ଭଉଣୀ ଓ ଝିଅ କାନ୍ଧରେ ଚିରଦିନ ପାଇଁ ବିଦାୟ ନେଲେ ଏହି ବ୍ୟକ୍ତି

ଭିଲାଓ୍ଵାଡା: ନିୟମ ଅନୁସାରେ ମହିଳାମାନଙ୍କୁ ଶ୍ମଶାନକୁ ଯିବା ବାରଣ ଥାଏ। କିନ୍ତୁ ଏହି ନିୟମକୁ ଭାଙ୍ଗି ଝିଅ-ଭଉଣୀ ନିଜ ପିତା/ଭାଇଙ୍କୁ କାନ୍ଦେଇ ଶ୍ମଶାନ ନେଇ ମୁଖାଗ୍ନି ଦେଇଥିବାର ଏକ ବିରଳ ଦୃଶ୍ୟ ଦେଖି ଆପଣଙ୍କ ଆଖିରୁ ବି ଲୁହ ଝିରି ପଡ଼ିବ।

ଏମିତି ଏକ ଘଟଣା ସୋମବାର ଦିନ ରାଜସ୍ଥାନର ଭିଲାଓ୍ଵାଡା ସହରର ଆରସି ବ୍ୟାସ କଲୋନିରେ ଦେଖିବାକୁ ମିଳିଛି। ଏଠାରେ ଦିନେଶ ଭଟ୍ଟ ବସବାସ କରନ୍ତି। ସୋମବାର ତାଙ୍କର ପରଲୋକ ଘଟିଥିଲା। କିନ୍ତୁ ତାଙ୍କର କେହି ପୁଅ ନଥିବା ହେତୁ ଝିଅମାନେ ପୁଅର କର୍ତ୍ତବ୍ୟ ପାଳନ କରିଥିଲେ। ପିତାଙ୍କ ମୃତଦେହକୁ କାନ୍ଧେଇ ଶ୍ମଶାନ ନେଇ ମୁଖାଗ୍ନି ଦେଇଥିଲେ। କେବଳ ଝିଅ ନୁହେଁ ଦିନେଶ ଭଟ୍ଟଙ୍କୁ ତାଙ୍କ ଭଉଣୀ ବି କାନ୍ଧ ଦେଇଥିଲେ।

ଆରସି ବ୍ୟାସରେ ରହୁଥିବା ଦିନେଶ ଭଟ୍ଟଙ୍କ ଦୁଇଟି ଝିଅଙ୍କ ନାମ ଦିଶି ଓ ଭବ୍ୟତା। ଅନେକ ଦିନ ହେବ ଦିନେଶ ରୋଗରେ ପୀଡିତ ଥିଲେ। ଗତ ସୋମବାର ତାଙ୍କର ନିଧନ ହୋଇଥିଲା। ଭଟ୍ଟଙ୍କ କେହି ପୁତ୍ର ନଥିବା ହେତୁ ଦୁଇ ଝିଅ ଦିଶି ଓ ଭବ୍ୟତା ପିତାଙ୍କୁ ମୁଖାଗ୍ନି ଦେଇ ନିଜ କର୍ତ୍ତବ୍ୟ ପାଳନ କରିଥିଲେ।

ସମ୍ବନ୍ଧିତ ଖବର