ପୁଅ କିପରି  ମାଆଙ୍କୁ ଭୋଗବାସନାରୁ ମୁକ୍ତ କରାଇଲେ ?

ଦେବହୁତି ମହର୍ଷି କର୍ଦମଙ୍କୁ ବିବାହ କରିବାପରେ  ଆଭୂଷଣ ତଥା ଲୋକୋତ୍ତର ଐଶ୍ୱର୍ଯ୍ୟ-ଭୋଗର ଦୁର୍ଲଭ ସାମଗ୍ରୀ ପ୍ରାପ୍ତ କଲେ।ମହର୍ଷି କର୍ଦମଙ୍କ ସହିତ ସେ ଭୋଗ ବିମାନରେ ଚଢ଼ିଗଲେ। ସେ ଦୁହେଁ ଦୀର୍ଘ ବର୍ଷ ଧରି କେବଳ ସାଂସାରିକ ଗାର୍ହସ୍ଥ୍ୟ ଜୀବନ ବିତାଇଥିଲେ। ଘଟଣାକ୍ରମେ ଦେବହୁତି ନଅ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏମାନଙ୍କ ବିବାହ ମହର୍ଷି ମରିଚି,ଅତ୍ରି ,ଅଙ୍ଗିରା ଆଦିଙ୍କ ସହିତ ସଂପନ୍ନ ହୋଇଥିଲା।

ଏହାପରେ ଦିନେ ମହର୍ଷି କର୍ଦମ ଚିନ୍ତା କରିଲେ ଯେ ବିଷୟ  ଭୋଗରେ ରହି ତାଙ୍କ ଦୁର୍ଲଭ ମାନବ ଜନ୍ମ ନଷ୍ଟ ହୋଇଗଲା। ତାଙ୍କ ମନରେ ପୂର୍ଣ୍ଣ ବୈରାଗ୍ୟଭାବ ଉଦୟ ହେଲା।ଏଣୁ ସେ ଏକାକୀ ଅରଣ୍ୟକୁ ଯାଇ ତପଶ୍ଚାରଣ କରିବାର ନିଶ୍ଚୟ କରିଲେ।ଏକଥା ଜାଣିବାପରେ ଦେବହୁତିଙ୍କର ମଧ୍ୟ ଜ୍ଞାନ ଉଦୟ ହେଲା। ସେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ପତିଙ୍କୁ କହିଲେ,‘ଦେବ!ମୁଁ ଇନ୍ଦ୍ରିୟ ସୁଖରେ ବୁଡ଼ି ରହି ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ ଠୁଁ ଦୂରେଇ ଯାଇଥିଲି। ଆପଣଙ୍କ  ପରି ମାହାତ୍ମାଙ୍କ ସଙ୍ଗତି ପାଇ ମଧ୍ୟ ମୁଁ ଏଭଳି ବିଷୟ ଭୋଗରେ ଲିପ୍ତ ରହିଛି। ଏକଥା ଭାବିଲା ବେଳକୁ ମୁଁ ଲଜ୍ଜାବୋଧ କରୁଛି। ଏଣୁ ଆପଣ ଦୟାପୂର୍ବକ ମୋତେ ଉଦ୍ଧାରର ମାର୍ଗ ବତାନ୍ତୁ।’

photo-youtube

ମହର୍ଷି କର୍ଦମ କହିଲେ,‘ପ୍ରିୟେ! ବ୍ୟାକୁଳ ବା ଉଦ୍‌ବିଘ୍ନ ହୁଅ ନାହିଁ। ତୁମର ପରମ ପୁରୁଷ ପ୍ରକଟ ହେବ। ସେ ତୁମକୁ ତତ୍ତ୍ୱ ଜ୍ଞାନର ଉପଦେଶ ଦେବ ମୁଁ ତାଙ୍କର ଦର୍ଶନ  କରିବାପରେ ହିଁ ଏଠାରୁ ଯିବି। ସମୟ କ୍ରମେ ଭଗବାନ କପିଳ ଦେବହୁତିଙ୍କ ଗର୍ଭରୁ ଅବତାର ନେଲେ। ମହର୍ଷିି ତାଙ୍କର  ଦର୍ଶନ କରି ଏବଂ ତାଙ୍କଠୁଁ ଅନୁମତି ଦେଇ ଅରଣ୍ୟକୁ ତପଶ୍ଚାରଣଲାଗି ପ୍ରସ୍ଥାନ କରିଲେ। ଭଗବାନ କପିଳ ମାତାଙ୍କୁ ତତ୍ତ୍ୱଜ୍ଞାନର ଉପଦେଶ ଦେଇ କହିଲେ,ଏହି ମନ ହିଁ ମନୁଷ୍ୟର ବନ୍ଧନ ଓ ମୋକ୍ଷର କାରଣ। କିନ୍ତୁ ପରାମାତ୍ମା ଅନୁରକ୍ତ ହେବାପରେ ତାହା ମୋକ୍ଷର କାରଣ ହୋଇଯାଏ। ଏଣୁ ମନୁଷ୍ୟକୁ ସମସ୍ତ ପ୍ରକାରର ମୋହରୁ ମନକୁ ଜୋର ଜବରଦସ୍ତ ଟାଣି ଆଣି ଭଗବାନଙ୍କ ସ୍ୱରୂପରେ ଲଗାଇବା ଉଚିତ। ଏହିପରି ଭାବେ ମାତାଙ୍କୁ ଭକ୍ତି ଓ ସାଂଖ୍ୟଶାସ୍ତ୍ରର ଉପଦେଶ ଦେଇ ଭଗବାନ କପିଳ ସମୁଦ୍ରତଟକୁ ଚାଲିଗଲେ ଏବଂ ସମୁଦ୍ର ତାଙ୍କୁ ନିଜ ଭିତରେ ସ୍ଥାନ ଦେଲେ। କପିଳଙ୍କ ଉପଦେଶ ଅନୁଯାୟୀ ଭଗବାନଙ୍କ ଠାରେ ନିଜର  ମନ ଲଗାଇ ମୋକ୍ଷ ପ୍ରାପ୍ତ କରିଥିଲେ।

 

ସମ୍ବନ୍ଧିତ ଖବର