ନୂଆଦିଲ୍ଳୀ: ଅନେକ ବର୍ଷ ପରେ ସନ୍ତାନ କିମ୍ବା ସନ୍ତତି ନିଜ ବାପାମାଆଙ୍କୁ ଭେଟିବା ପ‌ରି କଥା ଆପଣ ଆଗରୁ ବହୁବାର ଶୁଣିଥିବେ। ନିକଟରେ ଜଣେ ଝିଅ ନିଜ ବାପାଙ୍କୁ ଦୀର୍ଘ ୫୦ ବର୍ଷ ପରେ ଭେଟିବା କଥା ସଭିଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ଝିଅକୁ ଯେତେବେଳେ ୩ ବ‌ର୍ଷ ବୟସ ହୋଇଥିଲା ସେତେବେଳେ ସେ ନିଜ ବାପାଙ୍କଠାରୁ ଦୂରେଇ ଯାଇଥିଲେ। ଦୀର୍ଘ ବର୍ଷ ବ୍ୟବଧାନ ପରେ ବାପାଙ୍କୁ ଭେଟି ଝିଅ ଜଣକ ଖୁବ୍‌ ଭାବପ୍ରବଣ ହୋଇ ପଡ଼ିଛନ୍ତି।

Advertisment

ସୂଚନାରୁ ପ୍ରକାଶ ଯେ ମହିଳା ଯେତେବେଳେ କୁନି ଝିଅ ଥିଲେ ସେ ମସୟରେ ତାଙ୍କ ବାପାମାଆଙ୍କ ମଧ୍ୟରେ ଦାମ୍ପତ୍ୟ ବିବାଦ ଆରମ୍ଭ ହୋଇଥିଲା। ପରିସ୍ଥିତି ଏତେ ଜଟିଳ ହୋଇଥିଲା ଯେ ପରସ୍ପର ପରସ୍ପରଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ଝିଅକୁ ୩ ବର୍ଷ ବୟସ ହୋଇଥିବା ବେଳେ ବାପାମାଆ ଆନୁଷ୍ଠାନିକ ‌ଭାବେ ଅଲଗା ହୋଇ ଯାଇଥିଲେ। ମହିଳା ଜଣକ ସେ ସମୟରେ ନିଜ ମାଆଙ୍କ ସହ ଲଣ୍ଡନ ଚାଲି ଯାଇଥିଲେ।

ମିରର୍‌ର ରିପ‌ୋର୍ଟ ମୁତାବକ, ଉକ୍ତ ମହିଳାଙ୍କ ନାମ ହେଉଛି ଜେନ୍‌। ଜେନ୍‌ ଗତ ୨ ବର୍ଷ ତଳେ ତାଙ୍କ ବାପାଙ୍କ ଦ୍ବିତୀୟ ପତ୍ନୀଙ୍କ ବିଷୟରେ ଜଣାପଡ଼ିଲା। ସେ ତାପରେ ନିଜ ସାବତ ମାଆଙ୍କୁ ଫେସ୍‌ବୁକ୍‌ରେ ପାଇବା ପରେ କିଛି ପ୍ରଶ୍ନ ପଚାରିଲେ। ହେଲେ କିଛି ବି ଉତ୍ତର ମିଳିନଥିଲା।

ହେଲେ ଜେନ୍‌ ତାଙ୍କ ପୁଅର ବାହାଘରରେ ଥିବା ବେଳେ ତାଙ୍କୁ ମେସେଜ୍‌ର ଉତ୍ତର ଆସିଲା। ଉତ୍ତର ‌ଜେନ୍‌ଙ୍କ ସାବତ ମାଆ ନୁହେଁ, ବରଂ ତାଙ୍କ ଘରର ଜଣେ ପିଲାଙ୍କ ନିକଟରୁ ଆସିଥିଲା। ‌ସେ ଲେଖିଥିଲେ, ‘ଆପଣ ଠିକ୍‌ ଜାଗାକୁ ମେସେଜ୍‌ କରିଛନ୍ତି। ଇଏ ମୋ ଜେଜେମାଆଙ୍କ ଆକାଉଣ୍ଟ୍‌। ସେ ଖୁବ୍ କମ୍‌ ଫେସ୍‌ବୁକ୍‌ ବ୍ୟବହାର କରନ୍ତି। ସେଥିପାଇଁ ଉତ୍ତର କରିପାରିନାହାନ୍ତି।’ ଯାହାବି ହଉ ଶେଷର ଜେନ୍‌ ଯୋଗାଯୋଗ କରି ନିଜ ବାପାଙ୍କୁ ଭେଟିବାରେ ସମର୍ଥ ହେଲେ।