ମୃତ ଭାବି ଶିଶୁକୁ ଶ୍ମଶାନ ନେଉଥିଲେ, ବାଟରେ ହେଲା ଏମିତି ଚମତ୍କାର !

ଗଓ୍ଵାଲିୟର: ‘ଦଇବ ଲିଖନ କିଏ କରିବ ଆନ’। ଅର୍ଥାତ୍‌ ଯାହାକୁ ଦଇବ ସାହା ତା ଉପରେ କି ବିପଦ ବୋଲି କଥାରେ ଅଛି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଗଓ୍ଵାଲିୟର ଜିଲ୍ଲାରେ ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶର ଗଓ୍ଵାଲିୟର ଜିଲ୍ଲାରେ ବସବାସ କରୁଥିବା ଶିବମ ଦ୍ୱିବେଦୀ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ନଭେମ୍ବର ଏକ ଶିଶୁକୁ ଜନ୍ମ ଦେଇଥିଲା। କିଛିଦିନପରେ ଶିଶୁର ଶରୀର ଅସୁସ୍ଥ ହେବାରେ ଲାଗିଲା। ତାକୁ ହସ୍‌ପିଟାଲ ନେଇ ଚିକିତ୍ସା କରାଯାଇ ସୁସ୍ଥହେଲା ପରେ ଘରକୁ ଆଣାଯାଇଥିଲା। କିନ୍ତୁ ପୁଣି ଥରେ ଆକସ୍ମିକ ଭାବେ ଶିଶୁଟିର ସ୍ୱାସ୍ଥ୍ୟ ଏପରି ବିଗିଡ଼ି ଗଲା ଯେ ତା’ର ମସ୍ତିଷ୍କ ଓ ଶରୀରର କିଛି ଅଙ୍ଗ କାମ କଲା ନାହିଁ। ତାକୁ ମୃତ ବୋଲି ଘୋଷଣା କରିଦିଆଗଲା। ଅନ୍ତିମ ସଂସ୍କାର ପାଇଁ ଶିଶୁକୁ ଶ୍ମଶାନ ନେଇ ଯାଉଥିବା ସମୟରେ ଏମିତି ଏକ ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ  ସ୍ତବ୍ଧ କରି ଦେଇଥିଲା।

ଶିବମ ଦ୍ୱିବେଦୀଙ୍କ କହିବାନୁସାରେ, ପତ୍ନୀ ସ୍ୱାତୀ ଦ୍ୱିବେଦୀ ନଭେମ୍ବର ୧୩ ତାରିଖରେ ଗଓ୍ଵାଲିୟର କମଲାରାଜା ହସ୍‌ପିଟାଲରେ ଅପରେସନ୍‌ ଜରିଆରେ ଏକ ଶିଶୁକୁ ଜନ୍ମ ଦେଇଥିଲେ।। ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ସ୍ୱାତୀ ତାଙ୍କ ବାପଘରେ ରହୁଥିଲେ। ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲା। ଜାନୁଆରି ୧ରେ ଶିଶୁଟିକୁ ପ୍ରବଳ ଥଣ୍ଡା ସାଙ୍ଗକୁ କାଶ ମଧ୍ୟ ହୋଇଥିଲା। ଶିଶୁଟିର ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ଯାଇଥିଲୁ। ଡାକ୍ତର ଶିଶୁଟିକୁ ଔଷଧ ଦେଇଥିଲେ। କିନ୍ତୁ ସେହି ରାତିରେ ଶିଶୁର ଶରୀର ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ତେଣୁ ଆମେ ତାକୁ ସଙ୍ଗେସଙ୍ଗେ କମଲାରାଜା ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିଲୁ। ଶିଶୁର କେତେକ ଅଙ୍ଗ କାମ କଲା ନାହିଁ।  ଶିଶୁକୁ ଭେଣ୍ଟିଲେଟରରେ ରଖାଗଲା।

ଭେଣ୍ଟିଲେଟରେ କିଛିଦିନ ରହିବା ପରେ ଶିଶୁକୁ ଘରକୁ ନେଇ ଆସିଥିଲୁ। ଘରେ ପହଞ୍ଚିବାପରେ ଶିଶୁଟିର ମସ୍ତିଷ୍କ ଓ ଶରୀରର କେତେକ ଅଂଶ କାମ ନ କରିବାରୁ ପରିବାରବର୍ଗ ତାକୁ ମୃତବୋଲି ଘୋଷଣା କରିଥିଲେ। ଶେଷରେ ଶିଶୁଟିର ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନେଇଯାଇଥିଲୁ। ସନ୍ଧ୍ୟାରେ ଶିଶୁଟିକୁ ପୋତିବା ପାଇଁ ଗାତ ଖୋଳାଯାଇଥିଲା। ସେହି ଗାତରେ ଶିଶୁଟିକୁ ପୋତିବା ପାଇଁ ଯେମିତି ରଖିଛୁ, ସେ ହଠାତ୍‌ ଆଖି ଖୋଲି ମୋତ ଚାହିଁବା ସହିତ ହାତଗୋଡ ହଲାଇବାକୁ ଲାଗିଥିଲା। ଡେରି ନ କରି ତାକୁ  ତୁରନ୍ତ ଡାକ୍ତରଖାନା ଆଣିଥିଲୁ। ଡାକ୍ତର ଶିଶୁର ଚିକିତ୍ସା କରିବା ପରେ ନିମୋନିଆ ଓ ମସ୍ତିଷ୍କ ଜ୍ୱରରେ ପୀଡିତ ଥିବାରୁ ତାର ଶରୀର ଅବସ୍ଥା ଗମ୍ଭୀର ଅଛି ବୋଲି କହିଥିଲେ। ଭୟ କରିବାର କୌଣସି କାରଣ ନାହିଁ ଶିଶୁଟି ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ବୋଲି ଶିବମ କହନ୍ତି।

ସମ୍ବନ୍ଧିତ ଖବର