ବାପାଙ୍କୁ ବିପଦରେ ପଡ଼ିଥିବା ଦେଖି ଭୋଭୋ ହୋଇ କାନ୍ଦୁଛି ଶିଶୁ

ନୂଆଦିଲ୍ଲୀ: ଦୁନିଆର ପ୍ରତ୍ୟେକ ସମ୍ପର୍କ ସୁନ୍ଦର, କିନ୍ତୁ ପିତା ଏବଂ ଝିଅଙ୍କ ମଧ୍ୟରେ ଥିବା ସମ୍ପର୍କରେ ରହିଛି କିଛି ସ୍ବତନ୍ତ୍ରତା । ଉଭୟ ବାପା ଏବଂ ଝିଅ ପରସ୍ପର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥାଆନ୍ତି। ପ୍ରତ୍ୟେକ ଝିଅ ନିଜ ପିତାଙ୍କ ଯତ୍ନ ନେଇଥାଆନ୍ତି। ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଜଣେ ଛୋଟ ଝିଅ ନିଜ ବାପାଙ୍କୁ ବିପଦରେ ଦେଖି ଭୋଭୋ ହୋଇ କାନ୍ଦି ଉଠୁଛି। ଏହି ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟକୁ ସ୍ପର୍ଶ କରିଛି।

ଭିଡିଓରେ ଜଣେ ଛୋଟ ଝିଅ ନିଜ ବାପାକୁ ବିପଦରେ ଦେଖି ଭୋଭୋ ହୋଇ କାନ୍ଦିବାକୁ ଲାଗିଛି। ଜଣେ ବ୍ୟକ୍ତି ଗ୍ଲାସ୍ ବ୍ରିଜ୍ ଉପରେ ଯାଉଛନ୍ତି। ସେ ପାଦ ରଖିବା ମାତ୍ରେ ଏହି ଗ୍ଲାସ୍ ଫାଟି ଯିବା ଭଳି ଦେଖାଯାଉଛି । ଏହି ଦୃଶ୍ୟ ଦେଖି ତାଙ୍କ ପାଖରେ ଛିଡ଼ା ହୋଇଥିବା ଝିଅ ଭୋଭୋ ହୋଇ କାନ୍ଦିବାକୁ ଲାଗୁଛି। କିନ୍ତୁ ବାସ୍ତବରେ ଏହିପରି କିଛି ଘଟୁନାହିଁ । ଝିଅକୁ କାନ୍ଦୁଥିବା ଦେଖି ବାପା ସଙ୍ଗେ ସଙ୍ଗେ ତା’ ପାଖକୁ ଆସି ଆଲିଙ୍ଗନ କରି କିଛି ହୋଇନାହିଁ କହି ଝିଅକୁ ବୁଝାଇଥିଲେ।

 

ଭିଡିଓଟିକୁ ସୋସିଆଲ ମିଡିଆରେ beutefullplacee ନାମକ ଏକ ପୃଷ୍ଠାରୁ ସେୟାର କରାଯାଇଥିଲା । ଯାହାର କ୍ୟାପସନରେ ଲେଖାଯାଇଛି – ଏହି ଛୋଟ ଝିଅ ଭୟ କରୁଛି କି ତାର ବାପା ତଳେ ପଡ଼ି ନଯାଆନ୍ତୁ। ଲୋକମାନେ ଏହି ଭିଡିଓକୁ ବହୁତ ଭଲ ପାଇବା ଦେଇଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୬୭ ମିଲିୟନରୁ ଅଧିକ ଭ୍ୟୁ ପାଇଛି । ଏଥିସହିତ ୪.୬ ନିୟୁତ ଲୋକ ଏହି ଭିଡିଓକୁ ମଧ୍ୟ ସେୟାର କରିଛନ୍ତି।

 

ସମ୍ବନ୍ଧିତ ଖବର