ଜାଣନ୍ତି କି ! କୈକେୟୀ ରାଜା ଦଶରଥଙ୍କ ସାରଥି ସାଜିଥିଲେ , ଜାଣନ୍ତୁ କାହିଁକି ଏଭଳି ସ୍ଥିତି ଉପୁଜିଥିଲା , ଏହା କି ଫଳ ମିଳିଥିଲା କୈକେୟୀଙ୍କୁ ?

ରାମାୟଣ ଅନୁଯାୟୀ ମହାରାଜା ଦଶରଥ କୈକୟ ନରେଶଙ୍କ ରାଜକୁମାରୀ କୈକେୟୀଙ୍କୁ ବିବାହ କରିଥିଲେ।ମହାରାଣୀ କୈକେୟୀ ଅତ୍ୟନ୍ତ ପତିପରାୟଣା ଥିଲେ।ଏଥିଲାଗି ମହାରାଜା ଦଶରଥ ତାଙ୍କୁ ସର୍ବାଧିକ ପ୍ରେମ କରୁଥିଲେ। ଥରେ ଦେବାସୁର ସଂଗ୍ରାମ ହେଲା।ମହାରାଜା ଦଶରଥଙ୍କୁ ଦେବରାଜ ଇନ୍ଦ୍ର ନିଜର ସହାୟତା କରିବା ପାଇଁ ଆମନ୍ତ୍ରିତ କରିଲେ। ମହାରାଣୀ କୈକେୟୀ ମଧ୍ୟ ଯୁଦ୍ଧଭୂମିକୁ ଗଲେ। ଦଶରଥଙ୍କ ସହିତ ସେ ବି ଯୁଦ୍ଧ କରିଥିଲେ। ଯୁଦ୍ଧ କରି ଦଶରଥ ଥକି ପଡ଼ିଥିଲେ ଏବଂ ଏହାର ସୁଯୋଗ ନେଇ ଅସୁରଗଣ ତାଙ୍କର ସାରଥିକୁ ହତ୍ୟା କରିଲେ। ତା’ ପରେ ମହାରାଜା ଦଶରଥଙ୍କ ଉପରକୁ ଆକ୍ରମଣ କରିଥିଲେ ଅସୁରମାନେ।

ଏଥର ନିଜେ କୈକେୟୀ ସାରଥି ସାଜି ଯୁଦ୍ଧଭୂମିରେ ରଥ ଚାଳନା କରିଲେ ଓ ଦଶରଥଙ୍କର ରକ୍ଷା କରିଥିଲେ।ଖାଲିସେତିକି ନୁହେଁ କୈକେୟୀ ନିଜେ ମଧ୍ୟ ଧନୁ ଧାରଣ କରି ଯୁଦ୍ଧ କରିଥିଲେ। ହଠାତ୍‌ କୈକେୟୀ ଦେଖିବାକୁ ପାଇଲେ ଯେ ଶତ୍ରୁଙ୍କ ବାଣରେ ତାଙ୍କ ରଥ ଚକ ଭାଙ୍ଗିଯାଇଛି। ସେ ତତ୍‌କ୍ଷଣାତ୍‌ ରଥରୁ ଡ଼େଇଁପଡ଼ିଲେ ରଥରେ ଅନ୍ୟ ଏକ ଚକ ଲଗାଇ ପୁଣି ଯୁଦ୍ଧ କରିଲେ। ଦୈତ୍ୟମାନେ କୈକେୟୀଙ୍କ ଏଭଳି ସାହାସ ଦେଖି ଡ଼ରି ପଳାୟନ କରିଥିଲେ। ଏପରିକି ମହାରାଜା ଦଶରଥ ମଧ୍ୟ ତାଙ୍କର ଅଦ୍ଭୁତ ବୀରତ୍ୱ ଓ ସାହସ ଦେଖି ବିସ୍ମିତ ହୋଇଥିଲେ।


ମହାରାଜା ଦଶରଥ ଓ କୈକେୟୀ ଯୁଦ୍ଧ ସମାପ୍ତି ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ।  ନିଜର ପ୍ରାଣ ରକ୍ଷା କରିଥିବା ଯୋଗୁଁ କୈକେୟୀଙ୍କ ଉପରେ ପ୍ରସନ୍ନ ହୋଇ ଦଶରଥ ଦୁଇଟି ବର ଦେବାକୁ ଇଛା ପ୍ରକାଶ କରିଲେ। କୈକେୟୀ କହିଲେ ,‘ରାଜା ଯେତେବେଳେ ଏହାର ଆବଶ୍ୟକତା ପଡ଼ିବ,ସେତେବେଳେ ମୁଁ ବର ମାଗି ନେବି।’

ସମ୍ବନ୍ଧିତ ଖବର