ନୂଆଦିଲ୍ଲୀ: ୟୁଟ୍ୟୁବରଙ୍କ ଦୁନିଆରେ ମିଷ୍ଟର ବିଷ୍ଟ ଏକ ଚର୍ଚ୍ଚିତ ନାମ। ମିଷ୍ଟର ବିଷ୍ଟଙ୍କ ଚାନେଲରେ ୧୩୮ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି, ଯାହାକି ବିଶ୍ବରେ ସବୁଠାରୁ ଅଧିକ ବୋଲି କୁହାଯାଉଛି। ମିଷ୍ଟର ବିଷ୍ଟଙ୍କ ବାସ୍ତବ ନାମ ଜିମି ଡୋନାଲ୍ଡସନ। ନିକଟରେ ୨୪ବର୍ଷର ଜିମିଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଗୁଜବ ଉଠିଥିଲା। ଏହି ଗୁଜବକୁ ନେଇ ଜିମି ନିଜ ଶୈଳୀରେ ଉତ୍ତର ଦେଇଛନ୍ତି।
ନିକଟରେ ଜଣେ ଟୁଇଟର ବ୍ୟବହାରକାରୀ @ଏକ୍ସଷ୍ଟ୍ରିମିବ୍ଲିଚ୍ ମିଷ୍ଟର ବିଷ୍ଟ ଅର୍ଥାତ ଜିମି ଡୋନାଲ୍ଡସନଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଗୁଜବ ଖବର ପୋଷ୍ଟ କରିଥିଲେ। ସେ ୟୁଟ୍ୟୁବରଙ୍କ ଫଟୋ ସେୟାର କରି ଲେଖିଥିଲେ,‘ମୋତେ ବିଶ୍ବାସ ହେଉ ନାହିଁ କି ମିଷ୍ଟର ବିଷ୍ଟଙ୍କ ମୃତ୍ୟୁ ହୋଇଯାଇଛି। ସେ ଏ ଦୁନିଆରୁ ବହୁତ ଶୀଘ୍ର ଚାଲିଗଲେ। ଆମେ ଏହି କିମ୍ବଦନ୍ତିଙ୍କୁ କେବେ ଭୁଲି ପାରିବା ନାହିଁ।’
ଦେଖୁଦେଖୁ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା। ମିଷ୍ଟର ବିଷ୍ଟଙ୍କ ମୃତ୍ୟୁ ହୋଇଥିବା ଗୁଜବ ଖବର ଭିଡିଓକୁ ଦେଢ଼କୋଟି ଲୋକ ଦେଖିଥିଲେ।
I cant believe mrbeast died… gone too soon man.. you’ll never be forgotten you legend ❤️ pic.twitter.com/3Fr4h3PQAy
— duck (@ExtremeBlitz__) March 15, 2023
ନିକଟରେ ନିଜେ ମିଷ୍ଟର ବିଷ୍ଟ ଏହି ଟୁଇଟର ପ୍ରତିକ୍ରିୟା ଦେଇଛନ୍ତି। ସେ ମଜାଳିଆ ଶୈଳୀରେ ଲେଖିଛନ୍ତି, ‘ଏହି ପୋଷ୍ଟରେ ୧୦୦,୦୦୦ଲାଇକ କ’ଣ ପାଇଁ?
ତେବେ ଟୁଇଟର ବ୍ୟବହାରକାରୀଙ୍କ ଏଭଳି ପୋଷ୍ଟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ କହିଛନ୍ତି, ବଞ୍ଚିଥିବା ଲୋକଙ୍କ ନାମରେ ମୃତ୍ୟୁର ଏଭଳି ଗୁଜବ ପ୍ରଚାର କରିଲେ କ’ଣ ଲାଭ ମିଳିଥାଏ। ଲୋକେ ଏପରି କାହିଁକି କରି ଥାଆନ୍ତି କେଜାଣି?