ନୂଆଦିଲ୍ଲୀ: ଗଣମ‌ାଧ୍ୟମରେ ପ୍ରେମ କରି ପ୍ରେମିକଙ୍କ ପାଇଁ ଘର ଛାଡୁଥିବା ଅନେକ ପ୍ରେମିକାଙ୍କୁ ଆପଣ ଅତୀତରେ ଦେଖିଛନ୍ତି। ଏବେ ସେହିଭଳି ଏକ ନୂତନ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବତୀ ଫେସବୁକ୍ ମାଧ୍ୟମରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମର ଅଭିନୟ କରି ଜଣେ ଯୁବକଙ୍କୁ ନିଧୁମ ଠକିଛନ୍ତି।

Advertisment

ଜାଣିବାକୁ ମିଳିଛି ଯେ ଝିଅଟି ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ଅକ୍ଷରଧାମ ମେଟ୍ରୋ ଷ୍ଟେସନ୍‌ ଡାକିିଥିଲେ। ତାଙ୍କ ପ୍ରେମିକ ଆସି ସେଠାରେ ପହଞ୍ଚି ଅଧ ଘଣ୍ଟା ଅପେକ୍ଷା କରିବା ପରେ ସେଠାରେ ଜଣେ ଯୁବକ ଆସି ପହଞ୍ଚିଲେ। ଯୁବକ ଜଣକ ନିଜର ପରିଚୟ ଝିଅର ଭାଇ ବୋଲି ଦେଇ ଯୁବକଙ୍କୁ ଖୁବ୍‌ ପିଟିଲେ।

କେବଳ ସେତିକି ନୁହେଁ, ସେ ପକେଟରୁ ଦୁଇଟି ଫୋନ୍ ଏବଂ ୧୨ ହଜାର ଟଙ୍କା ବାହାର କରି ଅଟୋ ଚଢ଼‌ି ପଳାଇ ଯାଇଥିଲେ। ଏହାପରେ ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠା ଯାଇଥିବା ଯୁବକଙ୍କ ନମ୍ବରକୁ ମେସେଜ୍‌ ଆସିଲା। ପୂର୍ବ ଜିଲ୍ଲାର ମାଣ୍ଡବାଲି ପୁଲିସ ଷ୍ଟେସନରେ ଏ ନେଇ ଏକ ମାସ ପରେ ମାମଲା ରୁଜୁ ହୋଇଛି।

୩୨ ବର୍ଷୀୟ ଯୁବକ ଜଣକ ତାଙ୍କ ପରିବାର ସହିତ ଉତ୍ତମ ନଗରର ଦ୍ୱାରକା ମୋଡ୍‌ରେ ରୁହନ୍ତି। ସେ ପୁଲିସକୁ କହିଛନ୍ତି ଯେ ସେ ଫେସବୁକ ମାଧ୍ୟମରେ ଜଣେ ଝିଅ ସହିତ ସେ ବନ୍ଧୁତା କରିଥିଲେ। ଏହି ଝିଅ ତାଙ୍କୁ ସେପ୍ଟେମ୍ବର ୫ ତାରିଖରେ ଅକ୍ଷରଧାମ ମେଟ୍ରୋ ଷ୍ଟେସନ୍‌କୁ ଭେଟିବାକୁ ଡାକିଥିଲେ।

ଏପଟେ ଅଭିଯୁକ୍ତ ସଫେଇ ଦେଇ କହିଛନ୍ତି ଯେ ଯୁବକ ଜଣକ ତାଙ୍କ ଭଉଣୀକୁ ହତ୍ୟା କରିବାକୁ ଧମକ ଦେଇଥିଲା ଏବଂ ଯଦି ସେ ତାଙ୍କ ସହ କଥା ହୁଏ ତେବେ ତାଙ୍କର ପ୍ରତିଶୋଧ ନେବାକୁ ଧମକ ବି ଦେଇଥିଲା।