପାଞ୍ଚ ଟଙ୍କାରେ ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ରାଜମା-ଭାତ ବା ଡାଲି-ଭାତ ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ପ୍ରତି ଦିନ ଚାରି ଶହ ଗରିବ ଲୋକ ଉପକୃତ ହେଉଛନ୍ତି। ‘ଦାଦୀ କି ରସୋଈ’ ନାମରେ ରାସ୍ତା କଡ଼ରେ ଏହି ସୁବିଧା ଯୋଗାଉଛନ୍ତି, ସତାବନ ବର୍ଷ ବୟସ୍କ ସାମାଜିକ ସକ୍ରିୟତାବାଦୀ ଅନୂପ ଖାନ୍ନା। ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟରେ ଅନେକ ସାହାଯ୍ୟ କରୁଛନ୍ତି। ଖାଦ୍ୟ ସଂପୂର୍ଣ୍ଣ ଘରୋଇ ରନ୍ଧା ଭଳି ଏବଂ ପୁଷ୍ଟିକର। ରିକ୍ସାବାଲା, ଦିନ ମଜୁରିଆ, ଛୋଟ ଦୋକାନୀ ଆଦି ଅନୂପଙ୍କ ଦ୍ୱାରା ଉପକୃତ ହେଉଛନ୍ତି। ସେ କିଛି ମାସ ତଳେ ତିରିଶ ହଜାର ଟଙ୍କା ଖର୍ଚ୍ଚ କରି ରନ୍ଧନଶାଳ ବନାଇଥିଲେ। ଦୈନିକ ଖାଦ୍ୟ ପ୍ରସ୍ତୁତି ବାବଦକୁ ଖର୍ଚ୍ଚ ହେଉଛି ପଚିଶ ଶହ ଟଙ୍କା। ବିକ୍ରିରୁ ମିଳୁଛି ଦୁଇ ହଜାର। ଅବଶିଷ୍ଟ ପାଞ୍ଚ ଶହ ଟଙ୍କା ସହାୟତା ଆକାରରେ ମିଳୁଛି। ତାହା ଛଡ଼ା ରୋଷେଇ ଓ ଖାଦ୍ୟ ପରିବେଷଣ କାର୍ଯ୍ୟରେ ଅନେକ ସାହାଯ୍ୟ କରୁଛନ୍ତି। ଦିନେ ଦିନେ ପାଞ୍ଚ ଟଙ୍କାରେ ପନିର ତରକାରି ତଥା ଅନ୍ୟ ଶାକାହାର ମଧ୍ୟ ଦିଆଯାଉଛି। ଅନୂପଙ୍କ ସେବା ମନୋବୃତ୍ତି ଦ୍ୱାରା ଉତ୍ସାହିତ-ଅନୁପ୍ରାଣିତ ହୋଇ ସ୍ଥାନୀୟ ବାସିନ୍ଦା ଅନ୍ୟ ଖାଦ୍ୟ ଯୋଗାଉଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରିରଖିବେ ବୋଲି ଅନୂପ କହନ୍ତି।
ଦାଦୀକି ରସୋଈ: ପାଞ୍ଚ ଟଙ୍କାରେ ମିଳୁଛି ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ରାଜମା-ଭାତ
/sambad/media/post_attachments/wp-content/uploads/2018/07/dadi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)