ଜୀସାର୍ଥକରେ ପ୍ରସାରିତ ରିଆଲିଟି ସୋ’ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଡବଲ୍ସ୍ ଲିଗ୍’ର ଗ୍ରାଣ୍ଡ୍ ଫିନାଲେ ଏପ୍ରିଲ ୨୮ ତାରିଖ ରବିବାର ସନ୍ଧ୍ୟା ୬.୩୦ରେ ପ୍ରସାରିତ ହେବ। ଏଥିରେ ବିଜେତା ଯୋଡ଼ିଙ୍କ ନାମ ଘୋଷଣା କରାଯିବ। ଏହି ରୋମାଞ୍ଚକର ପ୍ରତିଯୋଗିତାରେ ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରିଟିଙ୍କ ୧୨ଟି ଯୋଡ଼ି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନପୂର୍ଣ୍ଣ ଖେଳ ମାଧ୍ୟମରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି। ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ପ୍ରସାରିତ ହେଉଥିବା ଏହି ଡ୍ୟାନ୍ସ ଲିଗ୍ରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରି ଆସନ ଅଳଙ୍କୃତ କରିଥିଲେ। କେବଳ ନୃତ୍ୟ ନୁହେଁ, ବିଭିନ୍ନ ମନୋରଞ୍ଜନଧର୍ମୀ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି।
ଜୀ-ସାର୍ଥକରେ ପ୍ରସାରିତ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଡବଲ୍ସ ଲିଗ୍’ର ଗ୍ରାଣ୍ଡ୍ ଫିନାଲେରେ କିଏ ହେବେ ବିଜେତା ଯୋଡ଼ି? ଏହାକୁ ନେଇ ଦର୍ଶକ ମହଲରେ ଲାଗି ରହିଛି ଉତ୍କଣ୍ଠା।
ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ସେଲିବ୍ରିଟି ଯୋଡ଼ି ଡ୍ୟାନ୍ସ ରିଆଲିଟି ସୋ’ ପ୍ରସାରିତ ହେଉଥିବାରୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି। ଯଦିଓ ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ପ୍ରତିଭା ଦେଖାଇ ସାରିଛନ୍ତି କିନ୍ତୁ ଯୋଡ଼ିରେ ଡବଲ ମସ୍ତି ଆଉ ଡବଲ ମଜା ସହ ପ୍ରଥମ ଥର ପାଇଁ ମନୋରଞ୍ଜନ କରୁଛନ୍ତି। ଦର୍ଶକଙ୍କର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ଯୋଡ଼ି ସରସ୍ବତୀ-ପ୍ରିୟା, ଏଜେ-ମାନିନୀ, ଧାରା-ଅଙ୍କିତ, ମଧୁ-ମାନସ, ଶ୍ରୀ- ନିହାରିକା, ସନ୍ଧ୍ୟା-ସମ୍ଭବ, ରାଗିଣୀ-ସଂଗୀତ, ଭବାନୀ-ଅମ୍ବିକା, ନେତ୍ରା-ଅଭିନବ, ସାରା-ଅମନ ଓ ରାଜଲକ୍ଷ୍ମୀ-ଚାରୁ ଖୁବ୍ ମଜା କରୁଛନ୍ତି। ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ ନୃତ୍ୟ ପ୍ରଦର୍ଶନରେ କାହାଠାରୁ ଯେ କେହି କମ୍ ନୁହନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଆଲିଟି ସୋ’ରେ ଚେଷ୍ଟା କରିଛନ୍ତି ବୋଲି ଜୀ-ସାର୍ଥକ ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍ ଓ ଚିଫ ଚ୍ୟାନେଲ୍ କ୍ଲଷ୍ଟର ସମ୍ରାଟ ଘୋଷ କହିଛନ୍ତି।