କୁକୁରଠାରୁ ବ୍ୟାପୁଛି ଯକୃତ ଏବଂ ଫୁସ୍‌ଫୁସ୍‌କୁ ଅକାମୀ ପରି ମାରାତ୍ମକ ରୋଗ!

କୁକୁରଠାରୁ ବ୍ୟାପୁଛି ମାରାତ୍ମକ ରୋଗ। ଏହି ରୋଗରେ ଆକ୍ରାନ୍ତ ହେଲେ ଅକାମୀ ହୋଇଯାଉଛି ଯକୃତ ଓ ଫୁସ୍‌ଫୁସ୍‌। ତୁରନ୍ତ ଚିକିତ୍ସା ନକଲେ ମୃତ୍ୟୁ ବି ହୋଇପାରେ। ଏଭଳି ଏକ ମାରାତ୍ମକ ରୋଗ ବିଷୟରେ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିରେ ଘାତକ ରୋଗ ହାଇଡେଟିଡ୍‌ ସିଷ୍ଟର ତିନୋଟି ରୋଗୀ ସାମନାକୁ ଆସିଛନ୍ତି। ଏହି ରୋଗ କୁକୁରଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପେ। ଏହି ରୋଗ ଦ୍ୱାରା ଯକୃତ ଓ ଫୁସଫୁସ୍‌ରେ ଝିଲ୍ଲୀ ତିଆରି ହୋଇଯାଏ ଓ ଏହି ଝିଲ୍ଲୀ ଛିଣ୍ଡିବା ଦ୍ୱାରା ଏହି ଅଙ୍ଗ ଗୁଡିକ ଅଚଳ ହୋଇଯିବାର ସମ୍ଭାବନା ଅଛି। ଗବେଷଣାରୁ ସାମନାକୁ ଆସିଥିବା ଏହି ୩ ରୋଗୀଙ୍କ ମୁକ୍ତ ଚିକିତ୍ସା କରିବା ପାଇଁ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ପେରୁ , ମରକ୍କୋ, ବୁଲଗେରିଆ, ରୋମାନିଆ ଏବଂ ଆର୍ଜେଣ୍ଟିନା ପରେ ଏବେ ଲଖନଉରେ ଏହାର ଅନୁସନ୍ଧାନ କରାଯାଉଛି। ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ରୋଗୀଙ୍କ ମଧ୍ୟରେ କୌଣସି ବି ଲକ୍ଷଣ ଦେଖାଯାଉନଥିଲା। ଇଟଲି ର ୟୁନିଭର୍ସିଟି ଅଫ୍‌ ପାବିୟାର ଟିମ୍‌ ଯାଂଚ କରିବା ପାଇଁ ତାଙ୍କର ରକ୍ତ ନମୂନା ନେଇଛି। ଡା. ଅକ୍ଷୟ ଆନନ୍ଦଙ୍କ କହିବାନୁସାରେ ହାଇଡେଟିଡ୍‌ ସିଷ୍ଟ ରୋଗୀଙ୍କ ତଥ୍ୟ ସାରା ବିଶ୍ୱରେ କାହା ପାଖରେ ବି ନାହିଁ। ଏପର୍ଯ୍ୟନ୍ତ ୫ଟି ଦେଶରେ ହୋଇଥିବା ଗବେଷଣାରୁ ସବୁଠାରୁ ଅଧିକ ରୋଗୀ ପେରୁରେ ମିଳିଛନ୍ତି।

ଏମିତି କରନ୍ତୁ ପ୍ରତିକାର :

ହାତ ଧୋଇ ଖାଦ୍ୟ ଖାଅନ୍ତୁ।
ଖାଦ୍ୟକୁ ଠିକ୍‌ରେ ଗରମ କରନ୍ତୁ।
କୁକୁରଙ୍କ ଠାରୁ ଦୂରେଇ ରୁହନ୍ତୁ।
କୁକୁରଙ୍କୁ ମଝିରେ ମଝିରେ ପ୍ରତିଷେଧକ ଟିକା ଦିଅନ୍ତୁ।
ସର୍ଜରୀ ହିଁ ଏହାର ଅନ୍ତିମ ଚିକିତ୍ସା।

ବିଶ୍ୱରେ ହାଇଡେଟିଡ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। କୁକୁରଙ୍କ ଠାରେ ସିଷ୍ଟିକ୍‌ ଇଚିନୋକୋକ୍ସ ନାମକ ପରଜୀବୀ ଥାଏ ଏବଂ କୁକୁରଙ୍କ ସଂପର୍କରେ ଆସିଲେ ଏହା ମଣିଷଙ୍କ ପାଖକୁ ପହଂଚିଥାଏ। ପ୍ରାରମ୍ଭ ଅବସ୍ଥାରେ ରୋଗୀକୁ ଏହା ବିଷୟରେ କିଛି ଜଣା ନଥାଏ। କିନ୍ତୁ ୬ ସପ୍ତାହ ପରେ ଯକୃତ ଓ ଫୁସଫୁସ୍‌ ଉପରେ ଝିଲ୍ଲୀ ହୋଇଯାଏ। ତୁରନ୍ତ ଚିକିତ୍ସା ନକଲେ ଝିଲ୍ଲୀ ଫାଟିବା ଦ୍ୱାରା ମୃତ୍ୟୁ ବି ହୋଇପାରେ।

ସମ୍ବନ୍ଧିତ ଖବର