ବଲିଉଡ୍‌ର ସବୁଠୁ ଷ୍ଟନିଂ ଓ ଷ୍ଟାଇଲିସ୍‌ ଅଭିନେତ୍ରୀଙ୍କ ନାଁ ଆସିଲେ ବର୍ତ୍ତମାନ ସମୟରେ ଦୀପିକା ପାଦୁକୋନ୍‌ଙ୍କ ନାମ ସର୍ବାଗ୍ରେ ରହିବ। ନିଜର ଆକର୍ଷଣୀୟ ଚେହେରା ତଥା ଅଭିନୟର ପାରଦର୍ଶିତା ବଳରେ ସେ ଆଜି ହିନ୍ଦୀ ସିନେମା ଶିଳ୍ପରେ ସବୁଠୁ ଲୋକପ୍ରିୟ ତାରକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବଲିଉଡ୍‌ରେ ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ମଧ୍ୟ ହେଉଛନ୍ତି ଦୀପିକା। ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରି ପ୍ରଥ‌ମେ ସେ ଜାତୀୟସ୍ତରରେ ବ୍ୟାଡ୍‌ମିଣ୍ଟନ୍‌ ଖେଳି ପଦକ ଜିତିଥିଲେ। ଏହାପରେ ସେ ଅଭିନୟ ଜଗତରେ ପାଦ ଥାପିଲେ। ପ୍ରଥମେ ଏକ ଦକ୍ଷିଣୀ ଚଳଚ୍ଚିତ୍ରରୁ ନିଜ ଅଭିନୟ କ୍ୟାରିୟର୍‌ ଆରମ୍ଭ କଲେ ଏବଂ ଓମ୍‌ ଶାନ୍ତି ଓମ୍‌ ଚଳଚ୍ଚିତ୍ରରେ ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ବିପକ୍ଷରେ ବଲିଉଡ୍‌ ଡେବ୍ୟୁ କଲେ। ତାଙ୍କ ପ୍ରଥମ ଚଳଚ୍ଚିତ୍ର‌େର ତାଙ୍କ ଅଭିନୟ ଦକ୍ଷତାର ପ୍ରମାଣ ମିଳିଥିଲା। କ‌ାରଣ ଏହି ଚଳଚ୍ଚିତ୍ର ପାଇଁ ସେ ‌ଶ୍ରେଷ୍ଠ ଅଭିନେତ୍ରୀ ଭ‌ାବେ ଜାତୀୟ ପୁରସ୍କାର ପାଇଲେ। ସେବେଠାରୁ ଆଜିଯାଏ ଦୀପିକା ପଛକୁ ଫେରି ଚାହିଁନାହାନ୍ତି। 

Advertisment

ଦୀପିକା ଖାଲି ଅଭିନୟରେ ତାଙ୍କ ଯାଦୁ ଦେଖାଇନାହାନ୍ତି, ବରଂ ବ୍ୟବସାୟ ଦୁନିଆରେ ମଧ୍ୟ ପାଦ ଥାପି ସଫଳ ମଧ୍ୟ ହୋଇଛନ୍ତି। ନିଜେ ବ୍ୟବସାୟ ସଂସ୍ଥାର ମାଲିକାଣୀ ହେବା ସହିତ କିଛି କମ୍ପାନିର ସେୟାର୍‌ହୋଲ୍‌ଡର୍‌ ମଧ୍ୟ ଅଛନ୍ତି। ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଦୀପିକାଙ୍କ ନେଟ୍‌ୱର୍ଥ ହେଉଛି ୫୦୦ କୋଟି ଟଙ୍କା। ଏହା‌ସହିତ ଫୋର୍ବସ୍‌ର ଏକ ରିପୋର୍ଟ କହୁଛି ସେ ପ୍ରତି ସିନେମା ପିଛା ୧୫ରୁ ୩୦ କୋଟି ଟଙ୍କା ଏବଂ ବିଜ୍ଞାପନ ପାଇଁ ସେ ୭ରୁ ୧୦ କୋଟି ଟଙ୍କା  ପାରିଶ୍ରମିକ ଦାବି କରନ୍ତି। ଦୀପିକା ସବୁଠାରୁ ଅଧିକ ପରିମାଣର ଟ୍ୟାକ୍ସ ମଧ୍ୟ ଭରୁଛନ୍ତି। ତେବେ ବ୍ୟବସାୟ ଦୁନିଆରେ ସେ ମଧ୍ୟ ବେଶ୍‌ ସକ୍ରିୟ। ବିଭିନ୍ନ ଷ୍ଟାର୍ଟଅପ୍‌ରେ ନିବେଶ କରିବା ସହିତ ନିଜର ମଧ୍ୟ ବ୍ୟବସାୟ ଆରମ୍ଭ କରିଛନ୍ତି ଦୀପିକା। ୨୦୧୭ ମସିହାରେ ନିଜର ଏକ ଇନ୍‌ଭେଷ୍ଟମେଣ୍ଟ କମ୍ପାନି କେଏ ଏଣ୍ଟର୍‌ପ୍ରାଇଜେସ୍‌ ଏଲ୍‌ଏଲ୍‌ପି ଗଠନ କରି ମାତ୍ର ୧୮ ମାସ ଭିତରେ ଏକ ଫର୍ଣ୍ଣିଚର୍‌ ରେଣ୍ଟାଲ୍‌ ପ୍ଲାଟ୍‌ଫର୍ମ ‘ଫର୍‌ଲାନ୍‌କୋ’ରେ ତାଙ୍କର ପ୍ରଥମ ନିବେଶ କରିବାକୁ ସକ୍ଷମ ହେଲେ ସେ। ଆହୁରି ମଧ୍ୟ ସେ ଡ୍ରମ୍‌ ଫୁଡ୍‌ ଇଣ୍ଟରନାସ୍‌ନାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର  ସିରିଜ୍‌ ‘ସି’ ଫଣ୍ଡିଂ ରାଉଣ୍ଡରେ ମଧ୍ୟ ସାମିଲ୍‌ ‌ଅଛନ୍ତି, ଯେଉଥିରେ ସେ ଗୋଟେ ଦହି ବ୍ରାଣ୍ଡ ଏପିଗାମିଆକୁ ପ୍ରମୋଟ୍‌ ପାଇଁ ଜଣେ ଷ୍ଟ୍ରାଟେଜି ପ୍ଲାନର୍‌ ଭାବେ ସାମିଲ୍‌ ଅଛନ୍ତି। ୨୦୧୯‌େର ସେ ଇଲେକ୍ଟ୍ରିକ୍‌ ଟାକ୍ସି ଷ୍ଟାର୍ଟଅପ୍‌ ବ୍ଲୁ ରାଉଣ୍ଡରେ ୩୦ କୋଟି ଟଙ୍କା ନିବେଶ କରିଛନ୍ତି, ଯାହାର ବର୍ତ୍ତମାନର ସମ୍ପତ୍ତି ହେଉଛି ୨,୦୬୬ କୋଟି ଟଙ୍କା। ସେ ପର୍ପଲ୍‌ ନାମକ ଏକ ପ୍ରସା‌ଧନର ବ୍ରାଣ୍ଡ ଆମ୍ବାସଡର୍‌ ମଧ୍ୟ। ୨୦୧୮ରେ ସେ ଉକ୍ତ କମ୍ପାନିର ସିରିଜ୍‌ ବି ରାଉଣ୍ଡରେ ନିବେଶ କରିଛନ୍ତି। ‌େସ ବ୍ଲୁ ଟକାଇ ନାମକ କଫି ବ୍ରାଣ୍ଡ୍‌ ସହିତ ବିଭିନ୍ନ ଷ୍ଟାର୍ଟଅପ୍‌ କମ୍ପାନି‌ରେ ନିବେଶ କରି ଜଣେ ସଫଳ ଉଦ୍ୟୋଗୀ ହେବାର ପରିଚୟ ଦେଇଛନ୍ତି। ଏହା ବାଦ୍‌ ଦୀପିକାଙ୍କର ନିଜର ଏକ ସ୍କିନ୍‌ କେୟାର୍‌ ଓ ବିୟୁଟି ବ୍ରାଣ୍ଡ୍‌ ରହିଛି, ଯାହାର ନାଁ ହେଉଛି 82°E ଏବଂ ଡିପିକେଏ ୟୁନିଭର୍ସାଲ୍‌ କନ୍‌ଜ୍ୟୁମର୍‌ ଭେନ୍‌ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ତାଙ୍କ ବାପାଙ୍କ ସହ ମିଶି ଏକ କମ୍ପାନି ମଧ୍ୟ ଗଢ଼ିଛନ୍ତି। 

ଖାଲି ଜଣେ ସଫଳ ଅଭିନେତ୍ରୀ ଭାବେ ନୁହେଁ, ଜଣେ ସଫଳ ଉଦ୍ୟୋଗୀ, ଦାୟିତ୍ବବାନ୍‌ ନାଗରିକ ଭାବେ ଦୀପିକା ବେଶ୍‌ ଲୋକପ୍ରିୟ। ଲୋକମାନଙ୍କୁ ସାହାଯ୍ୟ କରିବାରେ ମଧ୍ୟ ତାଙ୍କର ରୁଚି ରହିଛି। ଏଇ ନିକଟରେ ନିଜର ନବଜାତ କନ୍ୟା ଦୁଆ ପାଦୁକୋନ୍‌ ସିଂର ପାଦର ଫଟୋ ଇନ୍‌ଷ୍ଟା ପେଜ୍‌ରେ ଅପ୍‌ଲୋଡ୍‌ କରି ଖୁବ୍‌ ଚର୍ଚ୍ଚା ଓ ଶୁଭେଚ୍ଛା ସାଉଁଟିଛନ୍ତି ଦୀପିକା।