ଏଣିକି ଆଳୁରୁ ପ୍ରସ୍ତୁତ ହୋଇପାରିବ ଦଲିଆ, ବୈଜ୍ଞାନିକଙ୍କ ନୂଆ ଗବେଷଣାରୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ଏଣିକି ଆଳୁରୁ ପ୍ରସ୍ତୁତ ହୋଇପାରିବ ଦଲିଆ | କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ପ୍ରତିଷ୍ଠାନ (ସିପିଆରଆଇ) ର ବୈଜ୍ଞାନିକମାନେ ଆଳୁରୁ ଦଲିଆ ପ୍ରସ୍ତୁତ କରିବାର ପଦ୍ଧତି ବିକଶିତ କରିଛନ୍ତି। ପାଞ୍ଚ ମାସର ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ଯଦି ଆଳୁର ଅମଳ ଅଧିକ ହୁଏ ଓ ଚାଷୀଟିଏ ଉଚିତ ବଜାର ମୂଲ୍ୟ ନ ପାଇବ, ତେବେ ଆଳୁରୁ ଦଲିଆ ପ୍ରସ୍ତୁତ କରି ସେ ବିକ୍ରି କରି ଭଲ ରୋଜଗାର କରିପାରିବେ | ବୈଜ୍ଞାନିକଙ୍କ କହିବା କଥା ଯେ ଏହି ଦଲିଆ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ପୁଷ୍ଟିକର ମଧ୍ୟ ହୋଇଥାଏ |

ଯେଉଁମାନଙ୍କର ଗହମରୁ ପ୍ରସ୍ତୁତ ଖାଦ୍ୟରେ ଆଲର୍ଜି ହେଉଥାଏ, ସେମାନେ ଆଳୁରୁ ପ୍ରସ୍ତୁତ ଏହି ଦଲିଆକୁ ଖାଇପାରିବେ | ସିପିଆରଆଇର ଜଳନ୍ଧର କେନ୍ଦ୍ରର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ବିଭାଗର ବୈଜ୍ଞାନିକ ଡ.ଅରବିନ୍ଦ ଜସୱାଲ କହିଛନ୍ତି ଯେ ଆଳୁରୁ ଦଲିଆ ତିଆରି କରିବାର ପଦ୍ଧତି ପାଇଁ ପ୍ରାୟ ପାଞ୍ଚ ମାସ ସମୟ ଲାଗିଛି । ଆଳୁକୁ ଏହାର ଚୋପା ସହିତ ବ୍ୟବହାର କରି ଦଲିଆ ତିଆରି କରାଯାଏ |

ଆଳୁକୁ ଏତେ ଛୋଟ କରାଯାଇଥାଏ ଯେ, ଶୁଖିବା ପରେ ସେଗୁଡ଼ିକ ଗହମର ଦଲିଆଠାରୁ ମଧ୍ୟ ଛୋଟ ହୋଇଯାଇଥାଏ | ଦଲିଆ ତିଆରି କରିବା ପାଇଁ ଆଳୁକୁ ଶୁଖାଇ ଏକ ରାସାୟନିକ ମିଶ୍ରଣରେ ମିଶାଯାଇଥାଏ | ଯାହା ଦ୍ୱାରା ଆଳୁ ଖଣ୍ଡଗୁଡ଼ିକ କଳା ହୋଇନଥାଏ | ତେଣୁ ଏଭଳି ଏକ ନୂଆ ଅନୁସନ୍ଧାନ ଅନେକଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ଦେବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି |

ସମ୍ବନ୍ଧିତ ଖବର