ପତ୍ନୀଙ୍କ ହାତରୁ ମେହେନ୍ଦି ଲିଭିନଥିଲା, ନକ୍ସଲଙ୍କ ଗୁଳିରେ ଦେଶ ପାଇଁ ସହିଦ ହୋଇଗଲେ ସବଇନ୍ସପେକ୍ଟର ଦୀପକ

ସୁକମା: ଆଖିବୁଜା ଗୁଳି ବର୍ଷୁଥିଲା, ଆଉ ନିଜ ସାଥି ଯବାନଙ୍କ ମନୋବଳ ବଢାଇବାକୁ ଦେଶପ୍ରେମର ଗୀତ ଗାଉଥିଲେ ଯବାନ ଦୀପକ ଭରଦ୍ୱାଜ | ନିଜ ସାଥିଙ୍କୁ ବଞ୍ଚାଉ ବଞ୍ଚାଉ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ସହିଦ ହୋଇଯାଇଛନ୍ତି ସବଇନ୍ସପେକ୍ଟର ଦୀପକ ଭରଦ୍ୱାଜ | ଆଜି ଆମେ ଆପଣଙ୍କୁ ଛତିଶଗଡ଼ ମାଓ ହମଲାର ଏଭଳି ଜଣେ ଯବାନଙ୍କ କାହାଣୀ କହିବୁ ଯାହାକି ଆପଣଙ୍କୁ ଭାବବିହ୍ୱଳ କରିଦେବ | ବାସ୍କେଟବଲ ଖେଳିବା ଓ ଗୀତ ଗାଇବା ଦୀପକଙ୍କର ରୁଚି ଥିଲା | ୨୦୧୯ ମସିହାରେ ତାଙ୍କର ବିବାହ ହୋଇଥିଲା | ଆଉ ଅନେକ ମାଓ ବିରୋଧୀ ଅପରେସନକୁ ସଫଳତାର ସହ ସମ୍ପନ୍ନ କରିଥିଲେ ଦୀପକ |

ଶନିବାର ଦିନ ଯେତେବେଳେ ସର୍ଚ୍ଚ ଅପରେସନରେ ଯାଇଥିଲେ ସେତେବେଳେ ନକ୍ସଲ ଆଖିବୁଜା ଗୁଳି ଚଳାଇଥିଲେ | ନିଜର ସାଥି ଯବାନମାନେ ଆହତ ହୋଇଥିବାବେଳେ ସଫଳତାର ସହ ନକ୍ସଲଙ୍କୁ ମଧ୍ୟ ମୁକାବିଲା କରିଥିଲେ | ଦୀପକଙ୍କ ବାପା କହିଛନ୍ତି ଯେ ଶେଷ ଥର ପାଇଁ ହୋଲି ସମୟରେ ସେ କଥା ହୋଇଥିଲେ |

<p>हमले में घायल एक बहादुर सिपाही ने बताया कि नक्सलियों ने घात लगाकर फायरिंग की थी। घायल सिपाहियों को घेरे में लेकर नक्सलियों को जवाब देने लगे। दीपक हैवी फायरिंग करके नक्सलियों को पीछे धकेल रहे थे, ताकि वहां से निकला जा सके। वे 4-5 जवानों को वहां से सुरक्षित निकाल चुके थे, तभी IED ब्लास्ट की चपेट में आ गए और शहीद हो गए।</p>
photo-asianet news

ସେପ୍ଟେମ୍ବର ୬, ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିବା ଦୀପକ ୨୦୧୩ ମସିହାରେ ମାତ୍ର ୨୩ ବର୍ଷ ବୟସରେ ଛତିଶଗଡ଼ ପୁଲିସରେ ଯୋଗ ଦେଇଥିଲେ | ଆଉ ନିଜର ଦାୟିତ୍ୱ ପ୍ରତି ନିଷ୍ଠା ଯୋଗୁଁ ତାଙ୍କୁ ସ୍ପେଶାଲ ଟାସ୍କଫୋର୍ସରେ କାମ କରିବାର ସୁଯୋଗ ମିଳିଥିଲା | ମାଓ ବିରୋଧୀ ଅପରେସନରେ ବଡ ବଡ ଦାୟିତ୍ୱ ତାଙ୍କୁ ଦିଆଯାଉଥିଲା | ସୂଚନା ଥାଉ କି ଗତ ଶନିବାର ଦିନ ସୁକୁମାର ବିଜେପୁର ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଯାଇଥିଲେ ଆଉ ସେମାନଙ୍କ ମଧ୍ୟରେ ଦୀପକ ଭରଦ୍ୱାଜ ମଧ୍ୟ ଥିଲେ |

ସମ୍ବନ୍ଧିତ ଖବର