ଗାଈଗୋରୁଙ୍କୁ ସଂକ୍ରମିତ କରୁଥିବା ଏକ ଘାତକ ବ୍ୟାକ୍ଟେରିଆ ଏବେ ମଣିଷଙ୍କୁ ମଧ୍ୟ ଆକ୍ରାନ୍ତ କଲାଣି ବୋଲି ପେନ୍ ଷ୍ଟେଟ୍ ୟୁନିଭର୍ସିଟିର ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷକଙ୍କ ଅନୁଯାୟୀ ସାଲ୍ମନେଲା ଡବ୍ଲିନ୍ ନାମକ ଏହି ବ୍ୟାକ୍ଟେରିଆର ଯେଉଁ ଷ୍ଟ୍ରେନ୍ ଗାଈଗୋରୁଙ୍କ ଠାରେ ଦେଖାଯାଇଥାଏ ତାହା ଏବେ ମଣିଷଙ୍କ ଦେହରେ ଠାବ କରାଯାଇଛି। ତେଣୁ ଏହା ଗାଈଗୋରୁଙ୍କ ପାଖରୁ ମଣିଷ ଦେହକୁ ଡେଇଁବାର ବିପଦ ସୃଷ୍ଟି ହୋଇଛି। ସଂକ୍ରମିତ ଗାଈଗୋରୁଙ୍କ ସଂସ୍ପର୍ଶ ଏବଂ କ୍ଷୀର, ଛେନା ଓ ଗୋମାଂସ ଜରିଆରେ ଏହା ସହଜରେ ମାନବ ଶରୀରକୁ ପ୍ରବେଶ କରିବାର ଆଶଙ୍କା ରହିଛି। ସାଲ୍ମନେଲା ଡବ୍ଲିନ୍ ବ୍ୟାକ୍ଟେରିଆ ଗାଈଗୋରୁଙ୍କ ଠାରେ ଗୁରୁତର ଅସୁସ୍ଥତା ଓ ମୃତ୍ୟୁର କାରଣ ହେଉଥିବା ବେଳେ ମଣିଷ ଠାରେ ଏହା ଗୁରୁତର ରକ୍ତ ସଂକ୍ରମଣ ସୃଷ୍ଟି କରିପାରେ। ଚିନ୍ତାଜନକ ବିଷୟ ହେଲା, ଦିନକୁ ଦିନ ଏହି ବ୍ୟାକ୍ଟେରିଆ ଅଧିକ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ହେବାରେ ଲାଗିଛି ଏବଂ ଆଗକୁ ଏହାର ସଂକ୍ରମଣର ଚିକିତ୍ସା ଆଉ ସମ୍ଭବ ହୋଇ ନ ପାରେ। ତେଣୁ ବୟସ୍କ, ଶିଶୁ ଓ ଦୁର୍ବଳ ପ୍ରତିରୋଧ ଶକ୍ତି ଥିବା ଲୋକମାନଙ୍କ ଠାରେ ଏହି ବ୍ୟାକ୍ଟେରିଆର ସଂକ୍ରମଣ ଘାତକ ହୋଇପାରେ। ମଣିଷ, ପଶୁ ଓ ପରିବେଶରେ ଏହି ବ୍ୟାକ୍ଟେରିଆର ଉପସ୍ଥିତି ପରିଲକ୍ଷିତ ହୋଇଥିବାରୁ ଏହାର ନିୟନ୍ତ୍ରଣ ପାଇଁ ମିଳିତ ଉଦ୍ୟମ ଜରୁରି ବୋଲି ଗବେଷକମାନେ ଗୁରୁତ୍ବାରୋପ କରିଛନ୍ତି।
ଗାଈଗୋରୁଙ୍କ ପାଖରୁ ଡେଇଁଲାଣି ଘାତକ ବ୍ୟାକ୍ଟେରିଆ
ଗାଈଗୋରୁଙ୍କୁ ସଂକ୍ରମିତ କରୁଥିବା ଏକ ଘାତକ ବ୍ୟାକ୍ଟେରିଆ ଏବେ ମଣିଷଙ୍କୁ ମଧ୍ୟ ଆକ୍ରାନ୍ତ କଲାଣି ବୋଲି ପେନ୍ ଷ୍ଟେଟ୍ ୟୁନିଭର୍ସିଟିର ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷକଙ୍କ ଅନୁଯାୟୀ ସାଲ୍ମନେଲା ଡବ୍ଲିନ୍ ନାମକ ଏହି ବ୍ୟାକ୍ଟେରିଆର ଯେଉଁ ଷ୍ଟ୍ରେନ୍ ଗାଈଗୋରୁଙ୍କ ଠାରେ
/sambad/media/media_files/2025/08/27/sfsfsfxc-2025-08-27-04-11-18.jpg)