ମୃତ୍ୟୁ ପରେ ଯେ, କେହି ଫେରନ୍ତି ନାହିଁ ଏହା ସମସ୍ତେ ଜାଣନ୍ତି। କାରଣ ଏହା ଚିରନ୍ତନ ସତ୍ୟ। ଏହା ଜୀବନର ଶେଷ ବିନ୍ଦୁ। କିନ୍ତୁ ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା। ମୃତ୍ୟୁ ପରେ ଶବକୁ ସମାଧି ଦିଆ ଯାଇଥିଲା। କିନ୍ତୁ ଏଭଳି କିଛି ଥିଲା ଯାହାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। କେବଳ ସାଧାରଣ ମଣିଷ ନୁହଁନ୍ତି ବରଂ ପୋଲିସର ମଧ୍ୟ ହୋସ୍ ଉଡିଯାଇଥିଲା।
/sambad/media/post_attachments/wp-content/uploads/2018/02/download-8.jpg)
ଘଟଣାଟି ୭ ମାସ ପୂର୍ବର। ଦେହରାଦୁନର ଏକ ବ୍ୟସ୍ତବହୁଳ ଅଂଚଳରେ ନିଜ ପରିବାର ସହ ବାସ କରୁଥିବା ଇକବାଲ ତାଙ୍କ ଝିଅ ଅଫରିନଙ୍କ ବିବାହ ୨୦୧୪ରେ ବାଗଜାଲା ନିବାସୀ ଇମରାନଙ୍କ ସହିତ କରିଥିଲେ। କିନ୍ତୁ ୨୫ ଜୁଲାଇ ୨୦୧୭ରେ ଅଫରିନଙ୍କର ମୃତ୍ୟୁ ଘଟିଲା। ତେବେ ଝିଅକୁ ଯୌତୁକ ପାଇଁ ବିଷ ଦେଇ ମାରିଥିବା ନେଇ ଥାନାରେ ଏତଲା ଦେଇଥିଲେ ଇକବାଲ। କିନ୍ତୁ ପୁଲିସ୍ କୌଣସି ପଦକ୍ଷେପ ନ ନେବାରୁ ଇକବାଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।
/sambad/media/post_attachments/wp-content/uploads/2018/02/Graveyard-dreams-300x202.jpg)
ଅଦାଲତଙ୍କ ନିର୍ଦ୍ଦେଶାନୁସାରେ, ପୋଲିସ ଅଫରିନଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ଏବଂ ହତ୍ୟା ମାମଲା ରୁଜୁ କରିଥିଲେ। ଏହାପରେ ଶବକୁ ସମାଧିରୁ ବାହାର କରି ପୋଷ୍ଟମର୍ଟମ କରାଯାଇଥିଲା। ଡିଏନଏ ତାଙ୍କ ମାତାପିତାଙ୍କ ସହ ମ୍ୟାଚ କରିବାରୁ ଜଣାଗଲାଯେ ସେ ହେଉଛନ୍ତି ଅଫରିନ। ସେହିପରି ମାଟି ଏବଂ କଙ୍କାଳର ଟିସୁ ପରୀକ୍ଷଣରୁ ସ୍ପଷ୍ଟ ହୋଇଗଲା କି ବିଷ ଦ୍ୱାରା ମୃତ୍ୟୁ ହୋଇଛି। କିନ୍ତୁ ତାଙ୍କ ଶାଶୁଘର ଲୋକଙ୍କ କହିବା ଅନୁସାରେ, ଅଫରିନଙ୍କ ମୃତ୍ୟୁ ରୋଗ ଯୋଗୁଁ ହୋଇଥିଲା। ତେବେ ଘଟଣା ଜଣାପଡିବା ପରେ ଇମରାନଙ୍କୁ ପୋଲିସ୍ ଗିରଫ କରି ଜେଲ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/samadhi.jpg)