ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର କୈଳାଶରେ ପୁଲିସ ନିରାଶ୍ରୟ ପିଲାଙ୍କ ପାଇଁ କରିଥିବା କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୁରିଭୁରି ପ୍ରଶଂସା କରାଯାଉଛି। କାରଣ ଲକ୍ଡାଉନ୍ ସମୟରେ ଯେଉଁ ପିଲାଙ୍କ ମାତା-ପିତା ଘରକୁ ଫେରି ପାରି ନାହାନ୍ତି ସେମାନଙ୍କ ପାଖରେ ପୁଲିସ ଦେବଦୂତ ସାଜି ପହଞ୍ଚିଥିଲା।
ଦେବଦୂତ ସାଜି ପୁଲିସ ଯେଉଁ ପିଲାମାନଙ୍କ ପାଖରେ ପହଞ୍ଚିଥିଲା ସେମାନେ କୈଳାଶ କଲୋନୀର ଏମସିଡି ଆଦର୍ଶ ସ୍କୁଲରେ ପ୍ରଥମରୁ ୪ର୍ଥ ଶ୍ରେଣୀରେ ପାଠପଢ଼ନ୍ତି। ଏହି ପିଲାଙ୍କ ଅସୁବିଧାକୁ ଦେଖି ପୁଲିସ ସେମାନଙ୍କୁ ପୁଲିସ ଷ୍ଟେସନ୍ ନେଇ ଆସିଥିଲା । ଲକ୍ଡାଉନ୍ ସମୟରେ ପିଲାଙ୍କ ପାଇଁ ପୁଲିସ ଷ୍ଟେସନ୍କୁ ସ୍କୁଲରେ ପରିଣତ କରାଯାଇଛି।
ପୁଲିସ ଷ୍ଟେସନ୍ର ହେଡ କନେଷ୍ଟବଳ ତାରା ଚାନ୍ଦ ଓ ନିଲମ ପ୍ରତିଦିନ ଏହି ପିଲାଙ୍କୁ ପାଠପଢ଼ାଇ ଥାଆନ୍ତି। ପିଲାଙ୍କୁ ଦୁହେଁ ରାଇମ୍ସଠାରୁ ଆରମ୍ଭ କରି ଆଲଫାବେଟ, ରଙ୍ଗ ଚିହ୍ନିବା, ଶରୀରର ଅଙ୍ଗ ଚିହ୍ନବା ଆଦି ପାଠ ପଢ଼ାଉଛନ୍ତି।
ଏପ୍ରିଲ ୧୦ରୁ ପିଲାଙ୍କୁ ପ୍ରତିଦିନ ସନ୍ଧ୍ୟା ୫ଟାରୁ ୬ଟା ଏକ ଘଣ୍ଟା ଏହି ପୁଲିସ ଷ୍ଟେସନ୍ରେ ପାଠପଢ଼ା ଯାଉଛି। ପ୍ରଥମେ ଉକ୍ତ ପିଲାଙ୍କ ମାତା-ପିତା ପୁଲିସ ଷ୍ଟେସନ୍ରେ ପିଲାଙ୍କୁ ପଢ଼ାଇବାକୁ ଅନୁମତି ଦେଇ ନ ଥିଲେ କିନ୍ତୁ ପରେ ରାଜି ହୋଇ ଯାଇଥିଲେ।
/sambad/media/post_attachments/ff9aee034d7fad7815b7958e4fb6111c13a5170925023ac495cf39213f2aa4d7.jpg)
ତେବେ ପୁଲିସ ଯେତେବେଳେ ଦିଲ୍ଲୀର ଗ୍ରେଟର କୈଳାଶ କଲୋନୀକୁ ନୀରିକ୍ଷଣରେ ଯାଇଥିଲା, ସେଠାରୁ ଏହି ପିଲାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ପୁଲିସ ତୁରନ୍ତ ପିଲାଙ୍କୁ ଏକା ନ ଛାଡ଼ି ଗ୍ରେଟର କୈଳାଶ ପୁଲିସ ଷ୍ଟେସନ୍କୁ ନେଇ ଆସିଥିଲା। ପିଲାଙ୍କୁ ମାସ୍କ ଓ ଖାଦ୍ୟ ବି ପ୍ରଦାନ କରିିଥିଲା ପୁଲିସ।
ଲକ୍ଡାଉନ୍ ସମୟରେ ମାସମାସ ଧରି ସ୍କୁଲ ବନ୍ଦ ରହିଥିବା ହେତୁ ପିଲାମାନଙ୍କ ପାଠପଢ଼ା ବନ୍ଦ ରହିଛି। ଏପରି କ୍ଷେତ୍ରରେ ସେମାନଙ୍କ ପିତା-ମାତା ଘରେ ନଥିବାରୁ ପାଠ ପଢ଼ି ପାରୁ ନାହାନ୍ତି। ତେଣୁ ପାଠପଢ଼ା ସହିତ ଯୋଡ଼ି ହୋଇ ରହିବାକୁ ପୁଲିସ ଏଭଳି ନିଷ୍ପତ୍ତି ନେଇଛି।