ଇଚ୍ଛା ଆଗରେ ହାର୍‌ ମାନିଲା ପରିସ୍ଥିତି: ଉଦାହରଣ ପାଲଟିଲେ ଫିରୋଜ

ନୂଆଦିଲ୍ଲୀ: କନେଷ୍ଟବଳରୁ ଆସିଷ୍ଟାଣ୍ଟ ପୁଲିସ କମିସନର । ସତ ହେଲା ସ୍ୱପ୍ନ…ଅଫିସର ବନିବେ ଫିରୋଜ । ଏ କାହାଣୀ କୌଣସି ହିନ୍ଦୀ ଫିଲ୍ମଠାରୁ କମ୍ ନୁହେଁ । ଆପଣ ଫିଲ୍ମରେ ଅନେକ ବାର ଦେଖିଥିବେ, ଯେ କୌଣସି ବିଭାଗର ଛୋଟ ପଦରେ କାମ କରୁଥିବା କର୍ମଚାରୀଟିଏ ସେହି ବିଭାଗର ଅଫିସର ବନିଯାଏ । କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଫିଲ୍ମ କାହାଣୀର ଏଭଳି ଝଲକ ଦେଖିବାକୁ ମିଳିଛି, ଯେତେବେଳେ, ଜଣେ କନେଷ୍ଟବଳ କଠିନ ପରିଶ୍ରମ କରି ବନିବାକୁ ଯାଉଛନ୍ତି ଆସିଷ୍ଟାଂଟ ପୁଲିସ କମିସନର ।

ଏ କାହାଣୀ ହେଉଛି ଦିଲ୍ଲୀ ପୁଲିସରେ କାର୍ଯ୍ୟ କରୁଥିବା ଫିରୋଜ ଆଲମଙ୍କର । ଦୀର୍ଘ ୧୦ ବର୍ଷ ହେଲା ଦିଲ୍ଲୀ ପୁଲିସର କନେଷ୍ଟବଳ ଭାବେ କାମ କରୁଥିଲେ ଫିରୋଜ । କିନ୍ତୁ ପିଲାଟି ବେଳରୁ ଜଣେ ଆଇପିଏସ ଅଫିସର ବନିବାକୁ ସେ ସ୍ୱପ୍ନ ଦେଖୁଥିଲେ । ଆଉ ସବୁ କଷ୍ଟ, ଦୁଃଖକୁ ଦୂର କରି ନିଜ ସ୍ୱପ୍ନ ପୂରଣ କରିଛନ୍ତି ଫିରୋଜ । ଆଉ ସାଧାରଣ କନେଷ୍ଟବଳରୁ ସେ ଏବେ ବନିବାକୁ ଯାଉଛନ୍ତି ଆସିଷ୍ଟାଂଟ ପୁଲିସ କମିସନର ।

ସମ୍ବନ୍ଧିତ ଖବର