ମହିଳାଙ୍କର ହେଉଥିଲା ପ୍ରବଳ ମୁଣ୍ଡବିନ୍ଧା, କାନରୁ ବାହାରିଲା ମଲା ଅସରପା, ଦେଖନ୍ତୁ ଏହି ଭିଡିଓରେ

ଅନେକଙ୍କ କ୍ଷେତ୍ରରେ ମୁଣ୍ଡବିନ୍ଧା ଏବଂ ବେଳେବେଳେ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଇଥାଏ । ସେମାନେ ଏହାକୁ ନେଇ ବ୍ୟତିବ୍ୟସ୍ତ ହୋଇ ଉଠନ୍ତି। ଏହା ସ୍ୱାଭାବିକ ମଧ୍ୟ। କିନ୍ତୁ ବେଳେବେଳେ ଏହା ଏଭଳି ଘଟଣାରୁ ସୃଷ୍ଟି ହୋଇଥାଏ ତାହା ଜାଣିଲେ ଆମେ ହସି ହସି ଗଡିଯାଇଥାଉ। ଏଭଳି ଏକ ବିବ୍ରତକାରୀ ଭିଡିଓ ଇଣ୍ଟରନେଟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି।

ଗ୍ଵାଟେମାଲାର ଏହି ବିବ୍ରତକାରୀ ଭିଡିଓ ଇଣ୍ଟରନେଟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଜଣେ ମହିଳାଙ୍କର ମୁଣ୍ଡବିନ୍ଧା ହେବା ଏବଂ ମୁଣ୍ଡ ବୁଲାଇବାପରେ ସେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଲେ। ସେହି ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବାପରେ ଜାଣିବାକୁ ପାଇଲେ ଯେ ସେହି ମହିଳାଙ୍କ କାନରେ ଏକ ଅସରପା ପଶି ଯାଇଛି। ତାପରେ ଚିମୁଟା ସହାୟତାରେ ସେମାନେ ସେହି ଅସରପାକୁ କାନ ଭିତରୁ କାଢ଼ିଲେ। ଏହି କଢ଼ାଯିବା ଭିଡିଓ ଏବେ ଇଣ୍ଟରନେଟରେ ହଙ୍ଗାମା କରୁଛି। ଅସରପା ମଣିଷର କାନଉପରେ ଚଢ଼ିବାକୁ ଭଲ ପାଏ। 

ସମ୍ବନ୍ଧିତ ଖବର