ମା’ଙ୍କ ମଜୁରୀ ଟଙ୍କା ମାଗିବାରୁ ଦଳିତ ଛାତ୍ରଙ୍କୁ ମାଡ଼ ମାରି ପାଦ ଚଟାଇଲେ ୬ ଯୁବକ

ରାୟବରେଲି: ହଜିଗଲା ମାନବିକତା। ନିଜକୁ ବଡ଼ ଦେଖାଇବା ପାଇଁ ଦଳିତ ବାଳକଙ୍କ ପ୍ରତି ୬ଜଣ ଯୁବକ କରିଥିବା ଲଜ୍ଜାଜନକ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ମା’ଙ୍କ ମଜୁରୀ ଟଙ୍କା ମାଗିବାକୁ ଯାଇଥିବା ନାବାଳକକୁ ବେଲ୍ଟରେ ମାଡ଼ ମାରିବା ସହ ପାଦ ଚଟାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଘଟଣାଟି ଏପ୍ରିଲ୍ ୧୦ରେ ଘଟିଥିବା କୁହାଯାଉଛି।

୬ଜଣ ଯୁବକ କେବଳ ବାଳକକୁ ତାଙ୍କ ପାଦକୁ ଚାଟିବାକୁ କହିନଥିଲେ, ବରଂ ବାଳକକୁ ଦୁର୍ବ୍ୟବହାର କରି ଜାତିଆଣ ଶବ୍ଦ ମଧ୍ୟ କହିଥିଲେ ବୋଲି ଜଣାପଡ଼ିଛି। ଏହା କୁହାଯାଉଛି ଯେ ବାଳକଟିର ମା’ ମାଡ଼ ମାରିଥିବା ଅଭିଯୁକ୍ତଙ୍କ କ୍ଷେତରେ କାମ କରିଥିଲେ। ପୀଡ଼ିତ ଯେତେବେଳେ ମଜୁରୀ ଟଙ୍କା ଆଣିବାକୁ ଗଲେ, ସେତେବେଳେ ତାଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କରାଯାଇଥିଲା।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏସସି/ ଏସଟି ଅଧିନିୟମ ଅନୁଯାୟୀ ୬ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବର୍ତ୍ତମାନ ଏହି ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ndtv

ସୂଚନା ମୁତାବକ, ଜଗତପୁର ସହରରେ ରହୁଥିବା ଜଣେ ମହିଳା କଠିନ ପରିଶ୍ରମ କରି କୌଣସି ପ୍ରକାରେ ତାଙ୍କ ପରିବାରକୁ ସାହାଯ୍ୟ କରନ୍ତି। ଦଲିତ ମହିଳାଙ୍କ ପୁଅ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ମା’ଙ୍କ ମଜୁରୀ ଟଙ୍କା ଉପରେ ପରିବାର ନିର୍ଭର କରୁଥିବାରୁ ପୀଡ଼ିତ ଟଙ୍କା ମାଗିବା ପାଇଁ ଅଭିଯୁକ୍ତଙ୍କ ପାଖକୁ ଯାଇଥିଲେ। ହେଲେ ସେମାନେ ଟଙ୍କା ନଦେଇ ଏଭଳି ଲଜ୍ଜାଜନକ କାମ କରିଥିଲେ।

 

ସମ୍ବନ୍ଧିତ ଖବର