ନିଜ ବାପାଙ୍କ ଶୁକ୍ରାଣୁରୁ ଜନ୍ମିତ ଭିନ୍ନ ଭିନ୍ନ ଦେଶରେ ଥିବା ୪୦ ଭାଇ-ଭଉଣୀଙ୍କୁ ଖୋଜିଲେ ପାଇଲେ କିଆନି

୨୧ ବର୍ଷୀୟା କିଆନି ଆରୋୟୋ ଏବେ ଚର୍ଚ୍ଚାରେ। ସେ ତାଙ୍କ ବାପାଙ୍କ ଶୁକ୍ରାଣୁରୁ ଜାତ ଭାଇଭଉଣୀମାନଙ୍କୁ ଖୋଜି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ନିଜ ବାପା ହେଉଛନ୍ତି ଜଣେ ପେସାଦାର ସ୍ପର୍ମ ଡୋନର୍‌ ବା ଶୁକ୍ରାଣୁ ଦାତା। ତାଙ୍କ ବାପାଙ୍କ ଶୁକ୍ରାଣୁରୁ ଜନ୍ମିଥିବା ଥିବା ସମୁଦାୟ ୪୦ ଜଣ ପିଲାଙ୍କୁ ସେ ଖୋଜି ବାହାର କରିଛନ୍ତି। ଏବେ ସେ ତାଙ୍କର ଭାଇ-ଭଉଣୀଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି। ପାଞ୍ଚ ବର୍ଷ ତଳୁ କିଆନି ତାଙ୍କର ଭାଇଭଉଣୀଙ୍କୁ ଖୋଜିବା ଆରମ୍ଭ କରିଥିଲେ। ସନ୍ଧାନ ମିଳିଥିବା ସମସ୍ତ ଭଉଣୀଙ୍କ ମଧ୍ୟରେ ୪ଟି ଜାଆଁଳା ଯୋଡ଼ି ମଧ୍ୟ ଅଛନ୍ତି। ଏମାନଙ୍କୁ ସେ ଅଷ୍ଟ୍ରେଲିଆ, କାନାଡା ଏବଂ ନିଉଜିଲାଣ୍ଡ୍‌ରୁ ପାଇଛନ୍ତି।

ତେବେ ଶୁକ୍ରାଣୁ ଦାତାଙ୍କର ସେ ହେଉଛନ୍ତି ଜ୍ୟୈଷ୍ଠ ସନ୍ତାନ। ସବୁଠାରୁ କନିଷ୍ଠ ପିଲାକୁ ମାତ୍ର ୫ ମାସ ହୋଇଛି ବୋଲି ଜାଣିବାକୁ ମିଳିଛି। କିଆନି ତାଙ୍କ ମାଆଙ୍କ ଦ୍ୱାରା ଲାଳିତ ପାଳିତ ହୋଇଛନ୍ତି। ସେ ଫ୍ଲୋରିଡାରୁ ତାଙ୍କର ୨୦ ବର୍ଷୀୟା ଭଉଣୀ ଜୋଆନାଙ୍କୁ ପାଇବା ପରେ ଦୁହେଁ ଏବେ ଖୁବ୍‌ ଭଲ ବନ୍ଧୁ ପାଲଟି ଯାଇଛନ୍ତି। ଏ ସଂପର୍କରେ କିଆନି କହନ୍ତି, ‘ଯଦିଓ ଆମେ ପୂର୍ବରୁ କେବେ କାହାକୁ ଭେଟିନୁ। ତଥାପି ଆମମାନଙ୍କ ବାପା ଜଣେ ହୋଇଥିବାରୁ ଆମମାନଙ୍କ ମଧ୍ୟରେ ଏକ ଅଦ୍ଭୂତ ସଂଯୋଗ ରହିଛି। ଆମେ ପରସ୍ପର ସହ ବେଶ୍‌ ସହଜ ମନେ କରିବୁ ବୋଲି ମୋର ବିଶ୍ୱାସ।’

କିଆନି ତାଙ୍କର ଶୁକ୍ରାଣୁ ଦାତା ବାପାଙ୍କୁ ମଧ୍ୟ ଭେଟି ସାରିଛନ୍ତି ଏହା ଭିତରେ। ସେ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ବୋଲି କିଆନି ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକାରେ ଜଣେ ଶୁକ୍ରାଣୁ ଦାତା କେବଳ ୧୫ରୁ ୨୦ ଥର ଦାନ କରିପାରିବା କଥା । ମାତ୍ର କିଆନିଙ୍କ ବାପା ଏହି ନିୟମ ଉଲଂଘନ କରି ବହୁ ଅଧିକ ଥର ଶୁକ୍ରାଣୁ ଦାନ କରିଛନ୍ତି।

ସମ୍ବନ୍ଧିତ ଖବର