ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ପ୍ରତିଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ପାଇଁ ଆସୁଛନ୍ତି। ଏହି କ୍ରମରେ ଖବର ଆସିଥିଲା କି କୁମ୍ଭମେଳାରେ ଛୋଟ ଠାରୁ ବଡ଼ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟରେ ଭଲ ଲାଭ କରି ପାରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହୋଇଥିଲା।
ଯେଉଁଥିରେ ସେ ଦାବି କରି କହିଥିଲେ, ‘ମହାକୁମ୍ଭ ମେଳାରେ ମାତ୍ର ୫ଦିନରେ ସେ ଲିମ୍ବର ଦାନ୍ତକାଠି ବିକ୍ରି କରି ୪୦ହଜାର ଟଙ୍କା ରୋଜଗାର କରି ପାରିଛନ୍ତି। ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ବ୍ୟକ୍ତି କହିଥିଲେ, ‘ ସେ କେବଳ ଲୋକଙ୍କୁ ଚନ୍ଦନ ଲଗାଇ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରିଥିଲେ। ’
କେବଳ ଏତିକି ନୁହେଁ, ଏହା ବି ଦାବି କରାଯାଇଥିଲା କି ମହାକୁମ୍ଭ ମେଳାରେ ଥିବା ଭିକାରୀମାନେ ପ୍ରତିଦିନ ଲୋକଙ୍କ ଠାରୁ ୧୦୦୦ଟଙ୍କା ଲେଖାଏଁ ସଂଗ୍ରହ କରିଛନ୍ତି।
ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରୟାଗରାଜର ଦୁଇଜଣ ଯୁବକ ମଙ୍ଗଲା ପ୍ରସାଦ ଓ ନିତେଶ ମହାକୁମ୍ଭମେଳାରେ ଛୋଟ ତେଜରାତି ଦୋକାନ କରିଥିଲେ। ଏହି ବ୍ୟବସାୟ ହେତୁ ତାଙ୍କୁ କ୍ଷତି ସହିବାକୁ ହୋଇଛି।
ବାପା-ମା’, ଭାଇ ଓ ସାଙ୍ଗ ଠାରୁ ୧୦-୧୦ହଜାର ଟଙ୍କା ନେଇ ଦୁହେଁ ମୋଟ ୪୦ହଜାର ଟଙ୍କା ନିବେଶ କରିଥିଲେ। ଏଥିସହିତ ଏହି ଦୋକାନରେ ଚା’, ଜଳଖିଆ ବି ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ଥିଲା। ତାଙ୍କ ଦୋକାନ ସାମ୍ନାରେ ପ୍ରତିଦିନ ଲକ୍ଷାଧିକ ଲୋକ ଯିବା ଆସିବା କରୁଥିଲେ ତଥାପି ତାଙ୍କର ବ୍ୟବସାୟରେ କ୍ଷତି ହୋଇଥିବା ଦୁହେଁ କହିଛନ୍ତି।
सोशल मीडिया पर ऐसी कई Reels वायरल हुईं जिनमें दावा किया गया कि महाकुंभ में आकर दातुन बेचने वाले ने लाखों कमा लिए, चंदन लगाने वाला लखपति बन गया। लेकिन कुंभ में मुनाफा ऐसा सबने कमाया ये सही नहीं है। ऐसी ही reels को देखने के बाद प्रयागराज के रहने वाले नितेश और उसके दोस्त ने मेला… pic.twitter.com/AdBSuC8Ogi
— AajTak (@aajtak) February 18, 2025
ମଙ୍ଗଲ ପ୍ରସାଦ ଓ ତାଙ୍କ ସାଙ୍ଗ ନିତେଶ କୁମାର କହିଛନ୍ତି, ‘ଆମେ ସୋସିଆଲ ମିଡିଆ ଜରିଆରେ ଦେଖିଥିଲୁ ଜଣେ ଯୁବକ ମହାକୁମ୍ଭ ମେଳାରେ ଲିମ୍ବକାଠିର ଦାନ୍ତକାଠି ବିକ୍ରି କରି ଭଲ ଲାଭ ପାଇଛନ୍ତି। ଏହାପରେ ଆମମନରେ ବି ମହାକୁମ୍ଭ ମେଳାରେ ଛୋଟ ବ୍ୟବସାୟଟେ କରିବାର ଆଗ୍ରହ ଜାତ ହୋଇଥିଲା।
ତେଣୁ ବାପା-ମା’, ଭାଇ ଓ ସାଙ୍ଗ ଠାରୁ ୧୦-୧୦ହଜାର ଟଙ୍କା ନେଇ ମୋଟ ୪୦ହଜାର ଟଙ୍କା ନିବେଶ କରି ମହାକୁମ୍ଭମେଳାରେ ଦୋକାନ ଆରମ୍ଭ କରିଥିଲୁ। ଏବେ ମାତ୍ର ୩୦ହଜାର ଟଙ୍କା ସଂଗ୍ରହ କରି ପାରୁଛି। ଆହୁରି ୧୦ହଜାର ବାକି ଅଛି। ଲିମ୍ବଦାନ୍ତ କାଠି ତ କେହି ବି କ୍ରୟ କଲେ ନାହିଁ। ସବୁକିଛି ଶୁଖି ଯାଇଛି। ଏବେ ତାହା ଜାଳେଣି ହୋଇଯାଇଛି। ଏମିତି କ୍ଷତି ସହିବୁ ବୋଲି ଭାବି ନଥିଲି। ଭାବିଥିଲୁ ଅତିକମରେ ୨/୩ଲକ୍ଷ ଟଙ୍କା ବ୍ୟବସାୟ ନିଶ୍ଚୟ କରି ପାରିବୁ। ଏବେ ତ ସାଧୁସନ୍ଥମାନେ ଚାଲିଗଲେଣି। ଏବେ ଯେଉଁମାନେ ଆସୁଛନ୍ତି କେବଳ ସ୍ନାନ ପାଇଁ। ଭିଡ଼ ପ୍ରବଳ ହେତୁ କେହି ବି ଦୋକାନ ବଜାରରେ ଅଟକିବା ପାଇଁ ରାଜି ନାହାନ୍ତି। ସ୍ନାନ କରୁଛନ୍ତି ସିଧା ଘରକୁ ଚାଲି ଯାଉଛନ୍ତି।