ବିବାହର ୧୦ ଘଣ୍ଟା ଭିତରେ ହେଲା କନ୍ୟାଙ୍କ ମୃତ୍ୟୁ, ପରିବାରରେ ଶୋକର ମାହୋଲ

ଯୋଦ୍ଧପୁର: ରାଜସ୍ଥାନର ଯୋଦ୍ଧପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ କନ୍ୟାଙ୍କର ବିବାହର ୧୦ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଛି। ପରିବାରରେ ବିବାହ ପାଇଁ ଖୁସିର ମାହୋଲ ଥିବା ବେଳେ ଅଚାନକ ଦୁଃଖର କଳାବାଦଲ ଛାଇଯାଇଛି। ବିବାହ ପରେ ଅଚାନକ କନ୍ୟା ଶଶୁର ଘରେ ପହଞ୍ଚିବା ପରେ ତାଙ୍କ ଶରୀର ଖରାପ ହୋଇଗଲା। ତାଙ୍କୁ ପରିବାର ଲୋକେ ତୁରନ୍ତ ହସ୍ପିଟାଲ୍‌ ନେଇଗଲେ। ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଜାଣିବାକୁ ମିଳିଛି ଯେ ଜିଲ୍ଲାର ଯୋଦ୍ଧା ଗାଁକୁ ବରପକ୍ଷ ଲୋକେ ବରଯାତ୍ରୀ ନେଇ ବିବାହ ପାଇଁ ଆସି ପହଞ୍ଚିଥିଲେ। ସେଠାରେ ବଡ଼ ଧୁମ୍‌ଧାମ୍‌ରେ ବିବାହ ହେଲା। ବିବାହ ସରିବା ପରେ କନ୍ୟା ବିଦା ହେଲା। କନ୍ୟା ଜଣକ ଯାଇ ତାଙ୍କ ଶଶୁର ଘରେ ପହଞ୍ଚିବା ପରେ ହଠାତ ଅସୁସ୍ଥ ହୋଇପଡ଼ିଲେ। ପରିବାର ଲୋକ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲ୍‌କୁ ନେଇଗଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସଂପର୍କୀୟମାନଙ୍କ କହିବା କଥା ହେଉଛି, ବିବାହ ପରେ ବର ସୁବାସ ଓ କନ୍ୟା ରେଖାଙ୍କୁ ବହୁ ଦେବାଦେବୀ ମନ୍ଦିରକୁ ରୀତି ପୂରା କରିବାକୁ ଯିବାକୁ ପଡ଼ିଥିଲା। ସେମାନେ ଖରାରେ ଦିନ ସାରା ବୁଲାବୁଲି କରି ଥକି ପଡ଼ିଥିଲେ। ସେହି କାରଣରୁ କନ୍ୟା ଟିକେ ବିଶ୍ରାମ ନେଇଥିଲେ। ମାତ୍ର ଯେତେବେଳେ କନ୍ୟା ଜଣକ ବହୁ ସମୟ ପର୍ଯ୍ୟନ୍ତ ଉଠିନଥିଲେ ତାଙ୍କୁ ଘରର ମହିଳା ଡାକିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥା‌ଏ। ପରିବାର ଲୋକ ସନ୍ଦେହ କରି ଡାକ୍ତରଖାନା ନେଇ ଯାଇଥିଲେ।

 

ସମ୍ବନ୍ଧିତ ଖବର