ତ୍ରୟୋଦଶ ଶତାବ୍ଦୀରୁ ମେଜି ଶାସନ ପ୍ରାରମ୍ଭ ପର୍ଯ୍ୟନ୍ତ, ଜାପାନ୍ରେ ‘କୋମୁଜୋ’ ଜେନ୍ ବୌଦ୍ଧ ସ˚ପ୍ରଦାୟ ତିଷ୍ଠିରହିଥିଲା। ଏହି ସ˚ପ୍ରଦାୟର ଧାର୍ମିକମାନେ ଡାଲା-ଢଙ୍କା ସନ୍ନ୍ୟାସୀ ଭାବେ ପରିଚିତ ଥିଲେ। ସେମାନେ ଫୁକି ଜେନ୍ ବୌଦ୍ଧ ଚିନ୍ତକ ଥିଲେ। ଚାଇନାରୁ ଆରମ୍ଭ ହୋଇଥିବା ଏହି ଧର୍ମ-ଧାରଣା ପରେ ଜାପାନ୍ରେ ବିଶେଷ ଲୋକପ୍ରିୟ ହୋଇଥିଲା। ଏହି ସ˚ପ୍ରଦାୟର ସନ୍ନ୍ୟାସୀମାନେ ନିଜ ନିଜର ମୁଣ୍ତକୁ ଡାଲା ବା ଝୁଡ଼ିରେ ଢାଙ୍କି ବାହାରେ ବିଚରଣ କରୁଥିଲେ। ଡାଲାଗୁଡ଼ିକ ଛଣ ଓ ଚେର ଆଦିରେ ତିଆରିହେଉଥିଲା। ଦେଖିବା ନିମନ୍ତେ ସେଥିରେ ଛୋଟିଆ ଛୋଟିଆ ଛିଦ୍ର ରହୁଥିଲା। ସେଗୁଡ଼ିକୁ କହାଯାଉଥିଲା ‘ତେନ୍ଗାଇ’।
ଡାଲା ଢଙ୍କନ ‘ଅହ˚-ଶୂନ୍ୟ’ ଭାବର ପ୍ରତୀକ ଥିଲା। ସେହି ସନ୍ନ୍ୟାସୀମାନଙ୍କ ସମୟରେ ଜାପାନ୍ର ରାଜନୈତିକ ଅବସ୍ଥା ଭଲ ନ ଥିଲା। ଏଣୁ ଗୁପ୍ତଚର ଓ ଅପରାଧୀମାନେ ମଧ୍ୟ କୋମୁଜୋ ଛଦ୍ମବେଶ ଧାରଣ କରି ବୁଲିଲେ। କିଏ ସନ୍ନ୍ୟାସୀ ଏବ˚ କିଏ ଅପରାଧୀ ସହଜରେ ଜଣାପଡ଼ିଲାନାହିଁ। ସନ୍ନ୍ୟାସୀ ଛଦ୍ମବେଶରେ ଅପରାଧୀମାନେ ଜଘନ୍ୟ କାଣ୍ତ ଘଟାଇ ଚାଲିଲେ। ବାକୁଫୁ ବ˚ଶର ପତନ ସହ ମେଜି ବ˚ଶ କ୍ଷମତାକୁ ଆସିବା ପରେ କୋମୁଜୋ ସ˚ପ୍ରଦାୟ ଉପରେ ନିଷେଧାଦେଶ ଜାରି କରାଯାଇଥିଲା।