ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଭିତରେ ଭିଡିଓ ଭାଇରାଲ୍‌ ହେବା ଅତି ସାଧାରଣ କଥା। ପ୍ରତିଦିନ ଏଠାରେ କିଛି ନା କିଛି ଭିଡିଓ ଭାଇରାଲ୍‌ ହୋଇଥ‌ାଏ। ଆମେ ଆଜି ଆପଣଙ୍କୁ ଯେଉଁ ଭିଡିଓଟି ଦେଖାଇବୁ ତାହା ନିଶ୍ଚିତ ଆପଣଙ୍କୁ ପୁଣି ଥରେ ମନୋରଞ୍ଜନର ଖୋରାକ ଯୋଗାଇବ।

Advertisment

ଆଜ୍ଞା ହଁ, ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନେ କେବଳ ଯାତ୍ରା କରନ୍ତି ନାହିଁ, ବରଂ ମାଡ଼ଗୋଳରୁ ନେଇ, ରୋମାନ୍ସ ଏବଂ ନୃତ୍ୟ ସବୁ କିଛି କରିଥାନ୍ତି। ମେ‌ଟ୍ରୋରେ ଅନେକ ଲୋକ ରିଲ୍ସ ବନାଉଥିବାର ବି ଆପଣ ଦେଖିଥିବେ।

ବର୍ତ୍ତମାନ ମେଟ୍ରୋର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇଜଣ ମହିଳା କୋଚରେ ଠିଆ ହେବା ସ୍ଥାନ ପାଇଁ ଲଢୁଥିବାର ନଜର ଆସିଛନ୍ତି। ଏହି ଝଗଡ଼ା ଏତେ ଆଗକୁ ବଢ଼ି ଯାଉଛି ଯେ ଦୁଇ ମହିଳା ପରସ୍ପରଙ୍କୁ ‘ଏହା ‌ତୋ ବାପା ଟ୍ରେନ୍‌ କି?’ ବୋଲି କହିବାକୁ ପଛାଉନାହାନ୍ତି।

ଏହି ୩୦ ସେକେଣ୍ଡ୍ ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଦୁଇଜଣ ମହିଳା ପରସ୍ପରଙ୍କ ସହ ଝଗଡ଼ା କରୁଛନ୍ତି। ମେଟ୍ରେରେ ଜାଗା ପାଇଁ ଏହି ବିବାଦ ଉପୁଜିଥିଲା। ସେଠାରେ ଥିବା ଜଣେ ଦେଖଣାହାରୀ ଏହି ସମୟର ଦୃଶ୍ୟକୁ ସୁଟ୍‌ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ୍ କରି ଦେଇଛନ୍ତି।

ଏବେ ସୁଦ୍ଧା ଭିଡିଓକୁ ୬୭ ହଜାରରୁ ଅଧିକ ଥର ଦେଖାଯାଇ ସାରିଥିବା ବେଳେ ୬୦୦ରୁ ଅଧିକ ଲାଇକ୍ ମିଳିଲାଣି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଏହା ସବୁଠାରୁ ଭଲ ମନୋରଞ୍ଜନ ଉପୋଯୋଗୀ ସ୍ଥାନ ବୋଲି କହିଛନ୍ତି।