ପାଖେଇ ଆସୁଛି ଦୀପାବଳି। ଆଉ ମାତ୍ର କିଛି ଦିନ ପରେ ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେବ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚାରିଆଡେ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଥିବା ବେଳେ ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଗମ୍ଭୀର ହେଉଛି ପ୍ରଦୂଷଣ ସ୍ଥିତି। ଦିନକୁ ଦିନ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଦୀପାବଳୀ ପୂର୍ବରୁ ପୁଣିଥରେ ଅଣନିଶ୍ବାସୀ ହେବ ଦିଲ୍ଲୀ। ନାସାର ଫଟୋ ଦେଉଛି ଏଭଳି ଚେତାବନୀ ।

Advertisment

publive-image

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଦ୍ୱାରା ଛଡ଼ାଯାଇଥିବା ସାଟେଲାଇଟ୍ ଇମେଜ୍ ଉପରେ ନଜର ପକାଇଲେ ସ୍ଥିତିର ଗମ୍ଭୀରତା ବିଷୟରେ ଆପଣ ମଧ୍ୟ ଜାଣିପାରିବେ । ଚିତ୍ରରେ ଥିବା ଲାଲ୍ ଡଟ୍, ଭୟଙ୍କର ବିପଦର ଇସାରା ଦେଉଛି ।

publive-image

ଦୀପାବଳୀ ପୂର୍ବରୁ ଦିଲ୍ଲୀର ଏନସିଆରେ ଏବେଠୁ ବିଷାକ୍ତ ବାୟୁ ବହିବା ଆରମ୍ଭ କରିଦେଲାଣି । ଲଗାତର ଭାବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବଢି ଚାଲିଛି । ପ୍ରଦୂଷଣକୁ ଦେଖିଲେ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ରାଜଧାନୀ ଦିଲ୍ଲୀ ପୁଣି ଥରେ ଗ୍ୟାସ ଚାମ୍ବର ପାଲଟିବ । ଏହାକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ପ୍ରଦୂଷଣର ମାତ୍ରା ଯୋଗୁଁ ଲୋକେ ମୁହଁରେ ମାସ୍କ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି । ଦିନକୁ ଦିନ ଅଧିକ ପ୍ରଦୂଷିତ ହେଉଥିବା ରାଜଧାନୀକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଦିଲ୍ଲୀବାସୀ।