କୋଇଲା ଖଣିରେ କାମ କରୁଥିବା ଏହି ଦିବ୍ୟାଙ୍ଗ ଶ୍ରମିକଙ୍କ ମନବଳକୁ କୋଟି ପ୍ରଣାମ

ନୂଆଦିଲ୍ଲୀ: ଦୁନିଆରେ ବହୁତ ଦୁଃଖ ଅଛି, ମୋ ଦୁଃଖ ତ ବହୁତ କମ ବୋଲି ନିକଟରେ ଜଣେ ଦିବ୍ୟାଙ୍ଗ ଶ୍ରମିକ କହିଛନ୍ତି। ସୋସିଆଲ ମିଡିଆରେ ଜଣେ ଦିବ୍ୟାଙ୍ଗ ଶ୍ରମିକ କାମ କରୁଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ଏକ କୋଇଲା ଖଣିରେ କାମ କରୁଥିବା ନଜର ଆସିଛନ୍ତି। କାମ କରୁଥିବା ସମୟରେ ସେ ଏକ ଆଶାବାଡି ସାହାଯ୍ୟରେ ଛିଡା ହୋଇଛନ୍ତି। ଆଉ ସେ ବେଲଚା ସାହାଯ୍ୟରେ ଗଦା ହୋଇଥିବା କୋଇଲାକୁ ଗୋଟିଏ ସ୍ଥାନରୁ ଖୋଳି ବାହାର କରି ଆଉ ଗୋଟିଏ ସ୍ଥାନରେ ରଖୁଛନ୍ତି। ଗୋଟିଏ ଗୋଡ଼ ନଥାଇ ବି ଶ୍ରମିକ ଜଣକ ସାଧାରଣ ମଣିଷ ଭଳି କାମ କରୁଥିବା ଦୃଶ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓରେ କାମ କରୁଥିବା ଶ୍ରମିକ ଏତେ ସ୍ପଷ୍ଟ ଭାବେ ଦେଖା ଯାଉନାହାନ୍ତି। କିନ୍ତୁ ଏଥିରେ ଥିବା ଶ୍ରମିକଙ୍କ ଅବସ୍ଥା ଓ ତାଙ୍କ କାମ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ଏହି ଦୁନିଆରେ ଏମିତି ବି ଲୋକ ଅଛନ୍ତି। ନିଜର ଏଭଳି ଅବସ୍ଥା ପରେ ବି  କାହା ଉପରେ ବୋଝ ନହୋଇ ଆତ୍ମନିର୍ଭଶୀଳ ହୋଇଛନ୍ତି।

 

ଆଉ ଜଣେ ଲେଖିଛନ୍ତି, ‘ଯେଉଁମାନେ ଜୀବନର କଠିନ ସମୟରେ ହାର ମାନି ଯାଇଛନ୍ତି, ସେମାନଙ୍କୁ ଏହି ଭିଡିଓ ପ୍ରେରଣା ଦେଇ ବହୁତ କିଛି ଶିଖାଇବ।’

ସମ୍ବନ୍ଧିତ ଖବର