ସେଲୁନର କାଚ ଭାଙ୍ଗି ଭିତରକୁ ପଶି ଆସିଲା ହରିଣ, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଅଜବ ଅଜବ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଏ । ପୂର୍ବରୁ ଆମେ ଆପଣଙ୍କୁ ସେଭଳି ଭିଡିଓ ଦେଖାଇବା ସହ ପୂରା କାହାଣୀ ଜଣାଇଛୁ । ଏବେ ସେଭଳି ଏକ ହୃଦୟ ଥରାଇଦେବା ଭଳି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ହରିଣ ସେଲୁନର କାଚ ଭାଙ୍ଗି ଭିତରକୁ ପଶି ଆସୁଥିବା ଦେଖାଯାଇଛି । ସେଲୁନରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଥିବା ବେଳେ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

 ଘଟଣାଟି ନ୍ୟୁୟର୍କରେ ଘଟିଥିବା ବେଳେ ଭାଇରାଲ ଭିଡିଓରେ ଦେଖାଯାଇଛି କି, ଜଣେ ମହିଳା ସୋଫା ଉପରେ ବସି କେଶ କାଟିବା ପାଇଁ ଅପେକ୍ଷା କରିଛନ୍ତି । ଆଉ ଜଣେ ମହିଳା ଜଣେ ଯୁବକଙ୍କ କେଶ କାଟୁଛନ୍ତି । ଏହି ସମୟରେ ରାସ୍ତାରୁ ଏକ ହରିଣ ଦ୍ରୁତ ଗତିରେ ଦଉଡ଼ି ଆସିବା ସହ ସେଲୁନର କବାଟକୁ ଭାଙ୍ଗି ଭିତରକୁ ପଶୁଛି । ସୋଫାରେ ବସିଥିବା ମହିଳାଙ୍କ ଉପରେ ଡ଼େଇଁ ସେ ଭିତରକୁ ପଶୁଛି । ଭିତରେ କିଛି ସମୟ ଭଙ୍ଗାରୁଜା କରିବା ପରେ ସେ ପୁଣି ଥରେ ସେଲୁନର କାଚ ଭାଙ୍ଗି ବାହାରକୁ ଚାଲି ଯାଉଛି । ସେଇ କିଛି ସେକେଣ୍ଡ ମଧ୍ୟରେ ସେଲୁନର ଅନେକ କ୍ଷତି ହୋଇଥିବା ବେଳେ ସୋଫାରେ ବସିଥିବା ମହିଳାଙ୍କୁ ସାମାନ୍ୟ ଆଘାତ ଲାଗିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର