ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ। ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କିଭଳି ଭାବେ ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରାଯିବ ସେ ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ମିଳିପାରିନାହିଁ। ଏଭଳି ପରିସ୍ଥିତିରେ ଏବେ ଆମ ଦେଶର ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ପରିସ୍ଥିତିରେ ପହଞ୍ଚିଲାଣି। ରାଜଧାନୀ ଦିଲ୍ଲୀରେ ଗମ୍ଭୀର ହେଉଛି ପ୍ରଦୂଷଣ ସ୍ଥିତି। ଦିନକୁ ଦିନ ଅଧିକ ପ୍ରଦୂଷିତ ହେଉଥିବା ରାଜଧାନୀକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଦିଲ୍ଲୀବାସୀ।

Advertisment

publive-image

ପ୍ରଦୂଷଣ ବଢାଉଛି ରାଜଧାନୀ ଦିଲ୍ଲୀବାସୀଙ୍କ ଚିନ୍ତା । ଦିନକୁ ଦିନ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବାର ଆଶଙ୍କା ରହିଛି, ଯେଉଁଥିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁ ଗୁଣାବତ୍ତା ଅଧିକ ଖରାପ ହୋଇପାରେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଶୁକ୍ରବାର ସନ୍ଧ୍ୟାରେ ଏକ୍ୟୁଆଇ ୩୬୧ ଦାୟର କରିଛନ୍ତି, ଯାହାକି ଅତ୍ୟନ୍ତ ଖରାପ ଶ୍ରେଣୀର ଆସିଥାଏ ।

publive-image

ସୂଚନା ଅନୁଯାୟୀ, ୦ ରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ଭଲ ବୋଲି କୁହାଯାଇଥାଏ । ସେହିପରି ୫୧ ଏବଂ ୧୦୦ ମଧ୍ୟରେ ଏକ୍ୟୁଆଇ ସନ୍ତୋଷଜନକ ହୋଇଥାଏ । ୧୦୧ରୁ ୨୦୦ ମଧ୍ୟରେ ଏକ୍ୟୁଆଇ ମଧ୍ୟମ ଶ୍ରେଣୀର ହୋଇଥାଏ । ସେହିପରି ୨୦୧ରୁ ୩୦୦ ମଧ୍ୟରେ ଏକ୍ୟୁଆଇକୁ ଖରାପ ବୋଲି ଧରାଯାଇଥାଏ । ଏବଂ ୩୦୦ରୁ ୪୦୦ ମଧ୍ୟରେ ଏକ୍ୟୁଆଇ ଅତ୍ୟନ୍ତ ଖରାପ ହୋଇଥାଏ, ସେହିପରି ୪୦୧ରୁ ୫୦୦ ମଧ୍ୟରେ ଏକ୍ୟୁଆଇକୁ ଅତ୍ୟନ୍ତ ଗମ୍ଭୀର ବୋଲି କୁହାଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆକଳନ ଅନୁଯାୟୀ, ଦିଲ୍ଲୀର ଫରିଦାବାଦ, ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ବାୟୁର ଗୁଣବତ୍ତା ସ୍ତରରେ ଗୁରୁବାର ଅତ୍ୟନ୍ତ ଖରାପ ଶ୍ରେଣୀରେ ଦର୍ଶାଯାଇଥିଲା । ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ବଢିଚାଲିଥିବା ବେଳେ ଲୋକମାନେ ଏବେ ଚିନ୍ତାରେ ଥିବା ଜଣାପଡିଛି ।